ମୁମ୍ବାଇ ୩/୧୧: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ଏବଂ ଅଭିନେତା ରଣବୀର ସିଂହଙ୍କ ବିବାହ ଚର୍ଚ୍ଚା ଏବେ ଜୋର ଧରିଛି। ଆସନ୍ତା ୧୪ ଏବଂ ୧୫ରେ ଏମାନେ ବିବାହ କରିବାକୁ ଯାଉଛନ୍ତି। ଆଉ ଏମାନଙ୍କ ପରେ ପରେ ପ୍ରିୟଙ୍କା ଏବଂ ନିକ୍ ମଧ୍ୟ ବିବାହ କରିବାକୁ ଯାଉଛନ୍ତି।
ତେବେ ସୂଚନା ଅନୁସା ଏହି ବିବାହ ଆୟୋଜିତ ହେବ। ଦୁଇଜଣ ପରସ୍ପରର ଧାର୍ମିକ ବିଶ୍ବାସକୁ ସମ୍ମାନ ଜଣାଇ ଏହି ନିଷ୍ପତ୍ତି ନେଇଛନ୍ତି। ରିସେପ୍ସନ ମଧ୍ୟ ଦୁଇଥର ହେବ ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ ପ୍ରିୟଙ୍କାଙ୍କ ବିବାହ ସମାରୋହ ନଭେମ୍ବର ୩୦ତାରିଖରୁ ଆରମ୍ଭ ହେବ। ତାଙ୍କ ବିବାହ ରାଜସ୍ଥାନର ଉମୈଦ ଭବନରେ ଅନୁଷ୍ଠିତ ହେବ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରିୟଙ୍କା ଏବଂ ନିକଙ୍କ ଆଡ଼ୁ ଏସମ୍ପର୍କରେ ବିଧିବଦ୍ଧ ଘୋଷଣା କରାଯାଇନାହିଁ।
ପ୍ରିୟଙ୍କା ବିବାହ ପୂର୍ବରୁ ନ୍ୟୁୟର୍କଠାରେ ଏକ ପାର୍ଟିର ଆୟୋଜନ କରିଥିଲେ ଯାହାକୁ ବ୍ରାଇଡାଲ ଶାଓ୍ବର ପାର୍ଟି କୁହାଯାଏ। ଏହି ପାର୍ଟିରେ ପ୍ରିୟଙ୍କାଙ୍କ ଖାସ୍ ବନ୍ଧୁମାନେ ଆମନ୍ତ୍ରିତ ହୋଇଥିଲେ। ଏହି ପାର୍ଟିରେ ପ୍ରିୟଙ୍କା ଧଳା ରଙ୍ଗର ଡ୍ରେସରେ ବହୁତ ସୁନ୍ଦର ଦେଖାଯାଉଥିଲେ।