ଆଜିଠାରୁ ନିର୍ବାଚନ ପ୍ରଚାର କରିବେ ପ୍ରିୟଙ୍କା ଗାନ୍ଧି ; ଉତ୍ତରପ୍ରଦେଶ ପ୍ରୟାଗରାଜରୁ ବାରଣାସୀ ପର୍ଯ୍ୟନ୍ତ ତିନି ଦିନିଆ ନୌଯାତ୍ରା

Published By : Prameya-News7 Bureau | March 18, 2019 IST

ପ୍ରୟାଗରାଜ ୧୮|୩ : ଗଙ୍ଗା ସାହାରାରେ ପ୍ରିୟଙ୍କା ଗାନ୍ଧୀ । ଉତ୍ତରପ୍ରଦେଶରେ ଆଜିଠୁ ନିର୍ବାଚନୀ ପ୍ରଚାର ଆରମ୍ଭ କରୁଛନ୍ତି । ତେବେ ପଦଯାତ୍ରା, ଟ୍ରେନ୍, ବସ୍ ଯାତ୍ରା ବଦଳରେ ଗଙ୍ଗାରେ ନୌଯାତ୍ରାକୁ ବାଛିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା । ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଗଙ୍ଗାକୁ ମାଧ୍ୟମ କରିଛନ୍ତି ପ୍ରିୟଙ୍କା । ଉତ୍ତରପ୍ରଦେଶର ସଂସ୍କୃତି ଏବଂ ଇମୋସନ୍  ସହ ଗଙ୍ଗାର ସଂପର୍କ ଅତି ନିବିଡ ।

୨୦୧୪ରେ ଗଙ୍ଗାକୁ କେନ୍ଦ୍ର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀ ଲୋକସଭା ଆସନରୁ ଜିତିଥିଲେ । ଏବେ ପ୍ରିୟଙ୍କା ସେହି ଗଙ୍ଗା ସାହାରାରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ପ୍ରିୟଙ୍କା । ପୂର୍ବ ଉତ୍ତର ପ୍ରଦେଶର ପ୍ରଭାରୀ ଦାୟିତ୍ବ ନେବା ପରେ ଉତ୍ତରପ୍ରଦେଶରେ କଂଗ୍ରେସ କର୍ମୀଙ୍କ ଭିତରେ ପ୍ରବଳ ଜୋଶ ଦେଖିବାକୁ ମିଳିଥିଲା ।

ପ୍ରିୟଙ୍କା ଗଙ୍ଗା କି ବେଟି ଭାବରେ ପୋଷ୍ଟର ଲଗା ଯାଇଥିଲା । ଏବେ ସେହି ଗଙ୍ଗାରେ ୧୪୦ କିଲୋମିଟର ନୌଯାତ୍ରା କରି ଲୋକଙ୍କ ମନ ଜିଣିବାକୁ ଆଶା ବାନ୍ଧିଛନ୍ତି । ମୋଦିଙ୍କ ଗଡରେ ପ୍ରିୟଙ୍କା ତାଙ୍କ ନିର୍ବାଚନୀ ପ୍ରଚାର ଆରମ୍ଭ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.