Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜେଲରେ ଥାଇ କଏଦୀ ମଧ୍ୟ କରିପାରିବେ ଅନଲାଇନ ଶପିଙ୍ଗ୍ ; ୩ ହଜାର ରହିବ ଶପିଙ୍ଗ୍ ଲିମିଟ୍

8/06/2019 at 12:52 PM

ଆଜିକାଲି ଅନଲାଇନ ଶପିଙ୍ଗର ଟ୍ରେଣ୍ଡ ଚାଲିଛି । ବ୍ୟସ୍ତବହୁଳ ଜୀବନରେ ଦୋକାନକୁ ଯାଇ ଶପିଙ୍ଗ କରିବା ପାଇଁ କାହା ପାଖରେ ସମୟ ନାହିଁ । ସେଥିପାଇଁ ଲୋକେ ଅନଲାଇନ ଶପିଙ୍ଗ ଫର୍ମୁଲା ଆପଣେଇ ନେଇଛନ୍ତି । ଘରେ ବସି ଆରାମରେ ଅନଲାଇନ ଶପିଙ୍ଗ କରୁଛନ୍ତି । ତେବେ ଏମିତି ଏକ ଦେଶ ଅଛି ଯେଉଁଠାରେ ଜେଲରେ ଥିବା କଏଦୀଙ୍କୁ ମଧ୍ୟ ଅନଲାଇନ ଶପିଙ୍ଗ କରିବାକୁ ଅନୁମତି ଦିଆଯାଇଛି ।

ଚୀନର ଗୁଆଁଗଣ୍ଡୋଜ ପ୍ରାନ୍ତର ଏକ ଜେଲରେ କଏଦୀଙ୍କ ପାଇଁ ଅନଲାଇନ ଶପିଙ୍ଗ ପ୍ଲାଟଫର୍ମ ଆରମ୍ଭ କରାଯାଇଛି । ଏବେ କଏଦୀ ମଧ୍ୟ ଜେଲରେ ଥାଇ ନିଜ ପସନ୍ଦର ଜିନିଷ କିଣିପାରିବେ । ଏହି ଶପିଙ୍ଗ ପୋର୍ଟାଲ ଜରିଆରେ କଏଦୀମାନେ ମାସେ ଭିତରେ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଶପିଙ୍ଗ କରିପାରିବେ । ଏଥିପାଇଁ ତାଙ୍କୁ କମ୍ପୁଟରରେ ଫିଙ୍ଗର ପ୍ରିଣ୍ଟ କିମ୍ବା ପାସୱାର୍ଡ ଜରିଆରେ ଲଗିନ କରିବାକୁ ହେବ । ଏହି ବ୍ୟବସ୍ଥାକୁ ପରଖିବା ପାଇଁ କୋଙ୍ଗହୁଆ ଜେଲ ପ୍ରଶାସନ ଜାନୁଆରୀରୁ ଏପ୍ରିଲ ମାସ ପର୍ଯ୍ୟନ୍ତ ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିଥିଲେ । ଏହି ପ୍ରୋଜେକ୍ଟ ସଫଳ ହେବାପରେ କଏଦୀଙ୍କ ପାଇଁ ଅନଲାଇନ ସପିଙ୍ଗ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଜେଲ ପ୍ରଶାସନ ।

ଏହି ପାଇଲଟ ପ୍ରୋଜେକ୍ଟ ଜରିଆରେ କଏଦୀମାନେ ୧୩ ହଜାର ଅର୍ଡ଼ର କରିଥିଲେ । କଏଦୀଙ୍କ ୧୩ ହଜାର ଅର୍ଡର ସଫଳାତାପୂର୍ବକ ପୁରା କରାଯାଇଥିଲା ।

   Related Posts