ପ୍ରିୟଙ୍କା ଓ ନିକ୍ ହନିମୂନ ପାଇଁ ବାହାରିଲେ କ୍ୟାରେବିଆନ ଆଇଲେଣ୍ଡ
11/01/2019 at 1:59 PM
ମୁମ୍ବାଇ୧୧|୧: ପ୍ରିୟଙ୍କା ଚୋପଡା ଆଜିକାଲି ପ୍ରିୟଙ୍କା ଚୋପଡା ଯୋନାସ ନାଁରେ ଚର୍ଚ୍ଚିତ। ୨୦୦୦ ମସିହାରେ ପ୍ରିୟଙ୍କା ମିସ ୱାର୍ଲଡ ୨୦୦୦ ପାଜିଏଣ୍ଟସର ମୁକୁଟ ଜିତିଥିଲେ। ସିନେମା ଜଗତରେ ପାଦ ଦେବା ଆଗରୁ ସେ ଏରୋନୋଟିକାଲ ଇଂଞ୍ଜିନିଅର ହେବା ପାଇଁ ଚାହୁଁଥିଲେ। କିନ୍ତୁ ପାଜିଏଣ୍ଟସର ୱିନର ଘୋଷଣା ପରେ ତାଙ୍କୁ ଫିଲ୍ମରେ ଅଫର ଆସିଥିଲା ଏବଂ ସେ ଅଫର ଗ୍ରହଣ କରିଥିଲେ। ୨୦୦୩ ମସିହାର ଦ ହିରୋ- ଲଭ ଷ୍ଟୋରି ଅଫ ଏ ସ୍ପାଏ ଫିଲ୍ମରୁ ସେ ବଲିଉଡରେ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ। ପ୍ରିୟଙ୍କା ବଲିଉଡ ସିନେମା ଜଗତର ଜଣେ ଦାମି ଅଭିନେତ୍ରୀ। ଅନେକ ଥର ଫିଲ୍ମ ଫେଆର ଆୱାର୍ଡ ମଧ୍ୟ ହାସଲ କରିଛନ୍ତି। ୨୦୧୮ ରେ ସେ ହଲିଉଡ ଅଭିନେତା ନିକ୍ ଯନେସଙ୍କୁ ବିବାହ କରିଲେ।

ପରିବାର ସହ ନୂଆ ବର୍ଷ ପାଳନ କରିଲା ପରେ ନିକୟଙ୍କା କ୍ୟାରେବିଆନ ଆଇଲେଣ୍ଡ ବାହାରିଲେ ହନିମୁନ ପାଇଁ। ଏହା ପୂର୍ବରୁ ଘର ପରିବାର ସହ ସ୍ୱିଜରଲାଣ୍ଡ ବୁଲିବାକୁ ଯାଇଥିଲେ। ସ୍ୱିଜରଲାଣ୍ଡରେ ନିକ୍ ତାଙ୍କ ଭାଇ ଓ ଭାଇଙ୍କ ଭାବି ପତ୍ନୀଙ୍କ ସହ ମସ୍ତି କରୁଥିଲେ ଓ ପ୍ରିୟଙ୍କା ତାଙ୍କ ମାଁ ଓ ଭାଇଙ୍କ ସହ ସ୍କେଟିଂଗ କରୁଥିଲେ ।

ଉଭୟ ପରସ୍ପରଙ୍କ ପାଇଁ ଖୁବ ଖୁସି ଥିଲେ। ଦୁହେଁଙ୍କୁ ଦେଖି କେହି କେହି ଟିନ୍ଏଜ ଲଭର ବୋଲି କମେଣ୍ଟ କରୁଛନ୍ତି। ପ୍ରିୟଙ୍କା କହିଥିଲେ ଯେ ବୟସରେ ସେ ତାଙ୍କ ସ୍ୱାମୀଠୁ ବଡ କିନ୍ତୁ ବାସ୍ତବରେ ପ୍ରିୟଙ୍କାଠୁ ନିକଙ୍କ ବୁଝିବା ଶକ୍ତି ଅଧିକ ଓ ତାଙ୍କ ସ୍ୱାମୀଙ୍କ ଆଗରେ ସେ ନିଜକୁ ଛୋଟ ଛୁଆ ଭାବନ୍ତି।
Related Posts
ବାଘ ବଜାରୀ Dance of Tigers ଫିଲ୍ମର ପୋଷ୍ଟର ଓ ଟ୍ରେଲର ରିଲିଜ୍
7 February 2023