ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

କେନ୍ଦୁଝରରେ ଆଜୀବନ କଏଦୀର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ, ୨୦୦୨ରେ ଗଣହତ୍ୟା ମାମଲାରେ ହୋଇଥିଲା ଗିରଫ

13/07/2022 at 3:33 PM

କେନ୍ଦୁଝର ୧୩: କେନ୍ଦୁଝର ଜିଲ୍ଲା କାରାଗାରରେ ଆଜୀବନ ସଜ୍ଜା କାଟୁଥିବା ଜଣେ କଏଦୀର ଚିକିତ୍ସାଧିନ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଛି । ମୃତ କଏଦୀ ଜଣକ ହେଲେ ରାମଚନ୍ଦ୍ରପୁର ନୂଆସାହି ଅଞ୍ଚଳର ଖେଗେଶ୍ବର ବେହେରା ।

ସୂଚନାଯୋଗ୍ୟ ଯେ, ଖଗେଶ୍ବର ୨୦୦୨ ମସିହାରେ ଗଣ ହତ୍ୟା ମାମଲାରେ ଗିରଫ ହୋଇ ବିଚାରାଧୀନ କଏଦୀ ଭାବରେ ଥିଲେ । ପରେ ୨୦୦୫ ମସିହା ଫେବୃଆରୀ ୧ ତାରିଖରେ ପ୍ରଥମେ ତାଙ୍କୁ କେନ୍ଦୁଝର ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟରେ ଫାଶୀ ଦଣ୍ଡାଦେଶ ହୋଇଥିଲା । ପରେ ତାହା ୨୦୦୮ ମସିହାରେ ହାଇକୋର୍ଟରେ ଆଜୀବନ କାରାଦଣ୍ଡକୁ ପରିବର୍ତ୍ତନ ହୋଇଥିଲା । ଜେଲ୍ କର୍ତ୍ତୃପକ୍ଷଙ୍କର କହିବା ଅନୁସାରେ ଖଗେଶ୍ବର ଗୁରୁତର ମଧୁମେୟ ରୋଗରେ ପୀଡିତ ଥିଲେ । ମଙ୍ଗଳବାର ସେ ଜେଲ୍‌ରେ ଗୁରୁତର ହୋଇ ପଡିଥିଲେ ଓ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା ଓ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

   Related Posts