ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦିଅନ୍ତୁ, ନଚେତ ପାପ ଲାଗିବ, ପ୍ରଶ୍ନକାଳରେ ବିରୋଧୀଙ୍କୁ ଜବାବ ଦେଲେ ମନ୍ତ୍ରୀ

Published By : Prameya-News7 Bureau | February 28, 2023 IST

ଭୁବନେଶ୍ୱର ୨୮/୦୨: ମୁଖ୍ୟମନ୍ତ୍ରୀ ମୁମ୍ବାଇରେ କେମିକାଲ ଠାରୁ ଆରମ୍ଭ କରି ଆଇଟି ଓ ପ୍ଲାଷ୍ଟିକ ସେକ୍ଟରରେ ଓଡିଶାକୁ ପୁଞ୍ଜି ଆଣିବା ପାଇଁ ପୁଞ୍ଜିପତି ମାନଙ୍କ ପାଖରେ ବସିଛନ୍ତି । ଦଶ ଲକ୍ଷ କୋଟି ଟଙ୍କାର ଇଣ୍ଟେଣ୍ଡ ଇନଭେଷ୍ଟମେଣ୍ଟ ଆସିଛି । ଶିଳ୍ପ କ୍ଷେତ୍ରରେ ଆଜି ଯେଉଁ ପୁଞ୍ଜି ନିବେଶ ହେଉଛି, ତାର ମୂଳ ଲକ୍ଷ ହେଉଛି ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ।

wp:html /wp:html

ମିନେରାଲ ବେସଡ଼ ଶିଳ୍ପ ଲାଗି ଅନୁକୂଳ ସ୍ଥାନ ହୋଇଛି ଓଡିଶା, ଏହା ଆମ ପାଇଁ ଗର୍ବର କଥା । ପ୍ରଶ୍ନକାଳରେ ବିରୋଧୀଙ୍କୁ ତେରେଛା ବାଣ ମାରିଲେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ । ସେପଟେ ପ୍ରଶ୍ନକାଳରେ ରାଜ୍ୟରେ ଥିବା ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ନିଯୁକ୍ତି ନେଇ ଗୃହରେ ଉଦବେଗ ପ୍ରକାଶ ପାଇଛି ।

ମନ୍ତ୍ରୀଙ୍କ ଉତ୍ତର ଆରଆର ପଲିସିରେ ଦିଆଯାଉଛି ନିଯୁକ୍ତି । କୁଶଳୀ, ଅଣ କୁଶଳୀ ଏବଂ ଅର୍ଦ୍ଧ କୁଶଳୀ ସମସ୍ତଙ୍କୁ ନିଯୁକ୍ତି ଦେବାକୁ ବ୍ୟବସ୍ତା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.