ନବରାତ୍ରି ବ୍ରତ ପାଳନ କରୁଛନ୍ତି ପ୍ରିୟଙ୍କା: ଦଳ ତରଫରୁ ଦିଆଯାଇଛି ସୂଚନା

Published By : Prameya-News7 Bureau | October 07, 2021 IST

ନୂଆଦିଲ୍ଲୀ ୦୭/୧୦ : କଂଗ୍ରେସ ନେତା ଓ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଦଳ ତରଫରୁ ସୂଚନା ଦିଆଯାଇଛି ଯେ ପ୍ରିୟଙ୍କା ଗାନ୍ଧୀ ଏଥର ନବରାତ୍ରି ବ୍ରତ ପାଳନ କରୁଛନ୍ତି। ତେବେ ଏ ସମ୍ବନ୍ଧରେ ପ୍ରିୟଙ୍କାଙ୍କ ତରଫରୁ କିଛି ସୂଚନା ଦିଆଯାଇ ନାହିଁ। ତେବେ ପ୍ରାପ୍ତ ସୂଚନାରୁ ଜଣାପଡିନାହିଁ ଯେ ପ୍ରିୟଙ୍କା ଉପବାସ କରିବେ ନା ଫଳ ଆହାର କରିବେ।

wp:embed {"url":"https://twitter.com/INCIndia/status/1446041356795736064","type":"rich","providerNameSlug":"twitter","responsive":true}
https://twitter.com/INCIndia/status/1446041356795736064
/wp:embed

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଟ୍ୱିଟ କରି ଦେଶବାସୀଙ୍କୁ ନବରାତ୍ରିର ଶୁଭକାମନା ଜଣାଇଛନ୍ତି। ଟ୍ୱିଟ କରି ସେ ଲେଖିଛନ୍ତି, ଆପଣ ସମସ୍ତଙ୍କୁ ନବରାତ୍ରିର ଶୁଭକାମନା। ରାହୁଲଙ୍କ ଛଡା ଆହୁରି ଅନେକ ନେତା-ମନ୍ତ୍ରୀ ଦେଶବାସୀଙ୍କୁ ନବରାତ୍ରିର ଶୁଭେଚ୍ଛା ଜଣାଇଛନ୍ତି।

ଗୁରୁବାର ଠାରୁ ଶାରଦୀୟ ନବରାତ୍ରି ବ୍ରତ ଆରମ୍ଭ ହୋଇଛି। ଆଜି ନବରାତ୍ରିର ପ୍ରଥମ ଦିନ। ପ୍ରଥମ ଦିନରେ ମା' ଶୈଳପୁତ୍ରୀଙ୍କୁ ଆରାଧନା କରାଯାଏ। ନବରାତ୍ରିରେ ୯ ଦିନ ବ୍ରତ ବହୁତ ଧୂମଧାମରେ ପାଳନ କରାଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.