ଅସହାୟଙ୍କୁ ସହାୟତାର ହାତ ବଢ଼ାଇଲା ପ୍ରିୟଦର୍ଶନୀ ସେବାସଂସ୍ଥା

Published By : Prameya-News7 Bureau | October 14, 2021 IST

ନୀଳଗିରି,୧୪/୧୦: ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକର କେସିପୁର ପଂଚାୟତ ପରାସିପାଳ ଗ୍ରାମର ଜଣେ ଅସହାୟ ପରିବାର ଙ୍କୁ ସହାୟତାର ହାତ ବଢ଼ାଇଛି ପ୍ରିୟଦର୍ଶନୀ ସେବାସଂସ୍ଥା।ଏହି ଗ୍ରାମର ପୋଖରୀ ହୁଡ଼ାରେ ବାସ କରୁଥିବା ଏହି ଦୁଃଖି ପରିବାରଙ୍କ ପରିବାର ଙ୍କୁ ପ୍ରିୟଦର୍ଶିନୀ ସେବା ସଂସ୍ଥା ଭେଟି ତାଙ୍କ ଦୁଖଃଦୁର୍ଦଶା ବୁଝିଛନ୍ତି । ୮୫ ବର୍ଷ ର ବୃଦ୍ଧା ଜଣଙ୍କ କାନ୍ଦି କାନ୍ଦି ତା ର ଦୁଃଖ କହୁଥିଲା ।

ସ୍ବାଧୀନତାର ୭୦ଵର୍ଷ ପରେ ସରକାର ଙ୍କ ସମସ୍ତ ଯୋଜନା ଥାଇ ମଧ୍ୟ ଦୁଇ ଓଳି ପେଟପୁରା ଖାଇବା ପାଇଁ ପାଉ ନାହାଁନ୍ତି ଏହି ପରିବାର ର ପାଞ୍ଚ ଜଣ ସଦସ୍ୟ। ରୋଜଗାର କରିବା ପାଇଁ ଦେହରେ ବଳନାହିଁ କି ଏହି ପରିବାର କୁ ଦରଦ ଦେଖାଇ ବାକୁ କାହାର ବେଳ ନାହିଁ। ସ୍ବାର୍ଥପର ମଣିଷ ପାଖରେ ଆଉ ମଣିଷ ପଣିଆ ନାହିଁ। ସ୍ବାମି ଆରପାରିକୁ ଚାଲିଗଲା ପରେ ଜଇ ନାଥ ନିଜ ର ଏକମାତ୍ର ଝିଅ ଭାନୁମତୀ ନାଥ ଙ୍କୁ ବିବାହ କରିଦେଇଥିଲେ। ସେ କ'ଣ ଜାଣିଥିଲା ତାର ଜ୍ବାଇଁ ଜଣେ ମଦୁଆ ଓ ଲମ୍ପଟ ବୋଲି।

ମାତ୍ର ଏକ ବର୍ଷ ଭାନୁମତୀ ରହିଥିଲା ସ୍ବାମୀ ଘରେ। ଇତିମଧ୍ୟରେ ଭାନୁମତୀ ଏକ ଝିଅର ମା ହୋଇସାରିଥିଲା।ଏହା ପରେ ଜଣେ ମଦ୍ଯପର ଅକଥନୀୟ ନିର୍ଯାତନା ସହି ନପାରି ଭାନୁମତୀ ଝିଅକୁ ଧରି ପଳାଇ ଆସିଥିଲା। କାମ ଧନ୍ଦା କରି ଚଳିଲେ ମା ଝିଅ। ଇତିମଧ୍ୟରେ ଭାନୁମତୀ ର ଝିଅ ସସ୍ମିତା ବଡ଼ ହୋଇଗଲା। ଏଣୁ ମାଗି ଯାଚି ଝିଅ ସସ୍ମିତା ର ବାହାଘର ସାରିଥିଲେ ମଧ୍ୟ ସସ୍ମିତା ଶାଶୁ ଘର କୁ ଗଲା । ସିଏ ବି ପାଇଥିଲା ଗୋଟିଏ ମଦୁଆ ସ୍ବାମୀ ।

ସସ୍ମିତା ବହୁ କଷ୍ଟରେ ସ୍ବାମୀ ଘରେ ରହି ଥିଲା ମାତ୍ର ୩ଵର୍ଷ ୬ମାସ । ସସ୍ମିତା ର ୩ବର୍ଷର ଝିଅ ଓ ୨ ମାସର ପୁଅ ଟିଏ। ଏବେ ସସ୍ମିତାର ମଦୁଆ ସ୍ବାମୀ ଅନ୍ୟତ୍ର ବିବାହ କରି ରହିଲା।ହେଲେ ସସ୍ମିତା କୁ ଅକଥିନିୟ ନିର୍ଯ୍ୟାତନା ଦେବା ସହ ପିଲାମାନଙ୍କୁ ମଧ୍ୟ ମାରଧର କରିଥିଲା।ସସ୍ମିତା ନିଜର ଓ ପିଲାମାନଙ୍କର ଜୀବନ ଉପରେ ବିପଦ ଥିବା ଜାଣି ଲୁଚି ପଳାଇ ଆସିଥିଲା ମାଆ ଓ ଆଇ ପାଖକୁ। ସେଇଦିନଠାରୁ ଆଇ ,ନାତୁଣୀ ,ଭାନୁମତୀ ଓ ସସ୍ମିତା ର ପୁଅ ଝିଅ ସେହି ପୋଖରୀ ହୁଡ଼ାରେ ପଲିଥିନ ଛାତ ତଳେ ରହିଆସୁଛନ୍ତି।

ଏବେ ଅଣ୍ଟା ଶଳଖି ଚାଲି ପାରୁ ନଥିବା ବେଳେ ଭାନୁମତୀ ତଥା ସସ୍ମିତା ଙ୍କ ଆଖି ରୁ ଲୁହ ଶୁଖୁନି।ଛୋଟ ଛୋଟ ଦୁଇ ପିଲାଙ୍କ ବୋଝ ଧରି ବହୁ କଷ୍ଟରେ ଜୀବନ ବିତାଉଥିବା ବେଳେ ଏହି ସମୟ ଭିତରେ ସହାୟତାର ହାତ ବଢାଇଛି ପ୍ରିୟଦର୍ଶନୀ ସେବାସଂସ୍ଥା। ପ୍ରଶ୍ନ ଉଠିଛି ଏଭଳି ଦୁର୍ଦଶା ପାଇଁ ଦାୟୀ କିଏ? ସରକାର ଙ୍କ ର ମାତ୍ର ୫୦୦ଟଙ୍କା ଭତ୍ତା ଓ ୫କେଜି ଚାଉଳର ଚଳିବା ପାଇଁ ଏହି ପରିବାର କେତେଦୂର ଯଥାର୍ଥ।ସରକାରୀ ବାବୁ ଓ ଲୋକ ପ୍ରତିନିଧି ଙ୍କ ଶୁଭ ଦୃଷ୍ଟି ପଡିଲେ ହୁଏତ ଆଜି ଏଭଳି ପରିବାର ଦୁର୍ଦ୍ଦଶାରୁ ମୁକୁଳି ପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.