ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଲେ ମହିଳା, ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ ହେଲେ ନିକ୍‌ ଏବଂ ତାଙ୍କ ଭାଇ

Published By : Prameya-News7 Bureau | November 29, 2020 IST

ମୁମ୍ବାଇ ୨୯/୧୧: ବଲିଉଡରୁ ହଲିଉଡ ନିଜର ପରିଚୟ ତିଆରି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି। ତାଙ୍କର ଏକ ବଲିଉଡ ଫିଲ୍ମ ‘ଦ ହ୍ବାଇଟ୍‌ ଟାଇଗର’ର ଟ୍ରେଲର ମଧ୍ୟ ରିଲିଜ୍‌ ହୋଇଛି। ଏହି ଫିଲ୍ମରେ ରାଜକୁମାର ରାଓଙ୍କ ସହ ନଜର ଆସିବେ ପ୍ରିୟଙ୍କା। ତେବେ ପ୍ରିୟଙ୍କା ଜଣେ ହଲିଉଡ ଅଭିନେତାଙ୍କୁ ବିବାହ କରିଛନ୍ତି ତାହା କାହାକୁ ଅଛପା ନାହିଁ। ହଲିଉଡ ସିଙ୍ଗର ତଥା ଆକ୍ଟର ନିକ୍‌ ଜୋନାସ୍‌ଙ୍କୁ ପ୍ରିୟଙ୍କା ବିବାହ କରିଛନ୍ତି।

ପ୍ରିୟଙ୍କା-ନିକ୍‌ ଯୋଡ଼ିଙ୍କୁ ପ୍ରଶଂସକ ପସନ୍ଦ ମଧ୍ୟ କରନ୍ତି। କିନ୍ତୁ ଏହାରି ଭିତରେ ନିକ୍‌ ଓ ତାଙ୍କ ଭାଇମାନଙ୍କ ବିରୋଧରେ ଜଣେ ମହିଳା ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଯାହାକୁ ନେଇ ସୋସିଆଲ୍‌ ମିଡିଆରେ ନିକ୍‌ଙ୍କୁ ଟ୍ରୋଲ୍‌ ହେବାକୁ ପଡ଼ିଛି।

ଟେଲର ଗାରୋନ୍‌ ନାମକ ଜଣେ ମହିଳା ନିକ୍‌ ଜୋନାସ୍‌ ଓ ତାଙ୍କର ଦୁଇ ଭାଇଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଟେଲର ଟ୍ବିଟ୍‌ କରି ଲେଖିଛନ୍ତି, ‘ଧନ୍ୟବାଦ ଜ୍ଞାପନ ସମାରୋହରେ ନିକ୍‌ ଓ ତାଙ୍କ ଭାଇମାନେ ତାଙ୍କୁ ଥଟ୍ଟା କରିଥିଲେ। ଏହା ସହ ସେମାନେ ହଇରାଣ ହରକତ ମଧ୍ୟ କରିଥିଲେ।’ ଏବେ ସୋସିଆଲ୍‌ ମିଡିଆରେ ଟେଲରଙ୍କ ଏହି ଟ୍ବିଟ୍‌ ଭାଇରାଲ ହେଉଛି।

wp:core-embed/twitter {"url":"https://twitter.com/taylorgarron/status/1331989091920056321","type":"rich","providerNameSlug":"twitter","className":""}
https://twitter.com/taylorgarron/status/1331989091920056321
/wp:core-embed/twitter

ତେବେ ଏଭଳି ଏକ ଅଭିଯୋଗ ସମ୍ପର୍କରେ ନିକ୍‌ ଜୋନାସ୍‌ଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ତାଙ୍କ ପତ୍ନୀ ପ୍ରିୟଙ୍କା ମଧ୍ୟ କିଛି ଜବାବ ଦେଇନାହାନ୍ତି। ସୂଚନା ଅନୁସାରେ ପ୍ରିୟଙ୍କା ଚୋପ୍ରା ଏବେ ଗୋଟିଏ ବଲିଉଡ୍‌ ଫିଲ୍ମ ‘ଦ ହ୍ବାଇଟ୍‌ ଟାଇଗର’ ଓ ଦୁଇଟି ହଲିଉଡ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.