AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ୱାଇ: ଗୁଲମର୍ଗ ସ୍କିଂ ରିସର୍ଟରେ ହିମସ୍ଖଳନ, ଫସିଲେ ଅନେକ ବିଦେଶୀ ଟୁରିଷ୍ଟ
  • ||
  • ନବ ଦାସ ହତ୍ୟା ମାମଲା, ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଜେ.ପି ଦାସ କରିବେ ତଦନ୍ତର ତଦାରଖ
  • ||
  • ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ଟ୍ୱିନସିଟିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ବଜେଟ୍: ସୁନା-ରୁପା, ସିଗାରେଟ୍ ମହଙ୍ଗା, ଶସ୍ତା ହେଲା ଟିଭି ଉପକରଣ ଓ ସାଇକେଲ୍, ଖେଳନା
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ଢେଙ୍କାନାଳ: ରାସ୍ତାରେ ଓଲଟିପଡ଼ିଲା ଯାତ୍ରୀବାହୀ ଅଟୋ, ୯ ଆହତ
  • ||

ରାଜ୍ୟସଭାରେ ଉପସ୍ଥାପିତ ହେଲା ସମାନ ନାଗରିକ ସଂହିତା ସମ୍ପର୍କିତ ‘ପ୍ରାଇଭେଟ୍ ମେମ୍ବର ବିଲ’, ସଦନରେ ହଙ୍ଗାମା

9/12/2022 at 7:29 PM

ନୂଆଦିଲ୍ଲୀ ୯।୧୨: ରାଜ୍ୟସଭାରେ ଶୁକ୍ରବାର ଭାରତରେ ସମାନ ନାଗରିକ ସଂହିତା ସମ୍ପର୍କିତ ପ୍ରାଇଭେଟ ମେମ୍ବର ବିଲ ଉପସ୍ଥାପିତ କରାଯାଇଛି। ବିଜେପି ସାଂସଦ କିରୋଡିଲାଲ ମିଣା ଏହି ବିଧେୟକକୁ ଗୃହରେ ଉପସ୍ଥାପନ କରିଥିଲେ। ବିଧେୟକ ଉପସ୍ଥାପନା ସପକ୍ଷରେ ୬୩ଟି ଭୋଟ ପଡିଥିଲା, ଏହାର ବିପକ୍ଷରେ ମାତ୍ର ୨୩ ଭୋଟ ପଡିଥିବାରୁ ବିଧେୟକ ଉପସ୍ଥାପିତ ହୋଇଛି।

ଦେଶରେ ୟୁନିଫର୍ମ ସିଭିଲ କୋଡ ଲାଗୁ କରିବା ପାଇଁ ବିଧେୟକରେ ନ୍ୟାସନାଲ ଇନସ୍ପେକ୍ସନ ଏଣ୍ଡ ଇନଭେଷ୍ଟିଗେସନ କମିଶନ ଗଠନ ଲାଗି ଦାବି କରାଯାଇଛି। କଂଗ୍ରେସ, ସମାଜବାଦୀ ପାର୍ଟି, ରାଷ୍ଟ୍ରିୟ ଜନତା ଦଳ, ଡିଏମକେ, ଏନସିପି ଓ ଟିଏମସି ସମେତ ସମସ୍ତ ବିରୋଧୀ ଦଳ ବିଲ ଉପସ୍ଥାପନକୁ ଗୃହରେ ତୀବ୍ର ବିରୋଧ କରିଛନ୍ତି। ବିଧେୟକର ଉପସ୍ଥାପନର ବିରୋଧ କରି ସପା ସାଂସଦ ରାମ ଗୋପାଲ ଯାଦବ କହିଥିଲେ ଯେ ମୁସଲମାନ ମାନେ  ନିଜ କକା ଝିଅ ଭଉଣୀ ସହିତ ବିବାହକୁ ଉପଯୁକ୍ତ ମନେ କରନ୍ତି। ତେବେ ହିନ୍ଦୁ ଏହା କରିପାରିବେ କି ବୋଲି ସେ ପ୍ରଶ୍ନ କରିଥିଲେ। ଏଣୁ ସବୁ ଧର୍ମର ଅଲଗା ଅଲଗା ପରମ୍ପରା ରହିଥିବାରୁ ଦେଶରେ ୟୁନିଫର୍ମ ସିଭିଲ କୋଡ ଲାଗୁ ହୋଇପାରିବନି ବୋଲି କହିଥିଲେ। ଏହି ଆଲୋଚନାରେ ବିଜେଡି କକ୍ଷତ୍ୟାଗ କରିଛି।

