ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ବିଦେଶରେ ଥାଇ ବି ଭୁଲି ନାହାନ୍ତି ନିଜ ମାଟିକୁ: ସାଙ୍ଗରେ ସବୁବେଳେ ଆଚାର ରଖନ୍ତି ପ୍ରିୟଙ୍କା, କହିଲେ ଭାରତକୁ ମୋ ଭିତରୁ କାଢି ପାରିବେନି

17/12/2021 at 9:46 PM

ମୁମ୍ବାଇ ୧୭/୧୨ : ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବିବାହ କରି ବିଦେଶ ଚାଲି ଯାଇଛନ୍ତି ସତ କିନ୍ତୁ ହୃଦୟରୁ, ମନରୁ ସେ ଏବେ ବି ଦେଶୀ। ତାଙ୍କ ଇନଷ୍ଟାଗ୍ରାମରେ ଏହାର ଝଲକ ଦେଖିବାକୁ ମିଳିଥାଏ। ଏକ ସାକ୍ଷାତକାର ବେଳେ ପ୍ରିୟଙ୍କା ଚୋପ୍ରା କହିଛନ୍ତି ଯେ ସେ କେବେ ବି ଘରଠୁ ଦୂରରେ ଥୀଲାଭଳି ଅନୁଭବ କରିନାହାନ୍ତି। ତାଙ୍କ ମା’ ମଧୁ ଚୋପ୍ରା ମନ୍ଦିର ଓ ଆଚାର ସବୁବେଳେ ସାଙ୍ଗରେ ରଖିଥାନ୍ତି ବୋଲି ସେ କହିଛନ୍ତି। ପ୍ରିୟଙ୍କା ବର୍ତ୍ତମାନ ଫିଲ୍ମ The Matrix Resurrections ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ସେ ସତୀଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। ପ୍ରିୟଙ୍କା କହିଛନ୍ତି ଯେ ସେ ଉଭୟ ଇଣ୍ଡଷ୍ଟ୍ରିକୁ ବାଲାନ୍ସ କରିବାକୁ ଚେଷ୍ଟା କରିଥାନ୍ତି।

ପ୍ରିୟଙ୍କା ବିବାହ କରି ବିଦେଶ ଚାଲିଯାଇଛନ୍ତି କିନ୍ତୁ ଇଣ୍ଡିଆ ସହ ଏବେ ବି ଜଡିତ। ଏକ ଇଣ୍ଟରଭ୍ୟୁରେ ସେ ଏ ସମ୍ପର୍କରେ କହିଛନ୍ତି। ପ୍ରିୟଙ୍କା କହିଛନ୍ତି ଯେ ସେ ଭାରତୀୟ ସଂସ୍କୃତି ସହ ଜଡିତ ଜିନିଷ ସବୁବେଳେ ନିଜ ପାଖରେ ରଖିଥାନ୍ତି। ସେ କହିଛନ୍ତି, ଆପଣ ମୋତେ ଭାରତରୁ ବାହାରକୁ ନେଇଯାଇପାରିବେ କିନ୍ତୁ ଭାରତକୁ ମୋ ଭିତରୁ ବାହାରକୁ ନେଇପାରିବେ ନାହିଁ।

ସେ କହିଛନ୍ତି ଯେ ମୁଁ ଓ ମୋ ସଂସ୍କୃତି ସବୁବେଳେ ସାଙ୍ଗରେ ରହୁ। ସେଥିପାଇଁ ମୁଁ କେବେ ବି ନିଜ ଘରଠୁ ଦୂରରେ ଥୀଲାଭଳି ଅନୁଭବ କରିନାହିଁ। ମୋ ଘର ସବୁବେଳେ ମୋ ସାଙ୍ଗରେ ଥାଏ, ମୋ ମନ୍ଦିର, ମୋ ମା’, ମୋ ଆଚାର ସବୁବେଳେ ମୋ ସାଙ୍ଗରେ। ସେଥିପାଇଁ ମୁଁ ଭଲରେ ଅଛି।

   Related Posts