ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ରାଜ୍ୟର ସମସ୍ତ ଘରୋଇ ମେଡିକାଲ୍ ୨୪ ଘଣ୍ଟା ପାଇଁ ବନ୍ଦ

25/05/2018 at 5:05 AM

ରାଜ୍ୟର ସମସ୍ତ ଘରୋଇ ମେଡିକାଲ୍ , କ୍ଲିନିକ୍ ପାଥୋ ଲାବ୍ ଏବଂ ଡାଏଗ୍ନୋଷ୍ଟିକ୍ ସେଣ୍ଟର୍ ୨୪ ଘଣ୍ଟା ପାଇଁ ବନ୍ଦ । ଆଜି ସକାଳ ୬ଟାରୁ ବନ୍ଦ ରହିଛି , ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ଚାଲିବ ଏହି ବନ୍ଦ ପାଳନ । ଓଡ଼ିଶା କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟ ଆକ୍ଟରେ ସଂଶୋଧନ ଦାବି କରି ୨୪ ଘଣ୍ଟିଆ କାମ ବନ୍ଦ ଡାକରା ଦେଇଛି ଅଲ୍ ଓଡିଶା ପ୍ରାଇଭେଟ୍ ମେଡିକାଲ୍ ଏଷ୍ଟାବ୍ଲିସମେଣ୍ଟ ଫୋରମ୍ । ଆସନ୍ତାକାଲି ସକାଳ ୬ଟା ଯାଏଁ ଆଉଟଡୋର୍ ବନ୍ଦ ରହିବ । ତେବେ ମେଡିକାଲ୍ ରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ଚିକିତ୍ସା ଜାରି ରହିବ । ରାଜ୍ୟରେ ସ୍ବାସ୍ଥ୍ୟସେବାର ୮୦ ପ୍ରତିଶତ ଭାର ଘରୋଇ ମେଡିକାଲ ଏବଂ କ୍ଲିନିକ୍ ଉପରେ ପଡ଼ିଥାଏ । ତେବେ ସ୍ବାସ୍ଥ୍ୟସେବାରେ ଯେପରି କୌଣସି ବାଧା ନଉପୁଜେ ସେଥିପାଇଁ ସଜାଗ ରହିବାକୁ ସ୍ବାସ୍ଥ୍ୟ ବିଭାଗ ସମସ୍ତ ସରକାରୀ ଡାକ୍ତରଖାନାକୁ ନିର୍ଦ୍ଦେଶ ଦେଇଛି । ଓଡ଼ିଶା କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ ଅନୁଯାୟୀ ଘରୋଇ ମେଡିକାଲର ପଞ୍ଜୀକରଣ , ନବୀକରଣ ଲାଗି ଭିତ୍ତିଭୂମି ଏବଂ ଫାୟାର ସେଫ୍ଟି ଗାଇଡଲାଇନ୍ ରହିଛି । ତେବେ ଏହି ଗାଇଡଲାଇନ୍ ଯୋଗୁଁ ପଞ୍ଜୀକରଣ ଏବଂ ନବୀକରଣ ସହଜ ହେଉନଥିବା ଅଭିଯୋଗ କରି ଏଥିରେ ସଂଶୋଧନ କରିବାକୁ ଘରୋଇ ମେଡିକାଲ୍ ସଂଘ ଦାବି କରିଛି ।

Leave a Reply

   Related Posts