ଭାଲେଣ୍ଟାଇନ୍ ଡେ’ ପାଳିଲେ #PriyankaNick, ରୋମାଣ୍ଟିକ୍ ଅନ୍ଦାଜରେ କଲେ ଡ୍ୟାନ୍ସ…ଭିଡିଓ ଭାଇରାଲ
16/02/2020 at 9:18 AM

ମୁମ୍ବାଇ୧୬|୨: ବଲିଉଡ ତଥା ହଲିଉଡର ସବୁଠୁ ଚର୍ଚ୍ଚିତ ଓ ରୋମାଣ୍ଟିକ୍ ଯୋଡି ହେଉଛନ୍ତି ପ୍ରିୟଙ୍କା ଓ ନିକ୍। ୨୦୧୮ ମସିହା ଡିସେମ୍ବର ମାସରେ ପ୍ରିୟଙ୍କା ଓ ନିକ୍ଙ୍କ ବିବାହ ହୋଇଥିଲା। ଦୁହେଁ ପରସ୍ପରଙ୍କ ସହ ବହୁତ ଖୁସି ଅଛନ୍ତି।ଅଧିକାଂଶ ସମୟରେ ଉଭୟଙ୍କ ଫଟୋ ଓ ଭିଡିଓ ଭାଇରାଲ ହେଉଥାଏ। ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଓ ସ୍ୱାମୀ ନିକ୍ ଜୋନସ୍ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥାନ୍ତି।

ନିକଟରେ ସେମାନେ ଭାଲେଣ୍ଟାଇନ୍ ଡେ’ ପାଳନ କରିଛନ୍ତି। ଏହି ସ୍ପେଶାଲ ଡେ’କୁ ସେମାନେ ବେଶ ଭଲ ଭାବେ ସେଲିବ୍ରେଟ୍ କରିଛନ୍ତି। ଏହି ରେମାଣ୍ଟିକ୍ ଯୋଡ଼ି ଇନ୍ଷ୍ଟାଗ୍ରାମରେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଭିଡିଓରେ ଉଭୟେ ପତିପତ୍ନୀ ଖୁବ୍ ମସ୍ତିରେ ‘ଆଖଁ ମାରେ’ ଗୀତରେ ଠୁମ୍କା ଲଗାଉଥିବା ଦେଖିବାକୁ ମିଳିଛି।

ଇଟାଲୀର ମିଲନ୍ ସହରରେ ସେମାନେ ଏହି ଖାସ ଦିନ ପାଳନ କରିଛନ୍ତି। ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ସହ କ୍ୟାପସନ୍ରେ ନିକ୍ ଲେଖିଛନ୍ତି ‘ମୋ ଭାଲେଣ୍ଟାଇନ୍ ସହ ପ୍ରି ଶୋ’ ଡ୍ୟାନ୍ସ ପାର୍ଟି’। ନିକ୍ ଏହି ପୋଷ୍ଟରେ ପ୍ରିୟଙ୍କାଙ୍କୁ ଟ୍ୟାଗ୍ ମଧ୍ୟ କରିଛନ୍ତି।
ଅନ୍ୟପଟେ ମିଲନ୍ରେ ନିକ୍ ଜୋନସ୍ଙ୍କ ମ୍ୟୁଜିକ୍ କନ୍ସର୍ଟର ଏକ ଫଟୋ ଇନ୍ଷ୍ଟାଗ୍ରାମ୍ରେ ସେୟାର କରି ପ୍ରିୟଙ୍କା ଚୋପ୍ରା ଲେଖିଛନ୍ତି ‘ସବୁବେଳ ପାଇଁ ମୋ ଭାଲେଣ୍ଟାଇନ୍। ନିକ୍ ଓ ପ୍ରିୟଙ୍କାଙ୍କ ଏହି ପୋଷ୍ଟକୁ ଫ୍ୟାନ୍ମାନେ ମଧ୍ୟ ଖୁବ୍ ପସନ୍ଦ କରୁଛନ୍ତି। ଦର୍ଶକ ଅଧିକାଂଶ ସମୟରେ ଏହି ଯୋଡିର ଜବରଦସ୍ତ କେମିଷ୍ଟ୍ରି ଦେଖିବା ପସନ୍ଦ କରନ୍ତି।