ପ୍ରିୟଙ୍କା ଚୋପ୍ରାଙ୍କ ଡ୍ରେସରେ ଡିଜାଇନରଙ୍କ କମେଣ୍ଟ : ସମର୍ଥନ କଲେ ଏହି ଅଭିନେତ୍ରୀ
28/01/2020 at 5:37 PM

ମୁମ୍ବାଇ ୨୮/୧: ଆନ୍ତର୍ଜାତୀୟ ଷ୍ଟାର୍ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜୋନସ୍ ଚଳିତ ବର୍ଷ ଗ୍ରାମୀ ଆଓ୍ବାର୍ଡ଼ସରେ ଖୁବ୍ ଚର୍ଚ୍ଚିତ ହୋଇଥିଲେ। ଦୁହେଁ ଭିନ୍ନ ଲୁକରେ ରବିବାର ରାତିରେ କାର୍ଯ୍ୟକ୍ରମକୁ ପହଞ୍ଚିଥିଲେ ଏବଂ ଅନେକ ଫଟୋ ଉଠାଇଥିଲେ। ଦେଖୁ ଦେଖୁ ଫଟୋ ଇଣ୍ଟରନେଟରେ ଭାଇରାଲ୍ ହୋଇଯାଇଥିଲା ଏବଂ ସମସ୍ତେ ପ୍ରିୟଙ୍କାଙ୍କ ରାଲ୍ଫ ଏଣ୍ଡ ରୁସୋ ଗାଉନ୍ ବିଷୟରେ ଆଲୋଚନା କରିଥିଲେ। ଏଥିପାଇଁ ସେ ଅନଲାଇନ୍ ଟ୍ରୋଲିଙ୍ଗର ଶିକାର ହୋଇଥିଲେ।

ପ୍ରାୟ ସମସ୍ତ ଲୋକଙ୍କୁ ଆଉଟଫିଟ୍ ଏବଂ ପ୍ରିୟଙ୍କାଙ୍କ କନଫିଡେନ୍ସ ପସନ୍ଦ ଆସିଥିଲା କିନ୍ତୁ କେତେକ ଲୋକ ତାଙ୍କୁ ଏଥିପାଇଁ ନିନ୍ଦା କରିଥିଲେ। କେତେକ ଲୋକେ କହିଥିଲେ ଯେ ପ୍ରିୟଙ୍କାଙ୍କୁ ତାଙ୍କ ଶରୀର ଗଠନ ହିସାବରେ ପିନ୍ଧିବା ଆବଶ୍ୟକ। ଏହି ସବୁ କମେଣ୍ଟ ଉପରେ ବଲିଉଡ ଅଭିନେତ୍ରୀ ସୁଚିତ୍ରା କୃଷ୍ଣମୂର୍ତ୍ତୀ ପ୍ରିୟଙ୍କାଙ୍କୁ ପ୍ରତିରକ୍ଷା କରିବାକୁ ଯାଇ କହିଥିଲେ ,‘କ’ଣ କେବେ କେହି ପୁରୁଷଙ୍କ ପେଟରେ କମେଣ୍ଟ କରିଥାଏ?’
ଶାହରୁଖ ଖାନ୍ ଅଭିନୀତ ଫିଲ୍ମ ‘କଭି ହାଁ କଭି ନାଁ’,‘ରୋମିଓ ଆକବର ଓ୍ବାଲଟର’ ଏବଂ ‘ରନ୍’ ଭଳି ଫିଲ୍ମରେ କାମ କରିଥିବା ସୁଚିତ୍ରା ଲେଖିଥିଲେ ,‘ତାଙ୍କୁ ଲାଗୁଛି ଯେ ପ୍ରିୟଙ୍କା ତାଙ୍କ ପେଟକୁ ଲୁଚାଇବାକୁ ଉଦ୍ୟମ କରୁନାହାନ୍ତି ଏବଂ ଏହି ଜିନିଷ ଫଟୋକୁ ଆହୁରି ସୁନ୍ଦର କରୁଛି। ଏସବୁ ଜିନିଷ ତାଙ୍କୁ ରକଷ୍ଟାର କରିଥାଏ ଯାହା ସେ ଏବେ ବି ଅଛନ୍ତି। ’

ସେ ଲେଖିଛନ୍ତି ଯେ ‘ବିଶ୍ବରେ ସବୁଠୁ ଅଧିକ ପ୍ରକାଶିତ ହେଉଥିବା ଏହି ଇଭେଣ୍ଟରେ ପ୍ରିୟଙ୍କାଙ୍କ ଫଟୋ ସାମନାକୁ ଆସିବା ଉଦାରୀକରଣକୁ ପରିସ୍ଫୁଟିତ କରିଥାଏ। ଏହା ଦର୍ଶାଉଛି ଯେ କିଭଳି ମହିଳାଙ୍କୁ ପୁରୁଷଙ୍କ ବିଚାରର ଗୁଲାମ ହେବାକୁ ପଡ଼ିଥାଏ। ଏଥିପାଇଁ ପ୍ରିୟ ପୁରୁଷ ଆମେ ହିଁ ବାସ୍ତବିକ୍ ମହିଳା’।