ଉପ କାରାଗାରରେ କଏଦୀଙ୍କ ମୃତ୍ୟୁ; ଦୁଷ୍କର୍ମ ଓ ହତ୍ୟା ମାମଲାରେ କାଟୁଥିଲେ ଆଜୀବନ ସଜା
22/01/2023 at 4:43 PM

ଝାରସୁଗୁଡା ୨୨/୦୨: ଝାରସୁଗୁଡା ଉପକାରାଗାରରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁ ହୋଇଛି। ମୃତ କଦଏଦିଙ୍କ ପରିଚୟ ସୁଶାନ୍ତ ବୁଦୁଲା (୪୨)। ସେ ଲଇକେରା ଥାନା କେନ୍ଦୁଡିହି ଜଙ୍ଗଲିପଡ଼ା ଗାଁର ବାସିନ୍ଦା। ନାବାଳିକା ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ସେ ଆଜୀବନ ସଜାରେ ଥିଲେ। ମୃତ କଏଦି ଜଣଙ୍କ ୨୦୧୪ ଅକ୍ଟୋବର ୭ରୁ କାରାଦଣ୍ଡ ଭୋଗୁଥିଲେ। ୨୦୨୧ ସେପ୍ଟେମ୍ୱର ୯ରେ ଅଦାଲତ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣୀ କରି ତାଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ।

ଖବର ଅନୁସାରେ ଗତକାଲି ବା ଶନିବାର ମଧ୍ୟରାତ୍ରିରେ ୨:୩୦ରେ ସୁଶାନ୍ତ ଅସୁସ୍ଥ ହେବା ସହିତ ତାଙ୍କ ଦେହ ବହୁତ ଜୋର୍ ଥରିବାରେ ଲାଗିଥିଲା। ଫଳରେ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଭୋର ୪ଟା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନାଥାଉକି, ଝାରସୁଗୁଡ଼ା ଉପକାରାଗାର ଏବେ ବହୁ ଚର୍ଚ୍ଚାରେ ରହିଛି। କିଛିଦିନ ତଳେ ଜଣେ କଏଦୀ ଆତ୍ମହତ୍ୟା ସେଠାରେ କରିଥିଲେ। ଏହା ପୂର୍ବରୁ ମଧ୍ୟ ଜଣେ କଏଦୀ ଡାକ୍ତଖାନାରୁ ଖସିଯିବାରେ ସକ୍ଷମ ହୋଇଥିଲା।