ସଂସଦରେ BJPକୁ ଘେରିଲେ ପ୍ରିୟଙ୍କା ଗାନ୍ଧି, କହିଲେ- ନେହେରୁଙ୍କ କଥା ଛାଡ, ଆଗ କୁହ ତମେ ଦେଶପାଇଁ କରିଛ କ’ଣ?

Published By : Prameya-News7 Bureau | December 13, 2024 IST

ନୂଆଦିଲ୍ଲୀ ୧୩।୧୨: ଲୋକସଭାରେ ସମ୍ବିଧାନ ଉପରେ ଆଲୋଚନା କାଳରେ ଶୁକ୍ରବାର ୱାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧି ବିଜେପି ଓ ମୋଦି ସରକାରଙ୍କୁ ଘେରିଛନ୍ତି। ରାଜନାଥ ସିଂହଙ୍କ ଅଭିଯୋଗର ଜବାବ ରଖି ପ୍ରିୟଙ୍କା ଗାନ୍ଧି କହିଛନ୍ତି ଯେ ସବୁ ପାଇଁ ଏବେ ଜବାହାରଲାଲ ନେହେରୁଙ୍କ ଦାୟି କରାଯାଉଛି, ଆପଣମାନେ ବର୍ତ୍ତମାନର କଥା  କାହିଁ କି କହୁ ନାହାନ୍ତି?  

ପ୍ରିୟଙ୍କା ଗାନ୍ଧି କହିଛନ୍ତି ଦେଶର କୃଷି ଆଇନ ପ୍ରଭାବଶାଳୀ ଲୋକଙ୍କ ନିମନ୍ତେ କରାଯାଇଛି। ସବୁ ସଡକ, ରେଳପଥ ଓ ବିମାନ ବନ୍ଦର କାମ ଦେଶରେ ଜଣେ ବ୍ୟବସାୟୀଙ୍କୁ ଦିଆଯାଉଛି। ସରକାର ଆଦାନୀଙ୍କ ପକ୍ଷ ନେଉଛନ୍ତି। ଲୋକେ ଭାବିଥିଲେ ସେମ୍ବିଧାନ ସେମାନଙ୍କ ରକ୍ଷା କରିବ, ହେଲେ ସେମାନଙ୍କର ଆଶାଭରସା ମଧ୍ୟ ଭାଙ୍ଗିବାକୁ ଲାଗିଲାଣି। ସେ କହିଛନ୍ତି ଯେ ଆଜି ସଂସଦରେ ବସିଥିବା ଶାସକ ଦଳର ଲୋକେ ଅତୀତର କଥା କହୁଛନ୍ତି। ଆପଣମାନେ ବର୍ତ୍ତମାନର କଥା କୁହନ୍ତୁ, ଆପଣ କୁହନ୍ତୁ ଆପଣଙ୍କ ଦାୟିତ୍ୱ କଣ ଓ କରୁଛନ୍ତି କ’ଣ?


ଦେଶରେ ଚାଷୀ ଆଜି ଚିନ୍ତାଗ୍ରସ୍ତ, କ୍ଷୁଦ୍ର ଓ ନାମମାତ୍ର ଚାଷୀ କାନ୍ଦୁଛନ୍ତି। କାରଣ କେବଳ ଜଣକ ଲାଗି ଆଜି ଦେଶରେ ସବୁକିଛି ବଦଳା ଯାଉଛି। ଏହି ସରକାରରେ ଆଦାନୀଙ୍କୁ ସବୁ କୋଲ୍ଡ ଷ୍ଟୋର ଦେଇ ଦିଆଯାଇଛି। ଦେଶ ଦେଖୁଛି କେବଳ ଜଣେ ବ୍ୟକ୍ତିର ସୁରକ୍ଷା ଲାଗି ୧୪୨ କୋଟି ଲୋକଙ୍କୁ ହତାଦାର କରାଯାଉଛି। ସେ କହିଛନ୍ତି ଯେ ଦେଶର ସାରା ବ୍ୟବସାୟ, ସବୁ ସଂଶାଧନ ଓ ସମସ୍ତ ସୁଯୋଗ ଜଣିଏ ମାତ୍ର ବ୍ୟକ୍ତିକୁ ଦିଆଯାଉଛି। ଜନତାଙ୍କ ମନରେ ଗୋଟେ ବିଶ୍ୱାସ ଥିଲା ଯଦି କିଛି ବି ନ ହୁଏ ତେବେ ସମ୍ବିଧାନ ସେମାନଙ୍କ ରକ୍ଷା କରିବ। କିନ୍ତୁ ଦେଶରେ ଆଜି ଅସମାନତା ବଢିବାରେ ଲାଗିଛି। ଧନୀ ଅଧିକ ଧନୀ ହେଉଥିବା ବେଳେ ଗରିବ ଆହୁରି ଗରିବ ହେବାରେ ଲାଗିଛି। 



