କେନ୍ଦ୍ର ସରକାରଙ୍କୁ ପ୍ରିୟଙ୍କା ଗାନ୍ଧିଙ୍କ ଟାର୍ଗେଟ, ''ହୃଦୟରୁ ନୁହେଁ ଭୟରେ ପେଟ୍ରୋଲ ଦର କମାଇଛନ୍ତି ''

Published By : Prameya-News7 Bureau | November 04, 2021 IST

ନୂଆଦିଲ୍ଲୀ ୪/୧୧ : କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ  କମାଇବା ପରେ ରାଜନୀତି ଜୋର ଧରିଛି। କଂଗ୍ରେସର ନେତ୍ରୀ ପ୍ରିୟଙ୍କା ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ''ଏହି ନିଷ୍ପତ୍ତି ସରକାରଙ୍କ ହୃଦୟରୁ ନୁହଁ ବରଂ ଡରରେ ନିଆଯାଇଛି''। ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନରେ ଜନତା ଏହାର ଦୃଢ ଜବା ଦେବେ ।

ପ୍ରିୟଙ୍କା ଗାନ୍ଧୀ ଆହୁରୀ ମଧ୍ୟ କହିଛନ୍ତି ଯେ,  ଏବେ ପାର୍ବଣର ମାହୋଲ ଚାଲିଛି। ଦରଦାମ ବୃଦ୍ଧି  ସାଧାରଣ ଲୋକଙ୍କୁ  ଚିନ୍ତାରେ ପକାଉଛି। ବିଜେପି ସରକାର ସାଧାରଣ ଲୋକଙ୍କୁ ଲୁଟ୍‌ କରିଚାଲିଛି । ଦରଦାମ କମ କରିବା ପରିବର୍ତ୍ତେ ଗ୍ୟାସ ସିଲିଣ୍ଡର, ପେଟ୍ରୋଲ-ଡିଜେଲ, ତେଲ, ପନିପରିବା ମୂଲ୍ୟ ଆକାଶଛୁଆଁ କରିଦେଇଛି । ତେବେ ଆଗକୁ ହେବାକୁ  ଥିବା ନିର୍ବାଚନରେ ଜନତା ଏହାର ଦୃଢ ଜବାବ ଦେବେ ।  ସାଧାରଣ ଜନତା ଏହି ସରକାରଙ୍କୁ କେବେବି କ୍ଷମା କରିବେ ନାହିଁ ।

{"id":538380,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସାଇଜ୍ ଦର କମାଇବା ପରେ ଅନେକ ରାଜ୍ୟ ଟିକସ କମାଇ ଦେଇଛନ୍ତି। ଯାହାଫଳରେ ଏବେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ କମିଛି। ଏହି ରାଜ୍ୟଗୁଡିକ ହେଉଛି ଗୋଆ, ଓଡ଼ିଶା, ବିହାର, ସିକ୍କିମ୍, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ଆସାମ, ତ୍ରିପୁରା ,ହରିୟାଣା ଓ ମଣିପୁର ।

ସେହିପରି ପେଟ୍ରୋଲ ଓ ଡିଜେଲ ଉପରେ ଭାଟ୍ ଲିଟର ପ୍ରତି ୧୨ ଟଙ୍କା କମ କରିବେ ବୋଲି ଉତ୍ତରପ୍ରଦେଶ ସରକାର ଘୋଷଣା କରିଛନ୍ତି। ସିକ୍କିମ ସରକାର ପେଟ୍ରୋଲ ଏବଂ ଡିଜେଲରେ ଭାଟ୍ ୭ ଟଙ୍କା କମ କରିବେ ବୋଲି କହିଛନ୍ତି। ଅନ୍ୟପଟେ ବିହାର ସରକାର ସବୁଠାରୁ କମ ଭାଟ ଶୁଳ୍କ କମାଇଛନ୍ତି । ବିହାର ସରକାର ପେଟ୍ରୋଲରେ ୧. ୩୦ ପଇସା ଓ ଡିଜେଲରେ୧.୯୦ ପଇସା ହ୍ରାସ କରିଛନ୍ତି। ଆସାମ ସରକାର ମଧ୍ୟ ଡିଜେଲ ଓ ପେଟ୍ରୋଲ ଉପରେ ଭାଟ୍‌ ୭ଟଙ୍କା ପର୍ଯ୍ୟନ୍ତ କମାଇବାକୁ ନିଷ୍ପତ୍ତି ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.