ମୋ ବସ୍‌କୁ ଧକ୍କା ଦେଲା ଘରୋଇ ବସ୍, ଇଞ୍ଜିନ୍ ଫାଟି ରାସ୍ତାରେ ବୋହିଲା ମୋବିଲ

Published By : Prameya-News7 Bureau | July 24, 2023 IST

ବାରଙ୍ଗ ୨୪।୭: ଯାତ୍ରୀବାହୀ ମୋ ବସ୍‌କୁ ଧକ୍କା ଦେଲା ଘରୋଇ ବସ୍ । ଦୁର୍ଘଟଣା ଫଳରେ ଘରୋଇ ବସ୍‌ର ଇଞ୍ଜିନ୍ ଫାଟିଯାଇଛି । ଫଳରେ ରାସ୍ତାରେ ମୋବିଲ ବୋହିଛି । ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ୍ ନିକଟ ରାସ୍ତାରେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।

{"id":821371,"width":738,"height":425,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଚନ୍ଦ୍ରଶେଖରପୁର ସ୍ଥିତ ପେଟ୍ରୋଲ ପମ୍ପ୍ ନିକଟ ରାସ୍ତାରେ ଯାତ୍ରୀବାହୀ ମୋ ବସ୍‌କୁ ପଛ ପଟରୁ ଧକ୍କା ଦେଇଛି ଏକ ଘରୋଇ ସିଟି ବସ୍ । ଏହି ଦୁର୍ଘଟଣା ଫଳରେ ମୋ ବସ୍‌ର କାଚ ଭାଙ୍ଗି ଗୁଣ୍ଡ ହୋଇଯାଇଛି । ସେହିଭଳି ଘରୋଇ ବସ୍‌ର ଇଞ୍ଜିନ୍ ଫାଟି ରାସ୍ତାରେ ମୋବିଲ ବୋହିଛି । ଘରୋଇ ବସ୍‌ର ବ୍ରେକ୍ ଫେଲ୍ ହୋଇଯିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡିଛି ।

{"id":821372,"width":740,"height":426,"sizeSlug":"full","linkDestination":"none"}

ତେବେ ଦୁର୍ଘଟଣାରେ ଘରୋଇ ବସ୍ ଇଞ୍ଜିନ ଫାଟିଯିବାରୁ ମୋବିଲ ବୋହି ରାସ୍ତା ସାରା ହୋଇଯାଇଥିଲା । ଯାହା ଫଳରେ ସେହି ରାସ୍ତା ଦେଇ ଯାଉଥିବା ଏକାଧିକ ବାଇକ୍ ଆରୋହୀଙ୍କ ଗାଡ଼ି ଚକା ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଉଭୟ ମୋ ବସ୍ ଓ ଘରୋଇ ସିଟି ବସ୍‌କୁ ଚନ୍ଦ୍ରଶେଖରପୁର ଥାନା ପୋଲିସ ଜବତ କରିଛି । ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

You Can Read :

wp:embed {"url":"https://www.prameyanews7.com/unknown-animal-fear-at-lamtaput/","type":"wp-embed","providerNameSlug":"prameya-news-7"}
https://www.prameyanews7.com/unknown-animal-fear-at-lamtaput/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.