ଝିଅ ମାଲତି ସହ ଫଟୋ ସେୟାର କଲେ ଦେଶୀ ଗର୍ଲ, ମା’ ଝିଅଙ୍କ କ୍ୟୁଟ୍ ଫଟୋ ହେଉଛି ଭାଇରାଲ୍…
19/02/2023 at 1:02 PM

ମୁମ୍ବାଇ ୧୯।୦୨: ପୁଣି ଚର୍ଚ୍ଚାକୁ ଫେରିଲେ ଦେଶୀ ଗର୍ଲ । ଝିଅ ମାଲତି ସହ ଫଟୋ ପୋଷ୍ଟ କରି ଫ୍ୟାନ୍ସଙ୍କର ଉଡାଇଲେ ହୋସ୍ । କଥା କଣ କି ନିକଟରେ ପ୍ରିୟଙ୍କା ଚୋପ୍ରା ନିଜ ଇନଷ୍ଟାଗ୍ରାମରେ ଝିଅ ମାଲତି ସହ ଏକ ସୁନ୍ଦର ସେଲଫି ସେୟାର କରିଛନ୍ତି । ସେ ଫଟୋ ସେୟାର୍ କରିବା ସହ ଝିଅ ସହ କିପରି ଦିନ କାଟୁଛନ୍ତି ସେ ବିଷୟରେ ବି କହିଛନ୍ତି ।
ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ଝିଅ ମାଲତିଙ୍କ ମୁହଁ ନ ଲୁଚାଇ ପ୍ରଥମ ଥର ପାଇଁ ସେଲଫି ସେୟାର କରିଛନ୍ତି । ସେ ଇନଷ୍ଟାଗ୍ରାମରେ ଝିଅ ମାଲତିଙ୍କ ସହ ଦୁଇଟି ଫଟୋ ସେୟାର କରିଛନ୍ତି । ପ୍ରଥମ ଫଟୋରେ ପ୍ରିୟଙ୍କା ଲେଦର ଜ୍ୟାକେଟ୍ ଏବଂ ଚଷମା ପିନ୍ଧିଥିବାର ନଜର ଆସିଛନ୍ତି । ଏହି ଫଟୋରେ ମାଲତି ମାଆଙ୍କ କୋଳରେ ଧଳା ରଙ୍ଗର ଡ୍ରେସରେ ନଜର ଆସିଛନ୍ତି । ପ୍ରିୟଙ୍କା ଏବଂ ମାଲତିଙ୍କ ଏହି ସୁନ୍ଦର ଫଟୋ ଫ୍ୟାନ୍ସଙ୍କର ହୃଦୟ ଜିତିଛନ୍ତି ।
ସେହିପରି ଦ୍ୱିତୀୟ ଫଟୋରେ ପ୍ରିୟଙ୍କା ଝିଅର ମୁହଁକୁ ତାଙ୍କ ହାତରେ ନେଇ ବେଡରେ ସୋଇଥିବା ନଜର ଆସିଛନ୍ତି । ଏହି ଫଟୋରେ ଏକ ହାତ ମଧ୍ୟ ନଜର ଆସିଛି, ଯାହାକୁ ଦେଖିବା ପରେ ଫ୍ୟାନ୍ସମାନେ ଅନୁମାନ କରୁଛନ୍ତି ଯେ ଏହା ମାଲତିଙ୍କ ପିତା ନିକ ଜୋନାସଙ୍କର ହାତ ଅଟେ । ପ୍ରିୟଙ୍କାଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି ।
ପ୍ରିୟଙ୍କା ଚୋପ୍ରା ହଲିଉଡ ୱାକ ଅଫ୍ ଫେମ ଷ୍ଟାର ଇଭେଣ୍ଟରେ ପ୍ରଥମ ଥର ପାଇଁ ଝିଅ ମାଲତିର ଫଟୋ ସେୟାର କରିଥିଲେ । ମାଲତିର ଫଟୋ ଦେଖି ଲୋକମାନେ ତାଙ୍କୁ ନିକଙ୍କ କପି ବୋଲି କହିଥିଲେ ।