ପ୍ରିୟଙ୍କାଙ୍କୁ ସ୍ପେଶାଲ୍‌ ଗିଫ୍ଟ ଦେଲେ ନିକ୍‌, ଫଟୋ ସେୟାର କରି କହିଲେ-Best Husband Ever

Published By : Prameya-News7 Bureau | May 21, 2022 IST

ମୁମ୍ବାଇ ୨୧।୦୫: ବଲିଉଡର ଦେଶୀ ଗାର୍ଲ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ସେ କେବଳ ବଲିଉଡ୍ ହିଁ ନୁହଁ ହଲିଉଡ୍ ରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରି ସାରିଛନ୍ତି। ପ୍ରିୟଙ୍କା ଅଭିନୟ କରିବା ସହ ସୋସିଆଲ ମିଡିଆରେ ମଧ୍ୟ ଖୁବ୍ ଆକ୍ଟିଭ୍ ରୁହନ୍ତି । ତାଙ୍କ କାମକୁ ନେଇ ସେ ତାଙ୍କ ଆକାଉଣ୍ଟରେ କିଛି ନା କିଛି ପୋଷ୍ଟ କରୁଥାନ୍ତି । ବର୍ତ୍ତମାନ ପ୍ରିୟଙ୍କା ଚୋପ୍ରା ତାଙ୍କର ଆଗାମୀ ଚଳଚ୍ଚିତ୍ର 'ସାଇଟଡେଲ୍'ର ସୁଟିଂରେ ବ୍ୟସ୍ତ ଅଛନ୍ତି। ସୋସିଆଲ ମିଡିଆରେ ପ୍ରିୟଙ୍କା ଏକ ସେଲଫି ନେଇଛନ୍ତି, ଏବଂ ସ୍ବାମୀଙ୍କୁ ପ୍ରଶଂସା କରିଛନ୍ତି ।

wp:html
/wp:html

ନିକଟରେ ପ୍ରିୟଙ୍କା ଏକ କୁଲ୍‌ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ପ୍ରିୟଙ୍କା ଏକ ଗାଡିରେ ବସିଥିବାର ନଜର ଆସିଛନ୍ତି। ସ୍ବାମୀ ନିକ୍ ଜୋନାସ ଓ ତାଙ୍କ ପ୍ରଶଂସକଙ୍କୁ ଦିଆଯାଇଥିବା ବିଶେଷ ଉପହାରକୁ ଦେଖାଇଛନ୍ତି। ଯାହାକୁ ପାଇବା ପରେ ସେ ବହୁତ ଖୁସି ଅଛନ୍ତି । ଫଟୋ ସହ କ୍ୟାପସନରେ ଲେଖିଛନ୍ତି-'ଏବେ ଏହାକୁ କୁହାଯାଏ ନା ରାଇଡ୍‌ । ଧନ୍ୟବାଦ ନିକ୍ ଜୋନସ୍‌ ମୋତେ ସବୁବେଳେ ସାହାଯ୍ୟ କରିଥିବାରୁ । ତମେ ସବୁଠାରୁ ବେଷ୍ଟ ସ୍ୱାମୀ।

{"id":631974,"sizeSlug":"full","linkDestination":"none"}

ପ୍ରିୟଙ୍କା ସେଟକୁ ଯିବା ପାଇଁ ନିକ୍‌ ତାଙ୍କୁ ଏହି କାର୍ ଉପହାର ଦେଇଛନ୍ତି । କାହିଁକି ନା  ପ୍ରିୟଙ୍କାଙ୍କୁ ଯେମିତି କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ସେ ନିଜେ ମଧ୍ୟ ଏହି କୁଲ୍‌ କାରରେ ବସିକି ଯାଇପାରିବେ। କହିବାକୁ ଗଲେ କହିବା ଯେ ସିଟାଡେଲ ହେଉଛି ଆମାଜନ ପ୍ରାଇମର ସିରିଜ୍‌ । ପ୍ରିୟଙ୍କା ଦୀର୍ଘ ସମୟ ଧରି ଏହାର ସୁଟିଂ କରୁଛନ୍ତି। ଅନ୍ୟପଟେ ପ୍ରିୟଙ୍କା ବଲିଉଡ ପ୍ରୋଜେକ୍ଟ ଫରହାନ ଅଖତରଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଜି ଲେ ଜାରା'ରେ ମଧ୍ୟ ନଜର ଆସିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.