ସମୟ କହିବ କାହାର ଅସ୍ଥିତ୍ଵ ରହିବ ଏବଂ କାହାର ନୁହଁ- ବିଜେପିକୁ ପ୍ରିୟଙ୍କାଙ୍କ ପାଲଟା ଜବାବ

Published By : Prameya-News7 Bureau | September 12, 2021 IST

ଲକ୍ଷ୍ନୌ ୧୨।୦୯: ଉତ୍ତର ପ୍ରଦେଶରେ ପାର୍ଟି ନିର୍ବାଚନ ଅଭିଯାନ ଆରମ୍ଭ କଲେ କଂଗ୍ରେସର ଜାତୀୟ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ। ଉତ୍ତର ପ୍ରଦେଶ ଗସ୍ତରେ ଆସିଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା କାର୍ଯ୍ୟକର୍ତ୍ତାଙ୍କୁ ଭେଟିବା ସହ ନେତା, କର୍ମକର୍ତ୍ତାଙ୍କ ସହିତ ଫଟୋ ଉଠାଇ ସେମାନଙ୍କର ଉତ୍ସାହ ବଢାଇବାକୁ ଉଦ୍ୟମ ଚଳାଇଛନ୍ତି। ପ୍ରିୟଙ୍କା ଗାନ୍ଧୀ ଜିଲ୍ଲାବାରି ବୈଠକ ମଧ୍ୟ କରିବାକୁ ଯାଉଛନ୍ତି।

ରାୟବରେଲୀରେ କାର୍ଯ୍ୟକର୍ତ୍ତାଙ୍କ ସହିତ ବୈଠକ ପରେ ପ୍ରିୟଙ୍କା ଗାନ୍ଧୀ ରବିବାର ବିଳମ୍ବିତ ସନ୍ଧ୍ୟାରେ ଆମେଠି ପହଞ୍ଚିଛନ୍ତି। ଲଗାତାର ସେ ନିର୍ବାଚନୀ ପ୍ରସ୍ତୁତିରେ ଜୁଟିଥିବା ସାମ୍ବାଦିକଙ୍କୁ କହିଛନ୍ତି ପ୍ରିୟଙ୍କା। ଏହି ସମୟରେ ବିଜେପିକୁ ଟାର୍ଗେଟ୍  କରି ସେ କହିଛନ୍ତି ଯେ, ସମୟ କହିବ କାହାର ଅସ୍ଥିତ୍ଵ ରହିବ ଏବଂ କାହାର ନୁହେଁ। ହେଲେ ଅନେକ ପ୍ରଶ୍ନର ଉତ୍ତର ଦେବାକୁ ସେ ଉଚିତ୍ ମଣି ନାହାନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପକ୍ଷରୁ ଅଖିଳେଶ ଯାଦବଙ୍କୁ ଅବା ଜାନ ବୟାନ ଉପରେ ପ୍ରିୟଙ୍କା ଗାନ୍ଧୀ କିଛି କହିବାକୁ ମନା କରି ଦେଇଛନ୍ତି।

ଏହା ପୂର୍ବରୁ ଦୁଇ ଦିନ ଧରି ଲକ୍ଷ୍ନୌରେ ମାରାଥନ  ବୈଠକ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ। ରାୟବରେଲୀ ପହଞ୍ଚିବା କ୍ଷଣି  ଚୁରୁଭା ସ୍ଥିତ ହନୁମାନ ମନ୍ଦିର ଦର୍ଶନ କରିଥିଲେ। ଏଠାରୁ ହିଁ ସେ ରାୟବରେଲୀ ଗସ୍ତ ଆରମ୍ଭ କରିଛନ୍ତି। ପ୍ରିୟଙ୍କାଙ୍କ ସ୍ଵାଗତ ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ଖୁବ୍ ଭିଡ ଦେଖିବାକୁ ମିଳିଛି। କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ହେଉଛନ୍ତି ରାୟବରେଲୀର ସାଂସଦ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.