LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ରାହୁଲ ଅଯୋଗ୍ୟ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲେ ପ୍ରିୟଙ୍କା; କହିଲେ, ଆମ ରକ୍ତରେ ନାହିଁ…

24/03/2023 at 8:32 PM

ନୂଆଦିଲ୍ଲୀ: ୱାୟନଡ଼ ସାଂସଦ ରାହୁଲ ଗାନ୍ଧୀ ଲୋକସଭାରୁ ଅଯୋଗ୍ୟ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବର୍ଷିଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ପ୍ରଧାନମନ୍ତ୍ରୀ ଅନୁସାରଣକାରୀମାନେ ତାଙ୍କ ପରିବାର ସହ କାଶ୍ମୀର ପଣ୍ଡିତ ଗୋଷ୍ଠୀଙ୍କୁ ଅପମାନିତ କରିଛନ୍ତି ବୋଲି କହି ସେ ଟ୍ୱିଟ୍ କରି ମୋଦୀଙ୍କ ଉପରେ ବର୍ଷିଛନ୍ତି।

ପ୍ରିୟଙ୍କା ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି ଯେ ବିଜେପି ନେତାମାନେ ଜଣେ ସହିଦ ପ୍ରଧାନମନ୍ତ୍ରୀଙ୍କ ପୁଅକୁ ଦେଶଦ୍ରୋହୀ କହୁଛନ୍ତି। ରାହୁଲ ଗାନ୍ଧୀଙ୍କର ବାପା କିଏ ବୋଲି ସେମାନେ ପ୍ରଶ୍ନ କରୁଛନ୍ତି ବୋଲି ପ୍ରିୟଙ୍କା କହିଛନ୍ତି। ଗାନ୍ଧୀ ପରିବାର ସବୁବେଳେ ଲୋକମାନଙ୍କ ପାଇଁ ସ୍ୱର ଉଠାଇଛନ୍ତି ଓ ସତ୍ୟ ପାଇଁ ପିଢ଼ି ପିଢ଼ି ଧରି ଲଢେଇ କରିଛନ୍ତି ବୋଲି ପ୍ରିୟଙ୍କା କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି ପ୍ରିୟଙ୍କା। ସେ କହିଛନ୍ତି “ତୁମେ ଯାହା ଚାହଁ କରିପାର। କିନ୍ତୁ ଗାନ୍ଧୀ ପରିବାର ଭୀରୁଙ୍କ ସମ୍ମୁଖରେ ମଥାନତ କରିପାରିବ ନାହିଁ କି ତୁମ ଭଳି କ୍ଷମତାଲିପ୍ସୁ ଏକଛତ୍ରବାଦୀ ସମ୍ମୁଖରେ ମଥାନତ କରିପାରିବ ନାହିଁ।”

ନିରବ ମୋଦୀ ଓ ମେହୁଲ ଚୋକ୍‌ସୀଙ୍କ ଉଦାହରଣ ଦେଇ ପ୍ରିୟଙ୍କା ଗନ୍ଧୀ କହିଛନ୍ତି ଯେ କାହିଁକି ଗୌତମ ଆଦାନୀ ଦେଶର ଲୋକ ଓ ସଂସଦ ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଗଲେ? ଅଦାନୀଙ୍କ ଲୁଟ୍ ବିଷୟରେ ପ୍ରଶ୍ନ ଉଠିବା ପରେ କାହିଁକି ତାଙ୍କୁ ଏତେ ଆଘାତ ଲାଗିଲା ବୋଲି ପ୍ରିୟଙ୍କା ପ୍ରଶ୍ନ କରିଛନ୍ତି।

