Me too ! କୋର୍ଟରେ ଜବାବ ରଖିଲେ ପ୍ରିୟା ରମାନୀ, କହିଲେ ଆକବରଙ୍କ ଦାବି ଅନୁରୂପ ନୁହେଁ ତାଙ୍କ ପ୍ରତିଷ୍ଠା କି ଚରିତ୍ର

Published By : Prameya-News7 Bureau | December 05, 2020 IST

ନୂଆଦିଲ୍ଲୀ ୫।୧୨:  ପୂର୍ବତନ ବିଜେପି କେନ୍ଦ୍ରମନ୍ତ୍ରୀ ଏମ.ଜେ.ଆକବର ସାମ୍ବାଦିକ ପ୍ରିୟା ରମାନୀଙ୍କ ବିରୋଧରେ ରୁଜୁ କରିଥିବା ଆପରାଧିକ ମାନହାନୀ ମାମଲାର ଶନିବାର ଦିଲ୍ଲୀ କୋର୍ଟରେ ଶୁଣାଣି ହୋଇଛି। ରମାନୀ କୋର୍ଟରେ ହାଜର ହୋଇ ଆକବର ଯେମିତି ଦାବି କରୁଛନ୍ତି ତାଙ୍କର ସେପରି କିଛି ପ୍ରତିଷ୍ଠା କି ବ୍ୟକ୍ତିତ୍ୱ ନାହିଁ ବୋଲି କହିଛନ୍ତି।

ପ୍ରାୟ ୨୦ ବର୍ଷ ପୂର୍ବେ ଆକବର ତାଙ୍କୁ ଯୌନ ନିର୍ଯାତନା ଦେଇଥିବାର ଅଭିଯୋଗ ଆଣିଥିବା ପ୍ରିମା ରମାନୀ ତାଙ୍କ ଓକିଲ ରେବିକା ଜନଙ୍କ ମାଧ୍ୟମରେ କୋର୍ଟରେ ବକ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି କେବଳ ସେ ନୁହଁନ୍ତି ଅନେକ ମହିଳା ତାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ସେହିପରି ପୂର୍ବ କେନ୍ଦ୍ରମନ୍ତ୍ରୀଙ୍କ ଅନୁସାରେ ସେ ବିବାହିତ ହୋଇ ମଧ୍ୟ ସହମତିରେ କୌଣସି ମହିଳାଙ୍କ ସହ ସମ୍ପର୍କ ରଖନ୍ତି ତେବେ ବି ତାଙ୍କୁ ମର୍ଯ୍ୟଦାବନ୍ତ କୁହାଯାଇପାରିବନି ବୋଲି ସେ କହିଛନ୍ତି।  

ଏଣୁ ଆକବରଙ୍କ ବିରୋଧରେ ତାଙ୍କ ଅଭିଯୋଗ ତାଙ୍କର ସତ୍ୟତା ବୋଲି ରମାନୀ କହିଛନ୍ତି। ରମାନୀଙ୍କ ଓକିଲ ରେବିକା ଜନ୍‌ ଅତିରିକ୍ତ ମୁଖ୍ୟ ମେଟ୍ରୋପାଲିଟନ ଜଜ୍‌ ରବୀନ୍ଦ୍ର କୁମାର ପାଣ୍ଡେୟଙ୍କ ଆଗରେ ତାଙ୍କର ତର୍କ ରଖି କହିଛନ୍ତି ଯେ ଅନୁନ୍ୟ ୧୫ରୁ ୧୬ ଜଣ ମହିଳା ଆକବରଙ୍କ ବିରୋଧରେ ଏପରି ଅଭିଯୋଗ ଆଣିଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ ଆକବର ତାଙ୍କର ଜଣେ ଜୁନିୟରଙ୍କ ସହ ମଧ୍ୟ ସମ୍ପର୍କରେ ଥିଲେ ଯିଏ ତାଙ୍କଠାରୁ ବୟରେ ୨୦ ବର୍ଷ କମ୍‌। ଏହା ତାଙ୍କର ଉତ୍ତମ ଚରିତ୍ରର ପ୍ରମାଣ ଆଦୌନୁହେଁ ବୋଲି ଜନ୍‌ କହିଛନ୍ତି।

ସେହିପରି ଅନେକ ମହିଳା ଆକବରଙ୍କ ବିରୋଧରେ ମିଁ ଠୁ ! ଅଭିଯୋଗ ଆଣିଛନ୍ତି। ତେବେ ଆକବର କେବଳ ରମାନୀଙ୍କ ବିରୋଧରେ ମାନହାନୀ ମୋକଦ୍ଦମା କରିଛନ୍ତି। କୋର୍ଟ ମାମଲାର ପରବର୍ତ୍ତି ଶୁଣାଣି ଡିସେମ୍ବର ୧୦ ତାରିଖକୁ ଧାର୍ଯ୍ୟ କରିଛନ୍ତି। ଆକବର ୧୫ ଅକ୍ଟୋବ ୨୦୧୮ରେ ରମାନୀଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ରୁଜୁ କରିଥିଲେ। ଏହାର ୨ଦିନ ପରେ ଆକବର ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ।

ଆକବର ପ୍ରସଙ୍ଗରେ ଗଣମାଧ୍ୟମ ସହ ଆଲୋଚନା କରି ରମାଣୀ ତାଙ୍କ ପ୍ରତି ‘ମିଡିଆର ସବୁଠୁ ବଡ ଶିକାରୀ’ ଭଳି ବିଶେଷଣ ବ୍ୟବହାର କରିଥିବା ଅଭିଯୋଗ କରିଥିଲେ। ଏଥିଯୋଗୁ ତାଙ୍କ ପ୍ରତିଷ୍ଠାକୁ ଆଞ୍ଚ ଆସିଥିବା ବେଳେ ସେ ବଦନାମ ହୋଇଥିବା କହିଥିଲେ। ତେବେ ସେତାଙ୍କ ବିରୋଧରେ ଆଗତ ସମସ୍ତ ଅଭିଯୋଗରୁ ଓହରି ଯାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.