ନୂଆଦିଲ୍ଲୀ ୨୪/୧୧: ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ନିକ ଜୋନାସଙ୍କୁ ବିବାହ କରିବା ପରଠାରୁ ଚର୍ଚ୍ଚାରେ ରହିଆସିଛନ୍ତି। ପ୍ରାୟତଃ ଉଭୟଙ୍କ ସୁନ୍ଦର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଯାହାକୁ ପ୍ରଶଂସକ ବହୁତ ପସନ୍ଦ କରନ୍ତି। ତେବେ ଗତ ଦୁଇ ଦିନ ମଧ୍ୟରେ ପ୍ରିୟଙ୍କା ଏବଂ ନିକଙ୍କ ଛାଡପତ୍ର ଖବର ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ପ୍ରିୟଙ୍କା ତାଙ୍କ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରୁ ଜୋନାସ୍ ସରନେମକୁ ହଟାଇ ଦେଇଛନ୍ତି। ଯାହା ପରେ ପ୍ରିୟଙ୍କା-ନିକଙ୍କ ଛାଡପତ୍ର ହେବାକୁ ଯାଉଛି ବୋଲି ଆଲୋଚନା ହେଉଛି।
{"width":700,"height":473}
ତେବେ ଏହାକୁ ନେଇ ଉଭୟ ଅଭିନେତ୍ରୀ ଏବଂ ତାଙ୍କ ମା ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିଛନ୍ତି। ଏପରିକି ତାଙ୍କ ବନ୍ଧୁମାନେ କହିଛନ୍ତି ଯେ ନିକ ଏବଂ ପ୍ରିୟଙ୍କା ସେମାନଙ୍କ ବିବାହରେ ବହୁତ ଖୁସି ଅଛନ୍ତି। ଏହି ଖବର ମଧ୍ୟରେ ପ୍ରିୟଙ୍କା ନେଟଫ୍ଲିକ୍ସର ଜୋନାସ୍ ବ୍ରଦର୍ସ ଫ୍ୟାମିଲି ରୋଷ୍ଟରେ ନଜର ଆସିଛନ୍ତି। ଏହି ସମୟରେ ପ୍ରିୟଙ୍କା ତାଙ୍କ ବିବାହ ସମେତ ଅନେକ ବିଷୟରେ ଖୁଲାସା କରିଛନ୍ତି।
{"width":702,"height":474}
ପ୍ରିୟଙ୍କା କହିଛନ୍ତି, ଯେତେବେଳେ ସେ ନିକଙ୍କୁ ବିବାହ କରିଥିଲେ ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ଅନେକ ଲୋକ ଭାବିଥିଲେ ଯେ ଏହା ପବ୍ଲିସିଟି ଷ୍ଟଣ୍ଟ। ନିକ୍ କେତେ ପ୍ରସିଦ୍ଧ ତାହା ସେ ଜାଣି ନଥିଲେ। ସେ ନିକଙ୍କୁ କେଭିନଙ୍କ ସାନ ଭାଇ ବୋଲି ଜାଣିଥିଲେ। ଯେତେବେଳେ ମେଟ୍ ଗାଲା ସମୟରେ ଦୁହେଁ ସାକ୍ଷାତ ହୋଇଥିଲେ, ସେମାନେ ପରସ୍ପରକୁ ଭଲପାଇ ବସିଥିଲେ। ଯାହା ପରେ ସେମାନେ ବିବାହ କରିବାକୁ ନିଷ୍ପତି କରିଥିଲେ।
{"width":703,"height":474}
ଇଣ୍ଟରଭ୍ୟୁରେ ପ୍ରିୟଙ୍କା ପ୍ରକାଶ କରିଛନ୍ତି ଯେ ସେ ନିକଙ୍କ ବ୍ୟତୀତ ଅନ୍ୟ କାହାକୁ ବିବାହ କରିବାକୁ ଚାହୁଁନଥିଲେ। ତେବେ ସେ ଏହା ମଧ୍ୟ କହିଛନ୍ତି ଯେ ଦୁନିଆରେ କେବଳ ଜଣେ ବ୍ୟକ୍ତି ଅଛନ୍ତି ଯିଏ ତାଙ୍କୁ ନିକଙ୍କଠାରୁ ଚୋରି କରିପାରିବେ। ସେ ଆଉ କେହି ନୁହଁନ୍ତି ହଲିଉଡର ସୁପରଗଡ୍ ଥର୍ ଅର୍ଥାତ୍ କ୍ରିସ୍ ହେମସୱର୍ଥ । କ୍ରିସ୍ ହେମସୱର୍ଥ ଏଲସାଙ୍କୁ ବିବାହ କରିଛନ୍ତି ଏବଂ ସେମାନଙ୍କର ବିବାହ ମଧ୍ୟ ବହୁତ ସଫଳ ଏବଂ ସୁନ୍ଦର ଭାବରେ ବିବେଚନା କରାଯାଏ। ଅବଶ୍ୟ, କ୍ରିସ୍ ହେମସୱର୍ଥଙ୍କୁ ନେଇ ଝିଅମାନଙ୍କ ମଧ୍ୟରେ କ୍ରେଜ୍ ଯେପରି ଦେଖାଯାଏ, ପ୍ରିୟଙ୍କାଙ୍କ କଥା ଭୁଲ୍ ମନେ ହେଉନାହିଁ ।