୧୩ ବର୍ଷ ବୟସରେ ପ୍ରିୟଙ୍କା ପ୍ରପୋଜ କଲେ ଜଣେ ସହପାଠୀଙ୍କୁ , ହେଲେ ସେ ପ୍ରତ୍ୟାଖ୍ୟାନ କରିଥିଲେ, ଜାଣନ୍ତୁ ସେ କିଏ

Published By : Prameya-News7 Bureau | January 26, 2019 IST

ଜୟପୁର ୨୬/୧: ସୋନିଆ ଗାନ୍ଧୀଙ୍କ ଝିଅ ଏବଂ ରାହୁଲ ଗାନ୍ଧୀଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ସକ୍ରିୟ ରାଜନୀତିରେ ଯୋଗ ଦେଇଛନ୍ତି। ସେ କଂଗ୍ରେସ ପାର୍ଟିର ମହାସଚିବ। ସେ ୨୦୧୯ ଲୋକସଭା ନିର୍ବାଚନ ଭାର ସମ୍ଭାଳିବେ। ଏପରି ସ୍ଥିତିରେ ତାଙ୍କୁ ନେଇ ବିଭିନ୍ନ ଆଲୋଚନା ଆରମ୍ଭ ହୋଇଯାଇଛି।

{"id":78284,"width":593,"height":332}

କିନ୍ତୁ ଆଜି ଆମେ ପ୍ରିୟଙ୍କା ଗାନ୍ଧୀଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କେତେକ ରୋଚକ କଥା ବିଷୟରେ ଜାଣିବା। ପ୍ରିୟଙ୍କା ଗାନ୍ଧୀ ଯେତେବେଳେ ୧୩ବର୍ଷ ବୟସର ଥିଲେ ରବର୍ଟ ଭଦ୍ରାଙ୍କୁ ଭେଟିଥିଲେ। ପ୍ରିୟଙ୍କା ରବର୍ଟଙ୍କୁ ଦେଖୁ ଦେଖୁ ତାଙ୍କୁ ନିଜ ମନ ଦେଇ ସାରିଥିଲେ। ପ୍ରିୟଙ୍କା ସେହି ସମୟରେ ସ୍କୁଲରେ ପଢ଼ୁଥିଲେ।

{"id":78285,"width":592,"height":345}

ରବର୍ଟ ଭଦ୍ରା ସେହି ସମୟରେ ସ୍କୁଲରେ ପପୁଲାର ଥିଲେ। ପ୍ରିୟଙ୍କା ରବର୍ଟଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ବହୁତ ଉଦ୍ୟମ କରିଥିଲେ। କିନ୍ତୁ ରବର୍ଟଙ୍କ ଉପରେ କିଛି ପ୍ରଭାବ ପଡ଼ିନଥିଲା।

{"id":78286,"width":595,"height":396}

ରବର୍ଟ ଭଦ୍ରାଙ୍କ ଏପରି ବ୍ୟବହାର ଆଗରେ ପ୍ରିୟଙ୍କା କେବେ ହାର ମାନି ନଥିଲେ। ରବର୍ଟ ଭଦ୍ରାଙ୍କୁ ସେ ବାରମ୍ବାର ଦେଖା କରୁଥିଲେ। ଧୀରେ ଧୀରେ ସେମାନଙ୍କ ଦେଖାସାକ୍ଷାତ ବଢ଼ିଥିଲା। ସେମାନଙ୍କ ଭିତରେ ବନ୍ଧୁତା ହୋଇଥିଲା ଏବଂ ଏହି ବନ୍ଧୁତା ଆଗକୁ ପ୍ରେମରେ ପରିବର୍ତ୍ତନ ହୋଇଥିଲା। ଏହା ପରେ ସେମାନେ ବିବାହ କରିଥିଲେ।

{"id":78287,"width":593,"height":434}

ଯେତେବେଳେ ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ହୋଇଥିଲା ସେତେବେଳେ ସେମାନଙ୍କ ମଧ୍ୟରେ ଦୂରତା ସୃଷ୍ଟି ହୋଇଥିଲା। କାରଣ ସେତେବେଳେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ବାହାରକୁ ଯିବା ନିଷେଧ କରାଯାଇଥିଲା। ସେଥିପାଇଁ ସେ ବାହାରର କୈାଣସି ବ୍ୟକ୍ତିଙ୍କୁ ଦେଖା କରି ପାରୁନଥିଲେ। ଏହା ବ୍ୟତୀତ ତାଙ୍କ ପିତା ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ପରେ ସୁରକ୍ଷା କାରଣରୁ ତାଙ୍କ ଏବଂ ରବର୍ଟ ଭଦ୍ରାଙ୍କ ମଧ୍ୟରେ ଦୂରତା ସୃଷ୍ଟି ହୋଇଥିଲା।

{"id":78289,"width":596,"height":372}

ଦୁଇ ଜଣ ଅଲଗା ହୋଇଯାଇଥିଲେ କିନ୍ତୁ ଏକ ଫିଲ୍ମ କାହାଣୀ ଭଳି ୯ବର୍ଷ ପରେ ଦୁଇଜଣ ଏକ କମୋନ୍ ଫ୍ରେଣ୍ଡଙ୍କ ପାର୍ଟିରେ ଦେଖା ହୋଇଥିଲେ। ଏବଂ ସେମାନଙ୍କ ଦେଖା ସାକ୍ଷାତର ଧାରା ପୁଣି ଆରମ୍ଭ ହୋଇଥିଲା। ଏହାପରେ ସେମାନେ ବିବାହ କରିଥିଲେ।

{"id":78290,"width":595,"height":347}

ସେମାନେ ୧୯୯୭ ମସିହାରେ ବିବାହ କରିଥିଲେ । ସେତେବେଳେ ପ୍ରିୟଙ୍କାଙ୍କୁ ୨୦ବର୍ଷ ହୋଇଥିବାବେଳେ ରବର୍ଟଙ୍କୁ ୨୨ବର୍ଷ ବୟସ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.