ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆନନ୍ଦପୁର : ବାଇକକୁ ପଛପଟୁ ପିଟିଲା କାର୍‌, ଦୁଗ୍ଧ ବିକ୍ରି କରିବାକୁ ବାହାରିଥିଲେ ରବିନ୍ଦ୍ର
  • ||
  • ଓସ୍କାର ବିଜେତା ଗାୟିକା ଆଇରିନ କାରାଙ୍କ ଦେହାନ୍ତ, ୬୩ ବର୍ଷରେ ଦୁନିଆକୁ କହିଲେ ଅଲବିଦା
  • ||
  • IND vs NZ : ବର୍ଷାରେ ଧୋଇଗଲା ମ୍ୟାଚ୍, ୨ ଦିନିକିଆ ବାତିଲ
  • ||

ଚିକିତ୍ସାଧୀନ ଅବସ୍ଥାରେ ବିଚାରଧୀନ କଏଦୀ ମୃତ

4/11/2019 at 10:04 AM

ରାଉରକେଲା୪।୧୧:  ରାଉରକେଲା ସ୍ବତନ୍ତ୍ର ଜେଲର ବିଚାରଧୀନ କଏଦୀ ଯୋସେଫ ତିର୍କୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତ ବିଚାରଧୀନ କଏଦୀ ଯୋସେଫ ତିର୍କିୀ ୨୦୧୭ ମସିହାରୁ ଏକ ହତ୍ୟା ମାମଲାରେ ଜେଲରେ ରହିଆସୁଥିଲେ  ।

ସୂଚନାଯୋଗ୍ୟ ଯେ, ରାଉରକେଲା ସ୍ବତନ୍ତ୍ର ଜେଲର ଏକ ହତ୍ୟା ମାମଲାରେ ରହିଆସୁଥିବା ବିଚାରଧୀନ କଏଦୀ ଯୋସେଫଙ୍କ ସ୍ବାସ୍ଥ୍ୟ ଅନେକ ଦିନ ହେଲା ଖରାପ ଥିଲା ।  ଗତକାଲି ବାନ୍ତି ହେବାରୁ ତାଙ୍କୁ ଜେଲରେ ପ୍ରାଥମିକ  ଚିକିତ୍ସା କରାଯାଇଥଲା । କିନ୍ତୁ ତାଙ୍କ ସ୍ବାସ୍ଥ୍ୟରେ କୌଣସି ଉନ୍ନତି ନହେବା ସହ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତି କରାଯାଇଥିଲା ।  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯୋସେଫ ତିର୍କିୀଙ୍କ ମୃତଦେହ ରାଉରକେଲା ସରକାରୀ ଡାକ୍ତରଖାନାର ଶବଗୃହରେ ରଖାଯାଇଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ପରିବାରର କୌଣସି ସଦସ୍ୟ ଆସିନାହାନ୍ତି । ଏପଟେ କିନ୍ତୁ  ପରିବାର ଲୋକେ ପହଚିଂଲେ ଶବ ବ୍ୟବଛେଦ କରାଯିବା ସହ ମୃତଦେହକୁ ହସ୍ତାନ୍ତର କରାଯିବ ।  କେଉଁ ପରିସ୍ଥିତିରେ ଯୋସେଫ ତିର୍କୀଙ୍କ ମୃତ୍ୟୁ ହେଲା ତାହା ସଂନ୍ଦେହ ଜନକ । ଯଦି ତାଙ୍କ ସ୍ବାସ୍ଥ୍ୟ ପୂର୍ବରୁ ଖରାପ ଥିଲା ତେବେ କାହିଁକି ଜେଲ କତୃପକ୍ଷ ଡାକ୍ତରଖାନାରେ ଚିକିତ୍ସା ନକରି ଜେଲରେ ଚିକିତ୍ସା କରୁଥିଲେ ।

   Related Posts