ନୂଆଦିଲ୍ଲୀ : ପ୍ରାଇଭେଟ୍ କମ୍ପାନୀଙ୍କ ପାଇଁ ହାତ ଖୋଲା କରିଛି ରେଲୱେ ବୋର୍ଡ । ଯେଉଁ ପାସେଞ୍ଜର ଟ୍ରେନ୍ ଗୁଡ଼ିକ ପ୍ରାଇଭେଟ୍ କମ୍ପାନୀଙ୍କ ଦ୍ୱାରା ପରିଚାଳିତ ହେଉଛି , ରେଲୱେ ସେମାନଙ୍କ ପାଇଁ କୌଣସି ନିର୍ଦ୍ଦିଷ୍ଟ ଯାତ୍ରୀ ଭଡ଼ା ସ୍ଥିର କରିନାହିଁ । ସେମାନେ ମାର୍କେଟ୍ କଣ୍ଡିସନ ଦେଖି ନିଜେ ନିଜର ଭଡ଼ା ଲାଗୁ କରିପାରିବେ ।
ରେଲୱେ ବୋର୍ଡର ଚେୟାରମ୍ୟାନ୍ ଭି.କେ ଯାଦବ ଟାଇମ୍ସ ଅଫ୍ ଇଣ୍ଡିଆକୁ କହିଛନ୍ତି , ବର୍ତ୍ତମାନ ପାଇଁ ଆମେ IRCTCକୁ ଦେଇଥିବା ୨ଟି ଟ୍ରେନ୍ ପାଇଁ ଭଡ଼ା ଫିକ୍ସ କରିନାହୁଁ । ସେମାନେ ନିଜର ଭଡ଼ା ସ୍ଥିର କରିବାର ଅଧିକାର ଅଛି ।
ଆହୁରି ମଧ୍ୟ ଭି.କେ ଯାଦବ ସୂଚନା ଦେଇଛନ୍ତି ଯେ , ପାସେଞ୍ଜରଙ୍କ ଡିମାଣ୍ଡକୁ ଆଖି ଆଗରେ ରଖି ଆଗାମୀ ୫ ରୁ ୭ ବର୍ଷ ଭିତରେ ୧୫୦୦ରୁ ୨୦୦୦ ଟ୍ରେନ୍ ଭାରତୀୟ ରେଲୱେରେ ମାମିଲ୍ ହେବ। ଆମେ ଏଥିପାଇଁ ପ୍ରାଇଭେଟ୍ କଂପାନୀମାନଙ୍କୁ ଆମ ସହ ଯୋଡ଼ିଛୁ। ଆଗକୁ ଅଧିକରୁ ଅଧିକ ଟ୍ରେନ୍ ଚଳାଇବାର ଲକ୍ଷ୍ୟ ରଖାଯାଇଛି। ସେଥିପାଇଁ ସରକାର କମ୍ପାନୀମାନଙ୍କୁ ନିଜର ଅଧିକାର ଦେଇଛି ।
ରେଳୱେ ଅଧିକାରୀଙ୍କ ସୂଚନା ମୁତାବକ , ଏବେ ସୁଦ୍ଧା ୧୫୦ଟି ଟ୍ରେନ୍ ଚଳାଇବାକୁ ଅନୁମତି ଦିଆଯାଇଛି। ବାକି ରହିଥିବା ୩୫୦ଟି ଟ୍ରେନ୍କୁ ସେକେଣ୍ଡ ଫେଜ୍ରେ ପ୍ରାଇଭେଟ କମ୍ପାନୀଙ୍କୁ ଦିଆଯିବ ।
ଉଲ୍ଲେଖନୀୟ ଯେ, ଗତ ଡିସେମ୍ବରରେ ଅର୍ଥମନ୍ତ୍ରୀ ନ୍ୟାସନାଲ ଇନ୍ଫ୍ରାଷ୍ଟ୍ରକଚର ପାଇପ୍ ଲାଇନ୍ର ଉଦଘାଟନ ବେଳେ କହିଥିଲେ , ୫୦୦ ପାସେଞ୍ଜର ଟ୍ରେନ୍କୁ ପ୍ରାଇଭେଟାଇଜେସନ କରାଯିବ । ଆଉ ଏହା ଭିଜନ ୨୦୨୫ର ଅଂଶ ବିଶେଷ ଅଟେ।