ଜିଲ୍ଲା କାରାଗାରରୁ ମୁକ୍ତ ହେଲେ ୪ କଏଦୀ, ଆଚରଣ-ସ୍ଵଭାବରେ ପରିବର୍ତ୍ତନ ହେତୁ ମୁକୁଳିଲେ

Published By : Prameya-News7 Bureau | August 15, 2022 IST

କେନ୍ଦୁଝର ୧୫/୦୮: କେନ୍ଦୁଝର ଜିଲ୍ଲା କାରାଗାରରୁ ମୁକ୍ତ ପାଇଲେ ୪ କଏଦୀ । ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ଅଳ୍ପ ସଜାରେ ଦଣ୍ଡିତ ପରେ ଆଚରଣରେ ପରିବର୍ତ୍ତନ ହୋଇଥିବା ୪ ଜଣ ପରିବର୍ତ୍ତିତ କଏଦୀଙ୍କୁ ମୁକ୍ତ କଲେ ସରକାର ।

ଏହି ୪ ଜଣ କଏଦୀ ୧୦ ବର୍ଷରୁ କମ ସଜାରେ ଦଣ୍ଡିତ ହୋଇ ଜେଲରେ ଥିବା ବେଳେ ସେମାନଙ୍କ ଆଚରଣ ଏବଂ ସ୍ଵଭାଵରେ ପରିବର୍ତ୍ତନ ଆସିଥିବାରୁ ସେମାନଙ୍କୁ ମୁକ୍ତ କରିବାକୁ ଜେଲ ପକ୍ଷରୁ ସୁପାରିଶ କରାଯାଇଥିଲା । ଫଳରେ ସେମାନେ ଆଜି ମୁକ୍ତ ହୋଇଛନ୍ତି । ଓଡିଶାରୁ ସମୁଦାୟ ଉଣେଇଶ ଜଣ କଏଦୀ ମୁକ୍ତି ପାଇବାକୁ ଥିବାବେଳେ ସେଥିମଧ୍ୟରୁ କେନ୍ଦୁଝରରୁ ଚାରି ଜଣ ରହିଛନ୍ତି ।

ଅପରାଧରେ ଲିପ୍ତ ଥିବା ଯୁବକ ଓ ବ୍ୟକ୍ତି ବିଶେଷ ଏଥିରୁ ନିବୃତ ରହିବାକୁ ମୁକ୍ତ କଏଦୀ ମାନେ ଆହ୍ୱାନ ଦେଇଛନ୍ତି । ଏଠାରେ ଗଲା ପରେ ଗାଁରେ ଆଧାଗଢ଼ା ମନ୍ଦିର କମ ଶେଷ କରିବେ ବୋଲି କହିଛନ୍ତି ବିଷ୍ଣୁ ମହାନ୍ତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.