scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପରଦା ପଛରେ ରହି ଗେମ ଚେଞ୍ଜର ଭଳି କାମ କରନ୍ତି ପ୍ରିୟଙ୍କା; ପ୍ରସ୍ତୁତ କରନ୍ତି କୂଟନୀତି

12/01/2019 at 7:01 PM

ଦିଲ୍ଲୀ ୧୨/୧ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କର ଆଜି ଜନ୍ମଦିନ | ୧୯୭୨ ମସିହା ଜାନୁଆରୀ ୧୨ ତାରିଖରେ ଜନ୍ମ ହୋଇଥିଲେ ପ୍ରିୟଙ୍କା ଗାନ୍ଧୀ | ଆସନ୍ତୁ ଜାଣିବା ପ୍ରିୟଙ୍କାଙ୍କର କିଛି ଖାସ କଥା |

ପ୍ରିୟଙ୍କା ଗାନ୍ଧୀ ରାଜନୀତିରେ ସାମିଲ ହୋଇନାହାନ୍ତି | କିନ୍ତୁ ନିର୍ବାଚନବେଳେ ପ୍ରଚାରକୁ ନେଇ ଏବଂ କଂଗ୍ରେସର ବିଜୟ ପାଇଁ ସେ ଏକ ପ୍ରମୁଖ ଭୂମିକା ନେଇଛନ୍ତି | ପରଦା ପଛରେ ରହି ମଧ୍ୟ ପ୍ରିୟଙ୍କା ରାଜନେତା ଭଳି କାମ କରିଥାନ୍ତି | ପରଦା ପଛରେ ରହି ସେ ରାଜନେତା ଭଳି କୂଟନୀତି ପ୍ରସ୍ତୁତ କରିଥାନ୍ତି |

ଅତୀତରେ କଂଗ୍ରେସ ନେତା ତଥା ପୂର୍ବତ୍ତନ କେନ୍ଦ୍ରୀୟ ମନ୍ତ୍ରୀ ସଲମାନ ଖୁର୍ସିଦ ପ୍ରିୟଙ୍କା ଗାନ୍ଧୀଙ୍କୁ ଗେମ ଚେଞ୍ଜର ବୋଲି ନାଁ ଦେଇଥିଲେ | ୨୦୧୯ ନିର୍ବାଚନରେ ପ୍ରିୟଙ୍କା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି ଖୁର୍ସିଦ କହିଥିଲେ | ସେତେବେଳେ ଦଳ ମଧ୍ୟ ସ୍ୱୀକାର କରିଥିଲା ଯେ, ପ୍ରିୟଙ୍କା ଦଳରେ ନରହି ମଧ୍ୟ କଂଗ୍ରେସ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିଥାନ୍ତି |

୨୦୧୮ ମସିହାରେ କଂଗ୍ରେସ ତରଫରୁ କୁହାଯାଇଥିଲା ଯେ, ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ ଲଢ଼ିବେ ବୋଲି ଭାବିବା ଉଚିତ ନୁହେଁ | କଂଗ୍ରେସ ପ୍ରବକ୍ତା ଅଭିଷେକ ମନୁ ସିଂଘଭି କହିଥିଲେ ଯେ, ପ୍ରିୟଙ୍କା ଗାନ୍ଧୀ ନିଜ କାମ ନିଜେ ସଠିକଭାବେ କରିଥାନ୍ତି |

ସୋନିଆ ଏବଂ ରାହୁଲଙ୍କ ସଂସଦୀୟ କ୍ଷେତ୍ର ରାୟବରେଲୀ ଏବଂ ଅମେଠିରେ ମଧ୍ୟ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ ପ୍ରଚାର କରିବାକୁ ଯାଇଥାନ୍ତି | ଲୋକଙ୍କ ଉପରେ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରଚାର ଭଲ ପ୍ରଭାବ ପକାଇଥାଏ | ମୁଖ୍ୟତଃ ଗରିବ ଏବଂ ମହିଳାମାନଙ୍କ ପାଖକୁ ଯାଇଥାନ୍ତି ପ୍ରିୟଙ୍କା | ମହିଳାମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥାନ୍ତି | ଦଳ ଉପରେ ଭରସା କରିବାକୁ ଲୋକଙ୍କୁ ବୁଝାଇଥାନ୍ତି |

୨୦୧୨ ମସିହା ବିଧାନସଭା ନିର୍ବାଚନ ବେଳେ ରାୟବରେଲୀ ଏବଂ ଅମେଠିରେ ମଧ୍ୟ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ ପ୍ରଚାର କରିଥିଲେ | ପ୍ରିୟଙ୍କାଙ୍କ ନିର୍ଵାଚନ ପ୍ରଚାର ଢଙ୍ଗକୁ ଦେଖି ଅନେକ ବିଶିଷ୍ଟ ଲୋକେ ମତ ଦେଇଥାନ୍ତି ଯେ, ପ୍ରିୟଙ୍କାଙ୍କ ଭିତରେ ଜଣେ ଅଭଜ୍ଞ ଲିଡରର ସମ୍ଭାବନା ରହିଛି |

୧୯୯୭ ମସିହାରେ ପ୍ରିୟଙ୍କା ଗାନ୍ଧୀ ରୋବର୍ଟ ବାଡ୍ରାଙ୍କୁ ବିବାହ କରିଥିଲେ | ରୋବର୍ଟ ମଧ୍ୟ ପ୍ରିୟଙ୍କାଙ୍କ ସହ ଅନେକ ନିର୍ବାଚନ ପ୍ରଚାରରେ ଯୋଗ ଦେଇଛନ୍ତି | ପ୍ରିୟଙ୍କାଙ୍କର ଦୁଇଟି ସନ୍ତାନ |

   Related Posts