‘ନ୍ୟାୟ ନମିଳିବା ଯାଏଁ ଲଢେଇ ଜାରି ରହିବ’- ହାଥରସ୍ ପୀଡିତାଙ୍କ ପରିବାରକୁ ଭେଟିବା ପରେ କହିଲେ ପ୍ରିୟଙ୍କା ଗାନ୍ଧୀ
3/10/2020 at 9:19 PM

ଲକ୍ଷ୍ନୌ, ୦୩ ।୧୦: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ହାଥରସ ଗସ୍ତ କରି ପୀଡିତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି । ଏହାସହ ଅନେକ ସମୟ ଧରି ସେମାନେ ପୀଡିତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ।
ପୀଡିତାଙ୍କ ଘରେ ପହଁଚିବା ପରେ ପ୍ରିୟଙ୍କା ଗାନ୍ଧୀ ପୀଡିତାଙ୍କ ମାଆଙ୍କୁ ଆଲିଙ୍ଗନ କରିଥିଲେ । ଏହାସହ ଶାନ୍ତ୍ୱନା ମଧ୍ୟ ଦେଇଥିଲେ । ପ୍ରାୟ ୧ ଘଣ୍ଟା ଧରି ସେମାନେ ପୀଡିତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ ।
ପରିବାର ଲୋକଙ୍କ ସହ ସାକ୍ଷାତ ପରେ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, କଂଗ୍ରେସ ଅନ୍ୟାୟ ବିରୋଧରେ ଲଢିବ । ପରିବାର ଲୋକେ ଶେଷଥର ପାଇଁ ମଧ୍ୟ ଦୁଷ୍କର୍ମର ଶିକରା ଝିଅର ଚେହେରା ଦେଖିପାରି ନଥିଲେ ।ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜ ଦାୟିତ୍ୱ ଭଲଭାବେ ବୁଝନ୍ତୁ । ନ୍ୟାୟ ନ ମିଳିବା ଯାଏଁ ସେ ଲଢେ ଜାରି ରଖିବେ ବୋଲି କହିଛନ୍ତି ।
ସୂଚନାଯୋଗ୍ୟ, ବହୁ ବାଦ ବିବାଦ ଓ ବିରୋଧ ପରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କାଙ୍କୁ ଉତ୍ତର ପ୍ରଦେଶ ସରକାର ହାଥରସ ଯିବାକୁ ଅନୁମତି ଦେଇଥିଲେ। ରାହୁଲ-ପ୍ରିୟଙ୍କାଙ୍କ ସମେତ ଆଉ ୫ ଜଣଙ୍କୁ ହାଥରସ ଯିବାକୁ ଅନୁମତି ମିଳିଥିଲା। ଅନୁମତି ସହ ସାମାଜିକ ଦୂରତା ନିୟମ ପାଳନ କରିବାକୁ କୁହାଯାଇଥିଲା।