ଖ୍ରୀଷ୍ଟଚର୍ଚ୍ଚରେ ପୃଥୀଙ୍କ ରେକର୍ଡ, ତଥାପି ସଚ୍ଚିନଙ୍କ ପଛରେ

Published By : Prameya-News7 Bureau | February 29, 2020 IST

ଖ୍ରୀଷ୍ଟଚର୍ଚ୍ଚ ୨୯।୦୨: ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚରେ ସିରିଜର ୨ୟ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି ୨ୟ ଟେଷ୍ଟ ମ୍ୟାଚ୍‌ । ଏହି ମ୍ୟାଚ୍‌ରେ ଭାରତୀୟ ଓପନର ପୃଥୀ ସ ନିଜ ଫର୍ମକୁ ଫେରିବା ଭଳି ଅନୁମାନ କରାଯ।ଉଛି । ସିରିଜର ଶେଷ ମ୍ୟାଚ୍‌ରେ ପୃଥୀଙ୍କ ବ୍ୟାଟ୍‌ରୁ ଅର୍ଦ୍ଧଶତକ ବାହାରିଛି । ୬୪ବଲ୍‌ ଖେଳି ୫୪ରନ୍‌ କରିଛନ୍ତି ଏହି ଯୁବ ବ୍ୟାଟସମ୍ୟାନ୍‌ । ପୃଥୀ ନିଜ ପାରିରେ ୮ଟି ଚୌକା ସହ ଗୋଟିଏ ଛକ୍କାର ସହଯୋଗରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ଏହା ପୂର୍ବରୁ ଓ୍ବେଲିଂଟନ ଟେଷ୍ଟରେ ପୃଥୀ ପ୍ରଥମ ପାଳିରେ ୧୬ ଓ ଦ୍ବିତୀୟ ପାଳିରେ ୧୪ରନ୍‌ କରି ଆଉଟ ହୋଇଥିଲେ ।

{"id":230844,"sizeSlug":"large"}

ତେବେ ପ୍ରଥମ ମ୍ୟାଚ୍‌ରେ ବିଫଳତାକୁ ନେଇ ପୃଥୀଙ୍କ ସ୍ଥାନରେ ଶୁଭମନ ଗିଲ୍‌ଙ୍କୁ ସାମିଲ କରିବା ପାଇଁ ଦାବି ଉଠିଥିଲା । କିନ୍ତୁ ଟିମ୍‌ ମ୍ୟାନେଜମେଣ୍ଟ ପୃଥୀଙ୍କୁ ଦଳରେ ସାମିଲ କରିଥିଲା । ଖ୍ରାଷ୍ଟଚର୍ଚ୍ଚ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଛନ୍ତି ପୃଥୀ । ଅର୍ଦ୍ଧଶତକ ହାସଲ କରି ପୃଥୀ ଏକ ରେକର୍ଡ ସ୍ଥାପନ କରିଛନ୍ତି । କମ୍‌ ବୟସ୍କ ଭାରତୀୟ ଖେଳାଳି ଭାବେ ନ୍ୟୁଜିଲାଣ୍ଡ ପିଚ୍‌ରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ପୃଥୀଙ୍କ ପୂର୍ବରୁ ଏହି ତାଲିକାରେ ମହାନ ବ୍ୟାଟସମ୍ୟାନ୍‌ ସଚ୍ଚିନ ତେନ୍ଦୁଲକର ରହିଛନ୍ତି । ପୃଥୀ ଏହି ରେକର୍ଡ ତାଲିକାରେ ୨ୟ ସ୍ଥାନରେ ରହିଛନ୍ତି ।

{"id":230845,"sizeSlug":"large"}

ସବୁଠାରୁ କମ୍ ବୟସ୍କ ଭାରତୀୟ ଖେଳାଳି ଭାବେ ନ୍ୟୁଜିଲାଣ୍ଡ ପିଚରେ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ମହାନ ବ୍ୟାଟସମ୍ୟାନ୍‌ ସଚ୍ଚିନ ତେନ୍ଦୁଲକରଙ୍କ ନାମରେ ରହିଛି । ସଚ୍ଚିନ ୧୯୯୦ରେ ନାପିଅର ଟେଷ୍ଟରେ ୧୬ବର୍ଷ ୨୯୧ଦିନ ବୟସରେ ଏହି କୀର୍ତ୍ତିମାନ ହାସଲ କରିଥିଲେ । ସଚ୍ଚିନ ଏହି ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରି ରେକର୍ଡ ନିଜ ନାମରେ କରିଛନ୍ତି । ତେବେ ଖ୍ରୀଷ୍ଟଚର୍ଚ୍ଚରେ ଖେଳାଯାଉଥିବା ୨ୟ ଟେଷ୍ଟରେ ପୃଥୀ ୨୦ବର୍ଷ ୧୧୨ଦିନରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ଯାହାକି ତାଙ୍କୁ ତାଲିକାରେ ୨ୟ ସ୍ଥାନରେ ରହିବାକୁ ପଡିଛି । ତେବେ ଏହି ତାଲିକାରେ ତୃତୀୟ ସ୍ଥାନରେ ଅତୁଲ ବାସନ ରହିଛନ୍ତି । ସେ ୧୯୯୦ରେ ୨୧ବର୍ଷ ୩୩୬ ଦିନରେ ଅକଲାଣ୍ଡ ଟେଷ୍ଟରେ ଅର୍ଦ୍ଧଶତକ ହାସଲ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.