ପ୍ରିୟଙ୍କା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ସଂସଦରେ ସମ୍ବିଧାନ ବହିକୁ ମଥାରେ ଲଗାଉଛନ୍ତି, କିନ୍ତୁ ମଣିପୁରରେ, ସମ୍ଭଲରେ ନ୍ୟାୟ ପାଇଁ ଗୁହାରି ହେଉଛି ଏଥିରେ ପ୍ରଧାନମନ୍ତ୍ରୀଙ୍କ ମଥାରେ କୁଞ୍ଚନ ବି ପଡୁନି। ସେ ବୋଧେ ବୁଝି ପାରି ନାହାନ୍ତି ଭାରତର ସମ୍ବିଧାନ ସଂଘର ବିଧାନ ନୁହେଁ । ଭାରତର ସମ୍ବିଧାନ ଆମକୁ ଏକତା ଦେଇଛି, ଆମକୁ ଭାଇଚାରା ସମ୍ପର୍କ ଦେଇଛି। ତେବେ ରାଜନୈତିକ ଲାଭ ପାଇଁ ସମ୍ବିଧାନ ଛାଡନ୍ତୁ ଦେଶର ଏକତାକୁ ମଧ୍ୟ ସୁରକ୍ଷିତ କରିପାରୁ ନାହାନ୍ତି। ସେମାନଙ୍କ କହିବା କଥା ହେଉଛି ଅଲଗା ଅଲଗା ଏହି ଦେଶର ଅଲଗା ଅଂଶ। ତେବେ ଆମ ସମ୍ବିଧାନ କହୁଛି ଏହି ଦେଶ ଏକ ଓ ଏକ ହୋଇ ରହିବ। 


ଯେଉଁଠି ଖୋଲା ବିବାଦ ହେଉଥିଲା ଅଭିବ୍ୟକ୍ତିର ଅଧିକାର ସେଠି ରକ୍ଷା କବଚ ହେଉଥିଲା, ଏମାନେ ଭୟର ପରିବେଶ ସୃଷ୍ଟି କରୁଛନ୍ତି। ମୋ ଶାସକ ଦଳର ସାଥୀମାନେ ପ୍ରାୟତଃ ୭୫ ବର୍ଷର କଥା କହୁଛନ୍ତି, ହେଲେ ୭୫ ବର୍ଷରେ ଏହି ଆଶା, ଏହି ଅଭିବ୍ୟକ୍ତିର ଜ୍ୟୋତି ଥମିଯାଇନି। ଜନତା ଯେବେବି ଅସନ୍ତୁଷ୍ଟ ହୋଇଛନ୍ତି କ୍ଷମତାକୁ ଆହ୍ୱାନ ଦେଇଛନ୍ତି। ଚା ଦୋକାନ, ଛକର ଦୋକାନରେ ଚର୍ଚ୍ଚା କେବେ ବନ୍ଦ ହୋଇ ନାହିଁ। ହେଲେ ଆଜି ସେହି ପରିବେଶ ନାହିଁ, ଆଜି ଜନତାଙ୍କୁ ସତ କହିଲେ ଡରା ଯାଉଛି ବୋଲି କହିଛନ୍ତି। 




News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.