LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପୃଥ୍ଵୀ ଶଙ୍କ ମୁସ୍କିଲ ବଢାଇଲେ ସପନା ଗିଲ୍, କ୍ରିକେଟ୍‌ରଙ୍କ ବିରୋଧରେ ରୁଜୁ କଲେ ଅପରାଧିକ ମାମଲା

21/02/2023 at 9:09 PM

ନୂଆଦିଲ୍ଲୀ: ଭାରତୀୟ ଦଳର ଓପନର ପୃଥ୍ବୀ ଶଙ୍କ ମୁସ୍କିଲ ବଢିବାରେ ଲାଗିଛି। ସାମାଜିକ ଗଣମାଧ୍ୟମ ଇନଫ୍ଲୁଏନ୍ସର ସପନା ଗିଲ୍‌ଙ୍କ ସହ ହୋଇଥିବା ବିବାଦ ସଂପୂର୍ଣ୍ଣ ଭାବେ ସମାଧାନ ହୋଇ ନାହିଁ। ଗତ ଦିନରେ ଏକ ସ୍ଥାନୀୟ ଅଦାଲତ ସପନା ଗିଲ୍‌ଙ୍କୁ  ଜାମିନ ପ୍ରଦାନ କରିଥିଲେ। ତେବେ ଜାମିନରେ ମୁକୁଳିବା ପରେ ସପନା ଗିଲ୍‌ ପୃଥ୍ଵୀ ଶଙ୍କ ବିରୋଧରେ ଏତଲା ଦେଇଛନ୍ତି।

ସପନା ଗିଲ୍  ଭାରତର ଏହି କ୍ରିକେଟରଙ୍କ ବିରୋଧରେ  ଅପରାଧିକ ମାମଲା ରୁଜୁ କରିଛନ୍ତି। ତାଙ୍କ ବ୍ୟତୀତ ଆଶିଷ ସୁରେନ୍ଦ୍ର ଯାଦବ, ବୃଜେଶ ଏବଂ ଅନ୍ୟ ଲୋକଙ୍କ ବିରୋଧରେ କେସ୍ ରୁଜୁ କରାଯାଇଛି। ପୃଥ୍ବୀ ଶଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଲଗାଇଛନ୍ତି ସପନା।

ଓକିଲ ଅଲୀ କାଶିଫ ଦେଶମୁଖଙ୍କ ଅନୁଯାୟୀ ସପନା ଗିଲ୍ ଆଇପିସିର ଧାରା ୩୪, ୧୨୦ବି, ୧୪୪,  ୧୪୬, ୧୪୮, ୧୪୯, ୩୨୩, ୩୨୪, ୩୫୧, ୩୫୪, ୫୦୯ ଆଧାରରେ ମାମଲା ରୁଜୁ କରାଇଛନ୍ତି। ଏଥିରେ ତାଙ୍କ ପ୍ରତି ଦୁର୍ବ୍ୟବହାର ହୋଇଥିବା କହିଛନ୍ତି ସପନା।

ଏ ଖବର ପଢନ୍ତୁ- ପୃଥ୍ଵୀ ଶଙ୍କ ସହ ହାତାହାତି ହେବା ପଡିଲା ମହଙ୍ଗା, ସପନା ଗିଲ୍‌ଙ୍କୁ ଗିରଫ କଲା ପୋଲିସ୍

ଉଲ୍ଲେଖଯୋଗ୍ୟ, ପୃଥ୍ଵୀ ଶ ଫେବୃଆରୀ ୧୫ରେ ମୁମ୍ବାଇର ଏକ ପଞ୍ଚତାରକା ହୋଟେଲ୍‌ରେ ନିଜ ବନ୍ଧୁ ଆଶିଷ ଏବଂ ବୃଜେଶଙ୍କ ସହିତ ରାତ୍ରଭୋଜନ ପାଇଁ ଯାଇଥିଲେ। ଏହି ସମୟରେ ପୃଥ୍ଵୀ ଶ ଏବଂ ସପନାଙ୍କ ମଧ୍ୟରେ ସେଲଫିକୁ ନେଇ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏହା ପରେ କିଛି ଲୋକ ଶଙ୍କ ବନ୍ଧୁଙ୍କ କାର ଉପରେ ଆକ୍ରମଣ କରି କାଚ ଭାଙ୍ଗି ଦେଇଥିଲେ। ଶଙ୍କ ବନ୍ଧୁ ଆଶିଷ ଯାଦବ ଥାନାରେ ଅଭିଯୋଗ କରିଥିଲେ ଯେ, କିଛି ଲୋକ ସେଲଫି ନେବା ପାଇଁ ଶଙ୍କ ନିକଟକୁ ଆସିଥିଲେ। ତାଙ୍କ ସହିତ ଫଟୋ ବି ଉଠାଇଥିଲେ। ମାତ୍ର ପୂରା ଗ୍ରୁପ ସେଲଫି  ନେବା ପାଇଁ ଭିଡ ଜମାଇଥିଲେ। ଏହା ପରେ ଶ ସେଲଫି ଦେବାକୁ ମନା କରି କହିଥିଲେ ଯେ, ସେ ନିଜ ବନ୍ଧୁଙ୍କ ସହ ଡିନର କରିବାକୁ ଆସିଛନ୍ତି।

   Related Posts