Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭଦ୍ରକ : ୩ ଦିନ ହେଲା ନିଖୋଜ ଥିଲେ, ନଦୀରୁ ମିଳିଲା ଯୁବକଙ୍କ ମୃତଦେହ
  • ||
  • କେନ୍ଦୁଝର : ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ବିନିକା : ଶେଷ ଦିନରେ ବି ପ୍ରଶ୍ନପତ୍ର ଭାଇରାଲ୍, ପରୀକ୍ଷା ପୂର୍ବରୁ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରିବୁଲିଥିଲା
  • ||
  • ଭୁବନେଶ୍ବର : କୌଣସି ପ୍ରଶ୍ନପତ୍ର ଭାଇରାଲ୍ ହୋଇନି : ଗଣଶିକ୍ଷା ମନ୍ତ୍ରୀ
  • ||
  • ଖଲ୍ଲିକୋଟ : ଅଟୋକୁ ପଛପଟୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଡ୍ରାଇଭରଙ୍କ ସମେତ ୪ ଆହତ
  • ||
  • ଭୁବନେଶ୍ବର : ଆସନ୍ତା ୩ ତାରିଖରୁ ମାଟ୍ରିକ୍ ଖାତା ଦେଖା, ଅପ୍ରେଲ ଶେଷ ସୁଦ୍ଧା ପ୍ରକାଶ ପାଇବ ଫଳ
  • ||
  • ଭୁବନେଶ୍ୱର: ସରିଗଲା ମାଟ୍ରିକ୍ ପରୀକ୍ଷା, ଶେଷ ଦିନରେ ସବଜେକ୍ଟ୍ ଥିଲା ମ୍ୟାଥମାଟିକ୍ସ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ର ପ୍ରଭାବ, ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା
  • ||

ବସ୍ ମାଲିକ ସଂଘର ଚେତାବନୀ, ସନ୍ଧ୍ୟା ସୁଦ୍ଧା ରାଜପଥ ଖାଲି ନହେଲେ ଶୁକ୍ରବାରଠୁ ବସ୍ ଧର୍ମଘଟ

16/03/2023 at 4:26 PM

କଟକ ୧୬।୩: ଆନ୍ଦୋଳନକାରୀ ଚାଳକମାନଙ୍କ ହିଂସାତ୍ମକ କାର୍ଯ୍ୟକଳାପ ବିରୋଧରେ ରାଜ୍ୟ ଘରୋଇ ଵସ୍ ମାଲିକ ସଂଘର ପ୍ରତି ଜବାବ । ଗୁରୁବାର ସଂଧ୍ୟା ସୁଦ୍ଧା ରାଜପଥରୁ ଆନ୍ଦୋଳନକାରୀମାନଙ୍କୁ ନହଟାଇଲେ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ ଚେତାବନୀ ଦେଲା ବସ୍ ମାଲିକ ସଂଘ । କଟକରେ ଅନୁଷ୍ଠିତ ଏକ ବୈଠକରେ ଘରୋଇ ବସ୍ ମାଲିକ ସଂଘ ଏଭଳି ନିଷ୍ପତ୍ତି ନେଇଛି । ଆନ୍ଦୋଳନକାରୀ ରାଜପଥରୁ ହଟିଲେ ଶୁକ୍ରବାରଠୁ ଘରୋଇ ବସ୍ ସ୍ବାଭାବିକ ଭାବେ ଚାଲିବ । ନଚେତ ଶୁକ୍ରବାର ପୂର୍ବାହ୍ନ ୧୧ଟାଠାରୁ ବସ୍ ଗୁଡିକ ରାଜପଥରେ ରଖି ପ୍ରତିବାଦ କରିବ ଘରୋଇ ବସ୍ ମାଲିକ ସଂଘ ।

ସେପଟେ ଚାଳକମାନଙ୍କର ଷ୍ଟିୟରିଂ ଛାଡ ଆନ୍ଦୋଳନ ଯୋଗୁଁ କଟକରୁ ଯାତ୍ରୀ ପରିବହନ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଖାଁ ଖାଁ ବାଦାମବାଡି ବସଷ୍ଟାଣ୍ଡ । ବାଦାମବାଡିରୁ ଗୁରୁବାର ମାତ୍ର ଖଣ୍ଡେ ଦୁଇ ଖଣ୍ଡ ବସ୍ ଚଳାଚଳ କରିଛି । ଫଳରେ ଦୁରଦୁରାନ୍ତର ଯାତ୍ରୀମାନେ ବସଷ୍ଟାଣ୍ଡରେ ଅଟକି ରହିଛନ୍ତି ।

ସେପଟେ ବାଦାମବାଡିରୁ ସରକାରୀ ବସ୍ ଗୁଡିକ ଚଳାଚଳ କରୁଛି । କିନ୍ତୁ ରାସ୍ତାରେ ଆନ୍ଦୋଳନରତ ଡ୍ରାଇଭରମାନେ ପିକେଟିଂ କରିବା ଯୋଗୁଁ ସରକାରୀ ଡ୍ରାଇଭରମାନେ ବସ୍ ନେଇ ଯିବାକୁ ଅରାଜି ହେଉଛନ୍ତି ।

ଅନ୍ୟପଟେ କଟକରେ ଯେଉଁ ଅଟୋ ଚାଳକମାନେ ବୁଧବାର ଅଟୋ ଚଳାଉଥିଲେ ଆନ୍ଦୋଳନରତ ଡ୍ରାଇଭରମାନେ ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଓ ଯାତ୍ରୀ ପରିବହନରେ ବାଧା ସୃଷ୍ଟି ପ୍ରତିବାଦରେ କଟକ ମହାନଗର ଅଟୋ ସଙ୍ଘ ପକ୍ଷରୁ ବାଦାମବାଡି ଥାନାରେ ଏତଲା ଦିଆଯାଇଛି ।

   Related Posts