previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟନା : ନୀତୀଶ କୁମାରଙ୍କ ଅଷ୍ଟମ ପାଳି, ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ
  • ||
  • ରାଜ୍ୟରେ କମିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୫୩ କୋଭିଡ୍ ପଜିଟିଭ୍
  • ||
  • ବ୍ରହ୍ମପୁର: ଗଞ୍ଜେଇ ଚାଲାଣ ବେଳେ ଧରାପଡିଲା ସୁନା ତସ୍କରୀ, ୨୦ ସୁନା ବିସ୍କୁଟ ଜବତ
  • ||
  • ସୋର : ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ୍, ୩୦ରୁ ଅଧିକ ଆହତ
  • ||

‘ଯୁବକଙ୍କୁ ଭାଷଣ ନୁହେଁ ଚାକିରି ଦରକାର’, ମୋଦୀ ସରକାରକୁ ପ୍ରିୟଙ୍କାଙ୍କ ଆକ୍ଷେପ

1/09/2020 at 5:40 PM

ନୂଆଦିଲ୍ଲୀ ୦୧।୦୯: କରୋନା ଓ ଚୀନ ସହିତ ସୀମା ବିବାଦରେ କେନ୍ଦ୍ରକୁ ଲଗାତାର ଘେରୁଥିବା କଂଗ୍ରେସ ଏବେ ବଢୁଥିବା ବେରୋଜଗାରି ତଥା ରସାତଳଗାମୀ ଅର୍ଥବ୍ୟବସ୍ଥାକୁ ନେଇ ସରକାର ଉପରେ ଆକ୍ରମଣ ଆରମ୍ଭ କରି ଦେଇଛି। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦୀର୍ଘ ସମୟ ଧରି ଅଟକି ରହିଥିବା ଏସଏସସି ଓ ରେଲଓ୍ଵେ ପରୀକ୍ଷାକୁ ନେଇ ମୋଦୀ ସରକାରଙ୍କ ଉପରେ ଶାଣିତ ସ୍ଵରରେ ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯୁବ ବର୍ଗଙ୍କୁ ଭାଷଣ ନୁହେଁ ଚାକିରି ଦରକାର।

ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ମଙ୍ଗଳବାର ମେଦୀ ସରକାରଙ୍କ ଉପରେ ନିଶାଣ କରି କହିଛନ୍ତି ଏସଏସସି ଓ ରେଲଓ୍ଵେ ଅନେକ ଗୁଡାଏ ପରୀକ୍ଷାର ପରିଣାମ ଘୋଷଣା ନକରି ବର୍ଷ ବର୍ଷ ଧରି ଅଟକାଇ ରଖାଯାଇଛି। କାହାର ରେଜଲ୍ଟ ଅଟକି ରହିଛି ତ ଆଉ କାହାର ପରୀକ୍ଷା ଅଟକି ରହିଛି। ଆଉ କେତେ ଦିନ ସରକାର ଯୁବକଙ୍କ ଧୈର୍ଯ୍ୟର ପରୀକ୍ଷା ନେବେ। ଯୁବ ବର୍ଗଙ୍କ କଥା ଶୁଣିବା ଦରକାର। ଯୁବକଙ୍କୁ ଭାଷଣ ନୁହେଁ ଚାକିରି ଦରକାର।

ଏହା ପୂର୍ବରୁ ପ୍ରିୟଙ୍କା ଗାନ୍ଧୀ ହ୍ରାସ ହୋଇଥିବା ଜିଡିପି ଉପରେ ଆଜି ମଧ୍ୟ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଆଜିଠୁ ୬ ମାସ ପୂର୍ବେ ରାହୁଲ ଗାନ୍ଧୀ ଆର୍ଥିକ ସୁନାମୀ ଆସିବାର କଥା କହିଥିଲେ। କରୋନା ସଙ୍କଟ ସମୟରେ ହାତୀର ଦାନ୍ତ ଦେଖାଇବା ପରି ଏକ ପ୍ୟାକେଜ୍ ଘୋଷଣା ହେଲା। ମାତ୍ର ଆଜି ଦେଶର ଅବସ୍ଥା ଦେଖନ୍ତୁ। ଜିଡିପି ୨୩.୦୯ ପ୍ରତିଶତ ତଳକୁ ଖସିଛି। ବିଜେପି ସରକାର ଦେଶର ଅର୍ଥବ୍ୟବସ୍ଥାକୁ ବୁଡାଇ ଦେଇଛନ୍ତି।

କଂଗ୍ରେସ  ନେତା ରାହୁଲ ଗାନ୍ଧୀ ଜିଡିପିକୁ ନେଇ ଟ୍ଵିଟ୍ କରି କହିଥିଲେ, ଜିଡିପି ୨୪ ପ୍ରତିଶତ ତଳକୁ ଖସିଥିଲା। ସ୍ଵାଧୀନ ଭାରତରେ ଜିଡିପିରେ ଏହା ହେଉଛି ସବୁଠୁ ବଡ ହ୍ରାସ। ବଢୁଥିବା ବେରୋଜଗାରୀ ଓ ନିଯୁକ୍ତିକୁ ନେଇ ହେଉଥିବା ପରୀକ୍ଷା ଘୁଞ୍ଚାଇବା ଉପରେ କଂଗ୍ରେସ ମୋଦୀ ସରକାର ଉପରେ ମଧ୍ୟ ହମଲା କରିଛି।

   Related Posts