ପୂଜା କରୁଥିବା ବେଳେ ପୂଜକଙ୍କୁ ଚୋଟ ମାରିଲା ନାଗ, ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

Published By : Prameya-News7 Bureau | June 13, 2021 IST

ଆନନ୍ଦପୁର ୧୩।୬: ମନ୍ଦିରରେ ପୂଜା କରୁଥିବା ସମୟରେ ପୂଜକଙ୍କୁ ନାଗ ଦଂଶନ କରିବାରୁ ତାଙ୍କର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡ ଘଷିପୁରା ଝାଡେଶ୍ବର ମନ୍ଦିରରେ ।

{"id":465620,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଲକଡାଉନ୍ ଯୋଗୁଁ ବିନା ଭକ୍ତରରେ ରବିବାର ପାଳି ଅନୁଯାୟୀ ପୂଜକ କୈଳାଶ ଚନ୍ଦ୍ର ମିଶ୍ର ମନ୍ଦିର ନୀତିକାନ୍ତି କରିବାକୁ ଆସିଥିଲ । ପୂଜା ନୀତିକାନ୍ତି କରିବା ପୂର୍ବରୁ ଶିବ ଲିଙ୍ଗରୁ ବାସି ବେଲପତ୍ର ଓ ଫୁଲ ସଫା କରିବାକୁ ଲିଙ୍ଗ ପିଣ୍ଡିକୁ ହାତ ବଢାଇଥିଲେ । ଠିକ୍ ସେହି ସମୟରେ ଲିଙ୍ଗ ଉପରେ ଥିବା ଏକ ନାଗ ସାପ ତାଙ୍କ ହାତକୁ ଦଂଶନ କରିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଖବରପାଇ ଘଷିପୁରା ପୋଲିସ ପହଞ୍ଚିଛି । ତେବେ ପୂଜକ କୈଳାଶ ମିଶ୍ରଙ୍କ ମୃତ୍ୟୁ ଖବର ପାଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.