ଭଲରେ କଟୁଛି ଗୋପାଳର ଜେଲ୍ରେ ବନ୍ଦୀ ଜୀବନ, ଅନ୍ତେବାସୀ କହିଲେ କେମିତି ଅଛି ସ୍ୱଭାବ
17/02/2023 at 11:53 AM

କଟକ ୧୭/୦୨: ଚୌଦ୍ୱାର ମଣ୍ଡଳ କାରାଗାରରେ ସେଲ ନଂ ୩ରେ ରହୁଛି ନବଦାସ ହତ୍ୟାକାରୀ । ଜେଲ୍ରେ କଟିଛି ଗୋପାଳର ଚତୁର୍ଥ ଦିନ । ଗୋପାଳ ସକାଳୁ ଉଠି ନିତ୍ୟକର୍ମ ସାରି ଚା’ ପିଇ ଓ ଜଳଖିଆରେ ଖାଇଥିଲା ସୁଜି । ପରେ ଗୋପାଳ ପଢିଥିଲା ଖବରକାଗଜ ।
ସିଫ୍ଟ ଅନୁଯାୟୀ ୩ ଜଣ ୱାର୍ଡର ନଜର ରଖିଛନ୍ତି ଗୋପାଳକୁ । ଏହାସହ ସିସିଟିଭି ମଧ୍ୟ ୨୪ ଘଣ୍ଟା ନଜର ରଖିଛି ଗୋପାଳର ଗତିବିଧୀ ଉପରେ । ୩ ନଂ ସେଲ୍ ଭିତରେ ଗୋପାଳ ସ୍ଥିର ଅଛି । ଅନ୍ୟପଟେ ଜେଲରୁ ବେଲ୍ରେ ବାହାରକୁ ଆସିଥିବା ଜେଲ୍ ବନ୍ଦୀଙ୍କ କହିବାନୁଯାୟୀ ଜେଲରେ ଗୋପାଳ ସାଧାରଣ ଓ ଶାନ୍ତ ସ୍ଵଭାବର ଲୋକ ଭଳି ଆଚାର ବ୍ୟବହାର କରୁଛି ।
ଜେଲ୍ ମାନୁଆଲ ରେ ଦିଆଯାଉଥିବା ଖାଦ୍ୟକୁ ମଧ୍ୟ ଠିକ୍ ସେ ଗ୍ରହଣ କରୁଛି । ଯେମିତି ଲାଗୁଛି ସେ କୌଣସି ହତ୍ୟାକାଣ୍ଡ କରିଥିବା ଅନୁତାପ କରୁନାହିଁ । ପ୍ରତ୍ୟେକ ଦିନ ସକାଳୁ ଜଳଖିଆ ସାରି ଗୋପାଳ ଖବକାଗଜ ମାଗି ନିଜ ଖବର ନିଜେ ପଢ଼ୁଛି ।