ଯୋଗୀ ସରକାରଙ୍କୁ ପ୍ରିୟଙ୍କାଙ୍କ ହମଲା: କହିଲେ, ସବୁ ପ୍ରକାର ଅପରାଧରେ ଟପ୍‌ରେ ଉତ୍ତର ପ୍ରଦେଶ

Published By : Prameya-News7 Bureau | September 18, 2021 IST

ଲକ୍ଷ୍ନୌ ୧୮/୦୯ : ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। ବିରୋଧୀ ଦଳ ପରସ୍ପର ଦଳ ନେତାଙ୍କୁ ଟାର୍ଗେଟ କରୁଛନ୍ତି। କଂଗ୍ରେସ ମହାସଚିବ ଓ ୟୁପି ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଲଗାତାର ଯୋଗୀ ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ପ୍ରିୟଙ୍କା ଗାନ୍ଧୀ ବର୍ତ୍ତମାନ ଉତ୍ତର ପ୍ରଦେଶରେ ଅପରାଧ ପ୍ରସଙ୍ଗକୁ ନେଇ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପ୍ରିୟଙ୍କା ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ ଦର୍ଶାଇଛନ୍ତି।

ପ୍ରିୟଙ୍କା ଶନିବାର ଦିନ ଏକ ଟ୍ୱିଟ କରିଛନ୍ତି। ଏହି ଟ୍ୱିଟରେ ସେ ଅପରାଧ ପ୍ରସଙ୍ଗକୁ ନେଇ ବିଜେପି ସରକାରଙ୍କୁ ପ୍ରହାର କରିଛନ୍ତି। ପ୍ରିୟଙ୍କା ଟ୍ୱିଟ କରି କହିଛନ୍ତି, 'ଏନସିଆରବି ତଥ୍ୟ ଅନୁଯାୟୀ, ମହିଳା ଓ ଦଳିତଙ୍କ ପ୍ରତି ଅପରାଧ, ହତ୍ୟା, ଅପହରଣ ମାମଲା ଓ ହିଂସା ଅପରାଧ ମାମଲାରେ ରାଜ୍ୟ ଟପରେ ଅଛି। ଉତ୍ତର ପ୍ରଦେଶ ସରକାରଙ୍କ ଦାବିର ଠିକ ଓଲଟା, ରାଜ୍ୟରେ ଅପରାଧ ଚରମ ସୀମାରେ ଅଛି।'

wp:embed {"url":"https://twitter.com/priyankagandhi/status/1439138309331058689","type":"rich","providerNameSlug":"twitter","responsive":true}
https://twitter.com/priyankagandhi/status/1439138309331058689
/wp:embed

ଏନସିଆରବି ତଥ୍ୟ ଅନୁଯାୟୀ, ୨୦୨୦ ରେ ମହିଳାଙ୍କ ପ୍ରତି ଅପରାଧ ମାମଲା ମଧ୍ୟରୁ ୨୮୦୪୬ ଦୁଷ୍କର୍ମ ମାମଲା। ପୀଡିତାଙ୍କ ମଧ୍ୟରେ ୨୫୪୯୮ ବୟସ୍କ ଓ ୨୬୫୫ ନାବାଳିକା ଅଛନ୍ତି। ଏନସିଆରବି ତଥ୍ୟ ଅନୁସାରେ, ୨୦୧୯ରେ ଦୁଷ୍କର୍ମ ମାମଲା ୩୨୦୩୩, ୨୦୧୮ରେ ୩୩୩୫୬, ୨୦୧୭ ରେ ୩୨୫୫୯ ଥିଲା। ଗତ ବର୍ଷ ଉତ୍ତର ପ୍ରଦେଶରେ ୨୭୬୯ ଦୁଷ୍କର୍ମ ମାମଲା ରେକର୍ଡ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.