scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଶାହରୁଖ ଓ ସଲମାନଙ୍କୁ ପଛରେ ପକାଇ ଅଭିନେତ୍ରୀ ପ୍ରିୟଙ୍କା ଚୋପଡା ହାସଲ କଲେ ବଡ ସଫଳତା

20/11/2019 at 1:31 PM

ମୁମ୍ବାଇ୨୦|୧୧: ଅଭିନେତ୍ରୀ ପ୍ରିୟଙ୍କା ଚୋପଡା ଲମ୍ବା ସମୟ ପରେ ଦ’ ସ୍କାଏ ଇଜ ପିଙ୍କରେ ଅଭିନୟ କରି ବଲିଉଡରେ କମବ୍ୟାକ୍‌ କରିଥିଲେ।ଏହି ଫିଲ୍ମରେ ତାଙ୍କ ଅଭିନୟ ପାଇଁ ଅନେକ ପ୍ରଶଂସା ମିଲିଛି । ଫିଲ୍ମ ବ୍ୟତୀତ ପ୍ରିୟଙ୍କା ନିଜ ସ୍ବାମୀ ନିକ୍‌ ଓ ଶାଶୂ ଘର ଲୋକଙ୍କ ପାଇଁ ମଧ୍ୟ ଚର୍ଚ୍ଚାରେ ରୁହନ୍ତି।

ଚଳିତ ବର୍ଷ ଇଣ୍ଟରନେଟ୍‌ରେ ସବୁଠୁ ଅଧିକ ସର୍ଚ୍ଚ କରାଯାଥିବା ବଲିଉଡ ଅଭିନେତ୍ରୀ ହେଉଛନ୍ତି ପ୍ରିୟଙ୍କା ଚୋପଡା। ନିକଟରେ ଏକ ଇଂରାଜି ୱେବସାଇଟ୍‌ ପାଇଁ SEMrush ନାମକ କମ୍ପାନୀ ଏକ ସର୍ଭେ କରିଥିଲା। ଏହି ସର୍ଭେ ଅନୁସାରେ ବଲିଉଡର ସର୍ବଶ୍ରେଷ୍ଠ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପ୍ରିୟଙ୍କା ଚୋପଡା।

ରିପୋର୍ଟ ଅନୁସାରେ ୨୦୧୯ ମସିହା ଇଣ୍ଟରନେଟ୍‌ରେ ପ୍ରିୟଙ୍କାଙ୍କୁ ୨୭.୪ କୋଟି ଥର ସର୍ଚ୍ଚ କରାଯାଇଛି। ପ୍ରିୟଙ୍କାଙ୍କ ବ୍ୟତୀତ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କୁ ମଧ୍ୟ ଅଧିକ ସଚର୍ଚ୍ଚ କରାଯାଇଛି। ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି ହଟ୍‌ ଅଭିନେତ୍ରୀ ସନୀ ଲିୟନୀ ଯାହାକୁ ସବୁଠୁ ଅଧିକ ଥର ଇଣ୍ଟରନେଟ୍‌ରେ ସଚର୍ଚ୍ଚ କରାଯାଇଛି।

ଏହି ସର୍ଭେରୁ ଜଣା ପଡିଥିଲା ଯେ, ୨୦୧୯ ମସିହାରେ ସଲମାନ ଖାନଙ୍କୁ ୧୮ ଲକ୍ଷରୁ ଅଧିକ ଥର ସର୍ଚ୍ଚ କରାଯାଇଛି। ସୁପରଷ୍ଟାରଙ୍କ ଲିଷ୍ଟରେ ଅଭିନେତା ଶାହରୁଖ ଖାନଙ୍କ ନାଁ ମଧ୍ୟ ସାମିଲ ରହିଛି। ସବୁଠୁ ଅଧିକ ସର୍ଚ୍ଚ କରାଯାଇଥିବା ଅଭିନେତାଙ୍କ ମଧ୍ୟରେ ଶାହରୁଖ ଦ୍ବିତୀୟ ସ୍ଥାନ ଓ ଅମ୍ରେଶ ପୁରୀ ତୃତୀୟ ସ୍ଥାନରେ ଅଛନ୍ତି।

ସବୁଠୁ ଅଧିକ ସଚର୍ଚ୍ଚ କରାଯାଇଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପଡା ଆମେରିକାରେ ନିକ୍‌ଙ୍କ ସହ ମିଶି ଲସ ଏମଜଲେସରେ ନୂଆ ଘର କିଣିଛନ୍ତି। ଏହି ସମ୍ପତିର ଦାମ ଶୁଣିଲେ ଲୋକେ ଆଶ୍ଚର୍ୟ୍ୟ ହେବେ। ସମ୍ପତିର ଦାମ ହେଉଛି ୨୦ ମିଲିୟନ ଡଲାର ଯାହା ଭାରତୀୟ କରେନ୍ସି ଅନୁସାରେ ହେଉଛି ୧୪୪ କୋଟି ଟଙ୍କା। ରିପୋର୍ଟ ଅନୁସାରେ ପ୍ରିୟଙ୍କାଙ୍କ ନୂଆ ଘରେ ୭ଟି ବେଡରୁମ ଓ ୧୧ଟି ବାଥରୁମ ରହିଛି।

   Related Posts