ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଟିମ୍‌କୁ ଫେରିଲେ ପୃଥ୍ୱୀ ଶ

Published By : Prameya-News7 Bureau | January 14, 2023 IST

ମୁମ୍ବାଇ: ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ମୁମ୍ବାଇ ଓପନର ପୃଥ୍ୱୀ ଶଙ୍କୁ ଟିମ୍‌ରେ ସ୍ଥାନ ମିଳିଛି। ୨୦୨୧ରେ ତାଙ୍କୁ ଦଳରୁ ବାଦ୍ ଦିଆଯାଇଥିଲା। ହେଲେ ଘରୋଇ କ୍ରିକେଟ୍‌ରେ ତାଙ୍କର ଭଲ ପ୍ରଦର୍ଶନ ପାଇଁ ପୁଣିଥରେ ଟିମ୍‌ ଇଣ୍ଡିଆରେ ସ୍ଥାନ ମିଳିଛି। ନିକଟରେ ରଣଜୀ ଟ୍ରଫିରେ ୩୭୯ ରନ୍‌ କରିବା ପରେ ସେ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଚୟନକର୍ତ୍ତା ମୁଖ୍ୟ ଚେତନ ଶର୍ମା ପୂର୍ବରୁ ଟି-୨୦ ବିଶ୍ୱକପ୍‌ରେ ପୃଥ୍ୱୀ ଶଙ୍କ ଫେରିବା ନେଇ ସଂକେତ ଦେଇଥିଲେ। ଏହି ସଂକେତ ଏବେ କାର୍ଯ୍ୟାକାରୀ ହୋଇଛି। ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ସେ କମ୍‌ବ୍ୟାକ୍‌ କରିଛନ୍ତି। ଟିମ୍ ସାଉଦୀ ଓ କାନେ ୱିଲିୟମସନଙ୍କ ଅନୁପସ୍ଥିତିରେ ସ୍ପିନର ମିଚେଲ ସନ୍ତନର ନ୍ୟୁଜିଲାଣ୍ଡ ଟିମ୍‌ର ଅଧିନାୟକ ଦାୟିତ୍ୱ ସମ୍ଭାଳିବେ। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ପୁଣିଥରେ ଟିମ୍ ଇଣ୍ଡିଆ କ୍ୟାପ୍ଟେନ୍ ଦାୟିତ୍ୱ ରହିବ। ସୂର୍ଯ୍ୟ କୁମାର ଉପଅଧିନାୟକ ଦାୟିତ୍ୱ ତୁଲାଇବେ।  

ବିସିସିଆଇ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ରୋହିତ ଓ ବିରାଟଙ୍କ ସ୍ଥାନରେ ପାଣ୍ଡ୍ୟା ଓ ସୂର୍ଯ୍ୟଙ୍କ ଯୋଡ଼ିକୁ ଟି-୨୦ ଭାର ସମ୍ବାଳିବାକୁ ଦାୟିତ୍ୱ ଦେଇଛନ୍ତି। ତା ପୂର୍ବରୁ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ରୋହିତ ଓ ବିରାଟ କୋହଲିଙ୍କୁ ଦଳରୁ ବାଦ୍ ଦିଆଯାଇଛି। ଟି-୨୦ ବିଶ୍ୱକପ୍‌ ପର୍ଯ୍ୟନ୍ତ ପ୍ରତ୍ୟେକ ଟି-୨୦ ସିରିଜରେ ପାଣ୍ଡ୍ୟା ଓ ଯାଦବଙ୍କୁ କ୍ୟାପ୍ଟେନ୍ ଦାୟିତ୍ୱ ମିଳିପାରେ ବୋଲି ସୂଚନା ମିଳିଛି। ରୋହିତ ବିରାଟଙ୍କୁ ବିଶ୍ରାମ ଦେବା ପାଇଁ ହେଉ କିମ୍ବା ଟି-୨୦ରୁ ପର୍ଯ୍ୟକ୍ରମେ ବାହାର କରିବା ପାଇଁ ବିସିସିଆଇ ଏହି ନିଷ୍ପତ୍ତି ନେଇପାରେ ବୋଲି କୁହାଯାଉଛି।

ନ୍ୟୁଜିଲାଣ୍ଡ ପାଇଁ ଭାରତୀୟ ଟିମ୍-

ହାର୍ଦ୍ଦିକ ପାଣ୍ଡ୍ୟା(କ୍ୟାପ୍ଟେନ୍), ସୂର୍ଯ୍ୟକୁମାର ଯାଦବ(ଉପଅଧିନାୟକ), ଇଶାନ କିଶନ(ୱିକେଟ କିପର), ଋତୁରାଜ ଗାୟକ୍ୱାଡ଼, ଶୁଭମନ ଗିଲ, ଦୀପକ ହୁଡ୍ଡା, ରାହୁଲ ତ୍ରିପାଠୀ, ଜିତେଶ ଶର୍ମା(ୱିକେଟ କିପର), ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂହ, ଉମ୍ରାନ ମଲ୍ଲୀକ, ଶିବମ ମାଭି, ପ୍ରଥୃୀ ଶହ, ମୁକେଶ କୁମାର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.