ଦୀପାବଳିରେ ପ୍ରିୟଙ୍କା ସେୟାର କଲେ ଝିଅର ପ୍ରଥମ ରଙ୍ଗୋଲି, ଫ୍ୟାନ୍ସ କହିଲେ-ବହୁତ ସୁନ୍ଦର

Published By : Prameya-News7 Bureau | November 13, 2023 IST

ମୁମ୍ଵାଇ ୧୩।୧୧: ବଲିଉଡର ଦେଶୀ ଗର୍ଲ ଅର୍ଥାତ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ବିବାହ ପରେ ସେ ବିଦେଶରେ ରହୁଛନ୍ତି। ସ୍ବାମୀ ଓ ଝିଅ ସହ ସେ ଆମେରିକାରେ ରହି ବି ନିଜ ପରମ୍ପରା ଭୁଲି ନାହାନ୍ତି । ଭାରତୀୟ ଭାବେ ସବୁ ପର୍ବପର୍ବାଣୀକୁ ପାଳନ କରୁଥିବା ଦେଖିବାକୁ ମିଳନ୍ତି। ହୋଲି ହେଉ କି ଦୀପାବଳି, ସବୁ ପର୍ବକୁ ସେ ଧୁମଧାମରେ ପରିବାର ସହ ପାଳନ୍ତି।

ପ୍ରିୟଙ୍କା ଏବେ ତାଙ୍କ ଝିଅ ମାଲତୀ ମଧ୍ୟ ତାଙ୍କ ପରି ଆଗକୁ ବଢ଼ୁଛନ୍ତି । ଏତେ କମ ବୟସରୁ ମଧ୍ୟ ମାଲତୀ ରଙ୍ଗୋଲୀ କରିବା ଆରମ୍ଭ କରିଛନ୍ତି। ଯାହାର ଫଟୋ ପ୍ରିୟଙ୍କା ନିଜେ ସେୟାର କରିଛନ୍ତି। ଇନଷ୍ଟାରେ ସେ ୨ଟି ଫଟୋ ଷ୍ଟୋରୀରେ ପକାଇଛନ୍ତି । ଗୋଟିଏ ଫଟୋରେ ଝିଅ ମାଲତୀ କରିଥିବା ରଙ୍ଗୋଲିର ଥିବା ବେଳେ ଅନ୍ୟ ଫଟୋରେ ଜଳୁଥିବା ଦୀପ ରହିଛି। ଝିଅର ରଙ୍ଗୋଲି ଫଟୋ ସେୟାର କରି ପ୍ରଥମ ରଙ୍ଗୋଲି ବୋଲି ଲେଖିଛନ୍ତି ପ୍ରିୟଙ୍କା। ଅନ୍ୟ ଫଟୋରେ ଅଭିନେତ୍ରୀ ତାଙ୍କ ପ୍ରଶଂସକମାନଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇ ଲେଖିଥିଲେ - 'ଆପଣ ସମସ୍ତଙ୍କୁ ଅନେକ ଶୁଭେଚ୍ଛା... ଏଠାରେ ସର୍ବଦା ଆଲୋକ ହେଉ ...' ପ୍ରିୟଙ୍କାଙ୍କ ଏହି ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ତାଙ୍କ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି।

କହିବାକୁ ଗଲେ ଯେ ପ୍ରିୟଙ୍କା ଚୋପ୍ରା ଶେଷ ଥର ପାଇଁ MAMI ଚଳଚ୍ଚିତ୍ର ମହୋତ୍ସବରେ ଯୋଗଦେବା ପାଇଁ ମୁମ୍ବାଇରେ ପହଞ୍ଚିଥିଲେ। ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଅଭିନେତ୍ରୀଙ୍କୁ ଶେଷ ଥର ପାଇଁ 'ସିଟାଡେଲ ୨'ରେ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଖୁବ୍ ଶୀଘ୍ର ଅଭିନେତ୍ରୀ ଅନେକ ବଡ ପ୍ରୋଜେକ୍ଟରେ ଦେଖିବାକୁ ପାଇବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.