Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସାଉଥ୍‌ରେ ଏଣ୍ଟ୍ରି କରିବେ ପ୍ରିୟଙ୍କା ! ଜୁନିୟର NTRଙ୍କ ଏହି ଫିଲ୍ମରେ ଆସିବେ ନଜର

8/06/2023 at 12:14 PM

ମୁମ୍ଵାଇ ୦୮।୦୬: ଗ୍ଲୋବାଲ ଷ୍ଟାରରେ ପରିଣତ ହୋଇଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଖୁବ୍ ଶୀଘ୍ର ଦକ୍ଷିଣରେ ପ୍ରବେଶ କରିବାକୁ ଯାଉଛନ୍ତି। ଆଜ୍ଞା ହଁ, ହଲିଉଡର ରାସ୍ତା ଆପଣେଇଥିବା ପିସି ବର୍ତ୍ତମାନ ସାଉଥର ପାନ ଇଣ୍ଡିଆ ଫିଲ୍ମରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରରେ ପ୍ରିୟଙ୍କା ଓସ୍କାର ବିଜେତା ତଥା ସାଉଥ ସୁପରଷ୍ଟାର ଜୁନିଅର ଏନଟିଆରଙ୍କ ବିପକ୍ଷରେ ନଜର ଆସିବେ। ଏହି ଚଳଚ୍ଚିତ୍ରଟି ପ୍ରଶାନ୍ତ ନୀଲଙ୍କ ଦ୍ଵାରା ନିର୍ଦ୍ଦେଶିତ ହେବ। ଯିଏକି ପୂର୍ବରୁ କେଜିଏଫ ଭଳି ଏକ ଭଲ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି।

ମିଡିଆ ରିପୋର୍ଟ ଅନୁଯାୟୀ, ପ୍ରିୟଙ୍କା ଚୋପ୍ରା ଜୁନିଅର NTR ର ପରବର୍ତ୍ତୀ ଚଳଚ୍ଚିତ୍ର NTR 31 ର ଏକ ଅଂଶ ହୋଇପାରନ୍ତି । ହେଲେ ଫିଲ୍ମ ସମ୍ବନ୍ଧରେ ସରକାରୀ ଘୋଷଣା ଏପର୍ଯ୍ୟନ୍ତ କରାଯାଇ ନାହିଁ। କିନ୍ତୁ ଏହାକୁ ନିଶ୍ଚିତ କରାଯାଇଛି। ଏହି ଫିଲ୍ମ ପାନ ଇଣ୍ଡିଆରେ ମୁକ୍ତିଲାଭ କରିବ। ବର୍ତ୍ତମାନ ଏହି ଖବର ପରେ ଦେଶୀ ଗର୍ଲଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି ।

ପ୍ରିୟଙ୍କା ଦୀର୍ଘ ଦିନ ଧରି ହଲିଉଡ ପ୍ରୋଜେକ୍ଟରେ ବ୍ୟସ୍ତ ଥିଲେ ମଧ୍ୟ ଖୁବ୍ ଶୀଘ୍ର ଅଭିନେତ୍ରୀ ବଲିଉଡକୁ କମ୍‌ବ୍ୟାକ୍‌ କରିବାକୁ ଯାଉଛନ୍ତି। ପ୍ରିୟଙ୍କା ଚୋପ୍ରାଙ୍କୁ ଫରହାନ ଅଖତରଙ୍କ ଫିଲ୍ମ ‘ଜୀ ଲେ ଜରା’ରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରରେ ଆଲିଆ ଏବଂ କ୍ୟାଟ୍ରିନା କୈଫ ମଧ୍ୟ ରହିବେ। ଏହି ରୋଡ୍ ଟ୍ରିପ୍ ଫିଲ୍ମର ସୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବ। ପ୍ରିୟଙ୍କା ଚୋପ୍ରା ମଧ୍ୟ ଅନେକ ହଲିଉଡ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି । ନିକଟରେ ଏହି ଅଭିନେତ୍ରୀ ହଲିଉଡର ୱେବ୍ ସିରିଜ୍ ସିଟାଡେଲରେ ଅଭିନୟ କରିଥିଲେ। ଏହି କ୍ରମରେ ପ୍ରିୟଙ୍କାଙ୍କ ଆକ୍ସନ୍ ଅବତାର ପ୍ରଶଂସକମାନେ ପସନ୍ଦ କରିଥିଲେ।

   Related Posts