ପ୍ରଥମ ଟ୍ୱିଟ୍‌ରେ ଆଦାନୀଙ୍କ କଥା ଉଠାଇ ପ୍ରିୟଙ୍କା ଟ୍ୱିଟ୍ କରି ଲେଖିଛନ୍ତି “ ନିରବ ମୋଦୀ ଦୁର୍ନୀତି ୧୪୦୦୦ କୋଟି, ଲଳିତ ମୋଦୀ ଦୁର୍ନୀତି ୪୨୫ କୋଟି। ମେହୁଲ ଚୋକ୍‌ସୀ ଦୁର୍ନୀତି ୧୩,୫୦୦ କୋଟି। ଯେଉଁମାନେ ଦେଶରେ ଅର୍ଥ ଲୁଟିଲେ ବିଜେପି କାହିଁକି ସେମାନଙ୍କୁ ସୁରକ୍ଷା ଦେଉଛି? ତଦନ୍ତରୁ କାହିଁକି ପଛଘୁଞ୍ଚା ଦେଉଛି ? ଯେଉଁମାନେ ଏହାରି ଉପରେ ପ୍ରଶ୍ନ ଉଠାଉଛନ୍ତି ସେମାନଙ୍କ ଉପରେ ମକଦ୍ଦମା ଲଦାଯାଉଛି। ବିଜେପି କଣ ଦୁର୍ନୀତିଗ୍ରସ୍ତମାନଙ୍କୁ ସମର୍ଥନ କରୁଛି କି ?”

ଦ୍ୱିତୀୟ ଟ୍ୱିଟ୍‌ରେ ପ୍ରିୟଙ୍କା ଲେଖିଲେ “ ଭରା ସଂସଦ ସାମ୍ନାରେ ନିଜ ପିରବାର ଓ କାଶ୍ମୀର ପଣ୍ଡିତଙ୍କ ଗୋଷ୍ଠୀକୁ ଅପମାନ କରି ପଚାରିଲେ ଯେ ସେ ନେହରୁ ନାଁ କାହିଁକି ରଖୁ ନାହାନ୍ତି? ଏଥିରେ ଆପଣଙ୍କୁ କୌଣସି ବିଚାରପତି ଦଣ୍ଡ ଦେଲେ ନାହିଁ। ଆପଣଙ୍କୁ ସଂସଦରେ ଅଯୋଗ୍ୟ ଘୋଷଣା କରାଗଲା ନାହିଁ। ରାହୁଲ ଜୀ ଜଣେ ସଚ୍ଚା ଦେଶଭକ୍ତ ଭାବେ ଆଦାନୀ ଲୁଟ ଉପରେ ପ୍ରଶ୍ନ ଉଠାଇଲେ। ନିରବ ମୋଦୀ ଓ ମେହଲୁ ଚୋକ୍‌ସୀଙ୍କୁ ନେଇ ପ୍ରଶ୍ନ କଲେ। କଣ ଆପଣଙ୍କ ବନ୍ଧୁ ଗୌତମ ଆଦାନୀ ଦେଶର ସଂସଦ ଓ ଭାରତର ମହାନ ଜନତାଙ୍କ ଠାରୁ ଏତେ ବଡ଼ ହୋଇଗଲେ ଯେ ତାଙ୍କ ଲୁଟ୍ ଉପରେ ପ୍ରଶ୍ନ କରିବାରୁ ଆପଣ ବିଳିବିଳେଇ ଉଠିଲେ? ଆପଣ ମୋ ପରିବାରକୁ ପରିବାରବାଦୀ କହୁଛନ୍ତି। କିନ୍ତୁ ଜାଣି ରଖନ୍ତୁ ଯେ ଏହି ପରିବାର ଭାରତ ଗଣତନ୍ତ୍ରକୁ ନିଜ ରକ୍ତ ଦେଇଛି।”

ତୃତୀୟ ଟ୍ୱିଟ୍‌ରେ ପ୍ରିୟଙ୍କା ଲେଖିଛନ୍ତି “ଯେଉଁ ପରିବାରକୁ ଆପଣ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି ଏହି ପରିବାର ଭାରତର ଜନତାଙ୍କ ସ୍ୱର ଶାଣିତ କରିଛି ଓ ପିଢ଼ି ପିଢ଼ି ଧରି ସତ୍ୟର ଲଢ଼େଇ ଲଢ଼ିଛି। ଆମ ଶରୀରରେ ଯେଉଁ ରକ୍ତ ବହୁଛି ସେଥିରେ ଏକ ବିଶେଷତ୍ୱ ରହିଛି। ଆପଣଙ୍କ ଭଲି ଭୀରୁ କ୍ଷମତାଲୋଭି ଏକଛତ୍ରବାଦୀଙ୍କ ସାମ୍ନାରେ କେବେ ବି ନଇଁ ନାହିଁ କି କେବେ ବି ନଇଁବନି। ଆପଣ କିଛି ବି କରନ୍ତୁ।”

   Related Posts