ତେବେ ସରକାରଙ୍କ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟସଭାରେ ସଦନର ନେତା ପିୟୁଷ ଗୋୟଲ କହିଛନ୍ତି ଯେ କୌଣସି ସଦସ୍ୟଙ୍କୁ ସଂସଦରେ ବିଧେୟକ ପେସ କରିବାକୁ ଓ ନିଜ କ୍ଷେତ୍ରର ପ୍ରସଙ୍ଗ ଉଠାଇବାକୁ ପୂର୍ଣ୍ଣ ଅଧିକାର ରହିଛି। ବିଧେୟକକୁ ବିରୋଧ କରୁଥିବା ସମସ୍ତ ଦଳଙ୍କୁ ବିଲ ଉପସ୍ଥାପନ ହେଲେ ଏହାର ଚର୍ଚ୍ଚା ହେବ ଓ ସବୁ ପାର୍ଟି ସେମାନଙ୍କର ପକ୍ଷ ରଖି ପାରିବେ ବୋଲି ଗୋୟଲ କହିଛନ୍ତି। ତେବେ ଏଥିପାଇଁ ରାଜ୍ୟସଭାରେ ତର୍କ ହେବା ଦରକାର ବୋଲି ସେ କହିଛନ୍ତି। ଏଥିରେ ସିପିଆଇ(ଏମ) ସାଂସଦ ଜନ ବ୍ରିଟାଶ ବିଧି ଆୟୋଗଙ୍କ ରିପୋର୍ଟର ଉଦାହରଣ ଦେଇ ସମାନ ନାଗରିକ ସଂହିତାର ଦେଶରେ ଆବଶ୍ୟକତା ନଥିବା କହିଛନ୍ତି।

ଉଲ୍ଲେଖଯୋଗ୍ଯ ଯେ ଗତ କିଛି ମାସ ହେଲା ଦେଶରେ ସମାନ ନାଗରିକ ସଂହିତା ବା ୟୁନିଫର୍ମ ସିଭିଲ କୋଡ ଲାଗୁ ନିମନ୍ତେ ଦାବି ହେଉଛି। ବିଜେପି ଶାସିତ ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ଗୁଜରାଟ ଓ କର୍ଣ୍ଣାଟକ ଭଳି ରାଜ୍ୟମାନେ ୟୁନିଫର୍ମ ସିଭିଲ କୋଡ ଲାଗୁ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିସାରିଲେଣି। ଏଥିରେ ଶୁକ୍ରବାର ଉପସ୍ଥାପିତ ହୋଇଥିବା ବିଧେୟକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସଂସଦରେ ପ୍ରାଇଭେଟ ମେମ୍ବର ବିଲ ଗୃହିତ କରିବା ଏତେ ସହଜ ନୁହେଁ। ସଂସଦ ଇତିହାସରେ ଏପର୍ଯ୍ୟନ୍ତ ମାତ୍ର ୩ଟି ପ୍ରାଇଭେଟ ମେମ୍ବର ବିଲ ଗୃହିତ ହୋଇଛି। ୧୯୭୧ ମସିହାରେ ଶେଷ ଥର ଏପରି କୌଣସି ଏକ ବିଧେୟକ ଗୃହୀତ ହୋଇଥିଲା।

   Related Posts