WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଝିଅ ମାଲତୀ ସହ ଆନିମଲ ଫାର୍ମରେ ମଜା ଉଠାଉଛନ୍ତି ପ୍ରିୟଙ୍କା, ସେୟାର କଲେ ଫଟୋ

24/09/2023 at 9:02 AM

ମୁମ୍ଵାଇ ୨୪।୦୯: ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା । ଗତବର୍ଷ ଜାନୁୟାରୀରେ ଏହି ପ୍ରିୟଙ୍କ ଏବଂ ନିକ୍‌ ମାଳତିଙ୍କୁ ଜନ୍ମ ଦେଇଥିଲେ। ଏମାନେ ସବୁବେଳେ ଇନଷ୍ଟାଗ୍ରାମରେ ତାଙ୍କ ଝିଅ ମାଳତିଙ୍କ ସହ ଫଟୋ ଓ ଭିଡିଓ ସେୟାର କରି ଆସୁଛନ୍ତି। ପ୍ରିୟଙ୍କା ତାଙ୍କ ଝିଅ ସହ ବିତାଇଥିବା ମୂଲ୍ୟବାନ ସମୟର ଖୁବ୍‌ ପସନ୍ଦ କରନ୍ତି। ନିକଟରେ ଶନିବାର ସକାଳେ ପିସି ତାଙ୍କ ଇନଷ୍ଟାଗ୍ରାମରେ ମାଳତିଙ୍କ ସହ ଏକ ଭିଡିଓ ସେୟାର କରିଛନ୍ତ। ଯେଉଁଥିରେ ତାଙ୍କ ପ୍ରଶଂସକଙ୍କୁ ‘ଫାର୍ମ ଲାଇଫ’ର ମଜା ଉଠାଉଥିବାର ଏକ ଝଲକ ଦେଖିବାକୁ ମିଳିଛି।

ଇନଷ୍ଟାଗ୍ରାମରେ ପ୍ରିୟଙ୍କା ସେୟାର କରିଥିବା ଭିଡିଓରେ ପ୍ରଥମେ ମାଳତିଙ୍କୁ ଧରି ବୁଲୁଥିବାର ନଜର ଆସିଛନ୍ତି। ଏହି ସମୟରେ ପିସି ଏକ ଧଳା ସାର୍ଟ ଏବଂ ବେଜ ପ୍ୟାଣ୍ଟ ଏବଂ ଏକ ନୀଳ ବେସବଲ କ୍ୟାପରେ ଦେଖାଯାଏ। ମାଳତୀ ଏକ ସୁନ୍ଦର ନୀଳ ଏବଂ ନାଲି ଫୁଲ୍ ସ୍ଲିଭ୍ ଜମ୍ପସୁଟ୍ ପିନ୍ଧିଛନ୍ତି । ନିକ ଜୋନାସଙ୍କ ଭାଇ ଫ୍ରାଙ୍କଲିନ ଜୋନାସ ମଧ୍ୟ ତାଙ୍କ ସହ ନଜର ଆସିଥିଲେ ଏବଂ ଭିଡିଓରେ କିଛି ପକ୍ଷୀ ଧରିଥିବାର ନଜର ଆସିଛନ୍ତି। ଏହା ପରେ ମାଲତି ପଶୁମାନଙ୍କୁ ଦେଖୁଥିବାର ଦେଖାଯାଏ। ପ୍ରିୟଙ୍କା ଏଡି ଭିଡିଓକୁ ସେୟାର କରିବା ସହ ଲେଖିଛନ୍ତି, ହମାରେ ପସନ୍ଦିତା ଚାଚା @franklinjonas ଙ୍କ ସହ ଖୁସି @kfar_saba_urban_farmରେ ଫାର୍ମ ଲାଇଫ ବହୁତ ମଜାଦାର। ମିସ ଲିମୋରେ, #ବକରିକୁ ଧନ୍ୟବାଦ।

   Related Posts