ଫିଲ୍ମ ନିର୍ମାତାଙ୍କୁ ମୁମ୍ଵାଇର ୨ଟି ଫ୍ଲାଟ୍‌ ବିକିଲେ ପ୍ରିୟଙ୍କା, ଏତିକି କୋଟିରେ ହେଲା ଡିଲ୍‌

Published By : Prameya-News7 Bureau | November 19, 2023 IST

ମୁମ୍ଵାଇ ୧୯।୧୧: ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା । ସେ ଦେଶ ହିଁ ନୁହେଁ ବିଦେଶରେ ବି ରହିଛି ତାଙ୍କ ଦବ୍‌ଦବା । ୨୦୧୮ ରେ ପପ୍ ଷ୍ଟାର୍ ନିକ ଜୋନାସଙ୍କୁ ବିବାହ କରିବା ପରେ ଅଭିନେତ୍ରୀ ଭାରତ ଛାଡି ଆମେରିକାରେ ରହୁଛନ୍ତି।  ହେଲେ ସେ ଭାରତକୁ ମଧ୍ୟ ଆସୁଛନ୍ତି । ଗ୍ଲୋବାଲ୍‌ ଷ୍ଟାର୍‌ ପ୍ରିୟଙ୍କା ଚୋପ୍ରା ଏବେ ଫିଲ୍ମ ସହ ରିୟଲ୍‌ ଇ‌ଷ୍ଟେଟ୍‌ ରାଣୀ ବି ବନିଗଲେଣି। ଏହି ସମୟରେ ଅଭିନେତ୍ରୀ ମୁମ୍ବାଇରେ ତାଙ୍କର ଦୁଇଟି ଫ୍ଲାଟ ବିକ୍ରି କରିଥିବାର ଖବର ଆସିଛି। କୁହାଯାଉଛି ଯେ ଅଭିନେତ୍ରୀ ଏହି ଦୁଇଟି ଆପାର୍ଟମେଣ୍ଟକୁ ଫିଲ୍ମ ନିର୍ମାତା ଅଭିଷେକ ଚୌବେଙ୍କୁ ବିକ୍ରି କରିଛନ୍ତି।

ଅଭିନେତ୍ରୀ ମୁମ୍ବାଇର ପୋଶ୍‌ ଅଞ୍ଚଳରେ ଅନ୍ଧେରୀରେ ଥିବା ନିଜର ଦୁଇଟି ପେଣ୍ଟ୍‌ହାଉସ୍‌କୁ ବିକ୍ରି କରିଛନ୍ତି। ରିପୋର୍ଟ ଅନୁଯାୟୀ, ମୋଟ ୨,୨୯୨ ବର୍ଗଫୁଟ ବିଶିଷ୍ଟ, ଏହି ସମ୍ପତ୍ତିଗୁଡିକ ମିଳିତ ପରିମାଣରେ ୬ କୋଟି ଟଙ୍କାରେ ବିକ୍ରି ହୋଇଛି । ଆପାର୍ଟମେଣ୍ଟଗୁଡ଼ିକ ଅନ୍ଧେରୀର ଲୋଖଣ୍ଡୱାଲାର କରଣ ଆପାର୍ଟମେଣ୍ଟ ଟାୱାରର ୯ ମହଲାରେ ଅବସ୍ଥିତ। ଆପାର୍ଟମେଣ୍ଟ ସହ ଜଡିତ ସମସ୍ତ କାରବାର ତାଙ୍କ ମା ମଧୁ ଚୋପ୍ରା ଅଭିନେତ୍ରୀଙ୍କ ତରଫରୁ କରାଯାଇଥିବା ।

କୁହାଯାଉଛି ଯେ ଫିଲ୍ମ ନିର୍ମାତା ଅକ୍ଟୋବର ୨୩ ଏବଂ ୨୫ ରେ ହେବାକୁ ଥିବା ଏହି ଆପାର୍ଟମେଣ୍ଟ କାରବାରର ପଞ୍ଜୀକରଣ ପାଇଁ ମୋଟ ୩୬ ଲକ୍ଷ ଟଙ୍କା ମଧ୍ୟ ଦେଇଛନ୍ତି। ମୁମ୍ବାଇରେ ଥିବା ସମ୍ପତ୍ତି ସମ୍ପର୍କରେ ପ୍ରିୟଙ୍କା ଚୋପ୍ରା ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଥିଲେ। ଅଭିନେତ୍ରୀଙ୍କ ହଠାତ୍ ତାଙ୍କର ଦୁଇଟି ଆପାର୍ଟମେଣ୍ଟ ବିକ୍ରି ହେବାର ଖବର ହେତୁ ଅଭିନେତ୍ରୀଙ୍କ ପ୍ରଶଂସକମାନେ ପ୍ରଶ୍ନ କରୁଛନ୍ତି ଯେ ପ୍ରିୟଙ୍କା ବିଦେଶରେ ବସବାସ କରିବାକୁ ସଂପୂର୍ଣ୍ଣ ଯୋଜନା କରିଛନ୍ତି କି ? ସେଥିପାଇଁ ବୋଧ ହୁଏ ତାଙ୍କର ଦୁଇଟି ଆପାର୍ଟମେଣ୍ଟ ବିକ୍ରି କରିଛନ୍ତି।

wp:embed {"url":"https://www.prameyanews7.com/sushmita-sen-reveals-whether-she-wanted-to-marry-lalit-modi/","type":"wp-embed","providerNameSlug":"prameya-news-7"}
https://www.prameyanews7.com/sushmita-sen-reveals-whether-she-wanted-to-marry-lalit-modi/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.