ଦୁଷ୍କର୍ମ ହୋଇଥିବା ବସର ପରମିଟ ରଦ୍ଦ ନିଷ୍ପତ୍ତି ନବଦଳାଇଲେ ୧୨ ତାରିଖରୁ ଘରୋଇ ବସ ଧର୍ମଘଟ
31/07/2019 at 7:22 PM

କଟକ୩୧|୭: ପୁରୀରେ ବସ ଭିତରେ ଦୁଷ୍କର୍ମ ଘଟଣାରେ ପରିବହନ ବିଭାଗ ସଂପୃକ୍ତ ବସର ପରମିଟକୁ ରଦ୍ଧ କରିଛି । ଯେଉଁ ସବୁ ବସରେ ଏଭଳି ଘଟଣା ଘଟିବ ସେହି ବସର ପରମିଟ ରଦ୍ଦ କରାଯିବ ବୋଲି ହୋଇଥିବା ନିଷ୍ପତ୍ତିକୁ ରାଜ୍ୟ ଘରୋଇ ବସ ମାଲିକ ସଂଘ ବିରୋଧ କରିଛି ।
ବୁଧବାର ରାଜ୍ୟ ଘରୋଇ ବସ ମାଲକ ସଂଘ ରାଜ୍ୟ ସଡକ ପରିବହନ ଅଧିକାରୀ ଓ କେନ୍ଦ୍ରାଞ୍ଚଳ ଆରଡିସି ଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛି । ଏହି ନିଷ୍ପତ୍ତି ବିରୋଧରେ ପରିବହନ ବିଭାଗ ତର୍ଜମା କରି ଏହାକୁ ବଦଳାଇବାକୁ ଦାବୀ କରିଛି ସଂଘ । ଯଦି ନିଷ୍ପତ୍ତି ନ ବଦଳା ଯାଏ ତେବେ ଆସନ୍ତା ୧୨ ତାରିଖରୁ ବସ ଧର୍ମଘଟ କରିବାକୁ ଚେତାବନୀ ଦେଇଛି ରାଜ୍ୟ ଘରୋଇ ବସ ମାଲିକ ସଂଘ….
Related Posts
ଲଘୁଚାପ ପରେ ଲଘୁଚାପ, ଅଗଷ୍ଟ ୧୯ ଯାଏଁ ଛାଡିବନି ବର୍ଷା
12 August 2022
ଓଡ଼ିଶା ପୋଲିସର ୯ ପୋଲିସ କର୍ମଚାରୀଙ୍କୁ ମିଳିବ ପୋଲିସ ସାହସିକତା ପଦକ
12 August 2022