୧୬୫ କୋଟିର ଆଲିଶାନ ଘରକୁ ଶିଫ୍ଟ ହେବେ ପ୍ରିୟଙ୍କା-ନିକ୍, ଜାଣନ୍ତୁ କାହିଁକି କରିଥିଲେ ଖାଲି…

Published By : Prameya-News7 Bureau | April 23, 2024 IST

ମୁମ୍ଵାଇ ୨୩।୦୪: ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା। ସେ ତାଙ୍କ ଅଭିନୟ ବଳରେ ଖୁବ୍‌ ପରିଚିତ । କେବଳ ବଲିଉଡ୍‌ ନୁହେଁ ହଲିଉଡ୍‌ରେ ନିଜର ସ୍ଥାନ ଅଧିକାର କରିଛନ୍ତି। ସେ ତାଙ୍କର କିଛି ନା କିଛି କାରଣ ପାଇଁ  ଚର୍ଚ୍ଚାରେ ଥାଆନ୍ତି । କିନ୍ତୁ ଏଥର ସେ ତାଙ୍କ ବିଳାସପୂର୍ଣ୍ଣ ଘର ପାଇଁ ଲାଇମ୍‌ ଲାଇଟ୍‌କୁ ଆସିଛନ୍ତି। କାଲିଫର୍ନିଆରେ ଥିବା ଅଭିନେତ୍ରୀଙ୍କ ବଙ୍ଗଳା ମଧ୍ୟ ଫେବୃଆରୀ ମାସରେ ଆଲୋଚନରେ ଥିଲା। ହଁ, କିଛି ମାସ ପୂର୍ବରୁ ସେ ତାଙ୍କ ବଡ ଘରକୁ ଖାଲି କରିଦେଇଥିଲେ । ଏବେ ଖବର ଆସିଛି ଯେ ଅଭିନେତ୍ରୀ ପୁଣିଥରେ ତାଙ୍କ ସ୍ୱାମୀ ନିକ ଜୋନାସ ଏବଂ ଝିଅ ମାଲତିଙ୍କ ସହିତ ସେଠାକୁ ଶିଫ୍ଟ ହୋଇଛନ୍ତି।

ଫେବୃଆରୀରେ ଖବର ଆସିଥିଲା ଯେ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସଙ୍କୁ କାଲିଫର୍ଣ୍ଣିଆରେ ଥିବା ବିଳାସପୂର୍ଣ୍ଣ ବଙ୍ଗଳା ଖାଲି କରିଥିଲେ ।  ରିପୋର୍ଟ ଅନୁଯାୟୀ,  ଘରରଟି ବହୁତ ଖରାପ ହୋଇଯାଇାଥିଲା । ଯାହା ସେ ରିପେଆର କରିଥିଲେ । ଏବେ ଅଭିନେତ୍ରୀ ନିଜ ପରିବାର ସହିତ ଏହି ଘରେ ରହିବାକୁ ପ୍ରସ୍ତୁତ ଅଛନ୍ତି। 

କହିବାକୁ ଗଲେ, ପ୍ରିୟଙ୍କା ଏବଂ ନିକ ୨୦୧୮ରେ ବିବାହ ପରେ ଏହି ଘର କିଣିଥିଲେ ଏବଂ ସେବେ ଠାରୁ ଏଠାରେ ରହୁଥିଲେ। ଏହାର ମୂଲ୍ୟ ୧୬୦-୧୬୫ କୋଟି ଟଙ୍କା ବୋଲି କୁହାଯାଇଥିଲା। ଏହି ବଙ୍ଗଳାରେ ୭ ଟି ଶୟନ କକ୍ଷ, ଇନଡୋର ବାସ୍କେଟବଲ୍ କୋର୍ଟ, ଘରୋଇ ଚଳଚ୍ଚିତ୍ର ଥିଏଟର, ପୁଲ୍-ସ୍ପା ସହିତ ଅନେକ ବିଳାସପୂର୍ଣ୍ଣ ସୁବିଧା ରହିଛି । ଏହାକୁ ଦମ୍ପତିଙ୍କ ଡ୍ରିମ୍‌ ହୋମ କୁହାଯାଏ ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.