ସାଟେଲାଇଟ ଜରିଆରେ ପ୍ରତି ଗାଁରେ ପହଞ୍ଚିବ ହାଇସ୍ପିଡ୍‌ ଇଣ୍ଟରନେଟ୍‌, ଭାରତନେଟ୍‌ ପ୍ରୋଜେକ୍ଟରେ ସାମିଲ୍‌ ହେବେ ବେସରକାରୀ କମ୍ପାନି

Published By : Prameya-News7 Bureau | November 09, 2023 IST

ନୂଆଦିଲ୍ଲୀ: ଦୁନିଆର ସବୁଠୁ ବଡ଼ ଗ୍ରାମୀଣ ବ୍ରଡବ୍ୟାଣ୍ଡ୍‌ ପ୍ରୋଜେକ୍ଟ ଭାରତନେଟକୁ ଏବେ ସାଟେଲାଇଟ୍‌ ସହଯୋଗ ମିଳିବାକୁ ଯାଉଛି। ୧.୪ ଲକ୍ଷ କୋଟି ଟଙ୍କାର ବିଶାଳ ପ୍ରକଳ୍ପକୁ ନୂଆ ରୂପ ଦେବାକୁ ପ୍ରସ୍ତୁତି ଆରମ୍ଭ କରୁଛନ୍ତି କେନ୍ଦ୍ର ସରକାର । ଏହା ଅନୁଯାୟୀ, ଉପାନ୍ତ ଅଞ୍ଚଳ ଏବଂ ପାହାଡ଼ିଆ ଅଞ୍ଚଳରେ ଦ୍ରୁତ ଇଣ୍ଟରନେଟ ପାଇଁ ସାଟେଲାଇଟ ଟେକ୍ନୋଲୋଜୀ ଏବଂ ଫିକ୍ସଡ ଓ୍ବାୟଲେସ ଆକ୍ସେସ ଏବଂ ଫାଇବର ଲାଇନ୍‌ର ବ୍ୟବହାର କରାଯିବ।

ଏହି ଯାଜନାକୁ ମଞ୍ଜୁରୀ ମିଳିବା ପରେ ଜିଓ, ଷ୍ଟାରଲିଙ୍କ୍‌ ଏବଂ ଓ୍ବାନଓ୍ବେବ ଭଳି କମ୍ପାନି ସରକାରଙ୍କ ସହ ମିଶି ଭାରତନେଟ ଉପରେ କାମ କରିପାରିବେ। ତେବେ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉପାନ୍ତ ଏବଂ ପାହାଡ଼ିଆ ଅଞ୍ଚଳର ପ୍ରାୟ ୧୦ ପ୍ରତିଶତ ଗ୍ରାମପଞ୍ଚାୟତକୁ ସାଟେଲାଇଟ୍‌ ଦ୍ବାରା ଇଣ୍ଟରନେଟ୍‌ ସହ ଯୋଡ଼ାଯିବ। ବେସରକାରୀ କମ୍ପାନିଙ୍କ ସହ ବିଏସଏନଏଲକୁ ମଧ୍ୟ ସାଟେଲାଇଟ କମ୍ୟୁନିକେସନ କମ୍ପାନିଙ୍କ ସହ ହାତ ମିଳାଇବାକୁ ମଞ୍ଜୁରୀ ମଳିଯିବ।

ଆହୁରି ପଢ଼ନ୍ତୁ: Vodafone-Ideaର ବଡ଼ ବିଜୟ; ୧,୧୨୮ କୋଟି ଟଙ୍କା ଫେରାଇବ ଆୟକର ବିଭାଗ, ବମ୍ୱେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭାରତନେଟ ପ୍ରୋଜେକ୍ଟ ସମ୍ଭାଳୁଥିବା ବିଏସଏନଏଲ ଆସନ୍ତା ମାସରେ ଏସମ୍ବନ୍ଧରେ ଟେଣ୍ଡର ବାହାର କରିପାରେ। ଏହାର କାମ ଆସନ୍ତା ମାସ ମାର୍ଚ୍ଚ କିମ୍ବା ଏପ୍ରିଲରୁ ଆରମ୍ଭ କରିବା ପାଇଁ ଯୋଜନା ରହିଛି। ଏହି ପ୍ରୋଜେକ୍ଟର ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଦେଶର ୧.୬୪ ଲକ୍ଷ ଗାଁରେ ଇଣ୍ଟରନେଟ୍ ପହଞ୍ଚିଯିବ। ଆଗାମୀ ଚରଣରେ ୪୭ ହଜାର ନୂଆ ଗ୍ରାମପଞ୍ଚାୟତ ଯୋଡ଼ାଯିବ ଏବଂ ଯୋଡ଼ି ହୋଇସାରିଥିବା ସବୁ ଗ୍ରାମରେ ଇଣ୍ଟରନେଟ୍‌ ସେବାରେ ସୁଧାର କରାଯିବ।

ଭାରତନେଟ ଅନୁଯାୟୀ ଫାଇବର ଟୁ ଦ ହୋମ (FTTH) ସଂଯୋଗ ନେବା ଉପରେ ୮୯୦୦ରୁ ୧୨୯୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ମଧ୍ୟ ଦିଆଯି। ଭାରତନେଟ ଉଦ୍ୟୋଗୀ ମଡେଲ ଅନୁଯାୟୀ ବିଏସଏନଏଲ ପାଞ୍ଚ ବର୍ଷରେ ୧.୫ କୋଟି ଫାଇବର ସଂଯୋଗ ଦେବାକୁ ଚାହୁଛି।

ଆହୁରି ପଢ଼ନ୍ତୁ: ଭୋଲଟାସକୁ ବିକିବାକୁ ବିଚାର କରୁଛି ଟାଟା ଗ୍ରୁପ ! କମ୍ପାନି ରଖିଲା ସ୍ପଷ୍ଟିକରଣ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.