ଅସୁରକ୍ଷିତ ବାଲିଗୁଡା ଉପଖଣ୍ଡ କାରାଗାର, ଝରକା ଗ୍ରିଲକାଟି କଏଦୀ ଚମ୍ପଟ

Published By : Prameya-News7 Bureau | December 14, 2021 IST

ବାଲିଗୁଡା ୧୪/୧୨: ଅସୁରକ୍ଷିତ ବାଲିଗୁଡା ଉପଖଣ୍ଡ କାରାଗାର । ପୋଲିସର କଡା ସୁରକ୍ଷା ବଳୟ ସତ୍ତ୍ୱେ କଏଦୀ ଫେରାର । କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ କାରାଗାରରୁ କଏଦୀ ଫେରାର ହୋଇଯାଇଛି । ଦିନ ଦ୍ୱିପହରରେ ପୋଲିସକୁ ଚକମା ଦେଖାଇ ଫେରାର ହୋଇଛି କଏଦୀ । ସୂଚନାଯୋଗ୍ୟ ଯେ କଏଦୀ ଜଣକ ରହୁଥିବା ସେଲର ଝରକାରୁ ଗ୍ରୀଲ କାଟି ଫେରାର ହୋଇଥିବା ଜଣାପଡ଼ିଛି । ରାତିରେ କଏଦୀ ଗଣନା ହେବାରୁ ଜଣେ କଏଦୀ ଅନୁପସ୍ଥିତ ଥିବା ଜଣାପଡିଥିଲା ।

wp:gallery {"ids":[559271],"linkTo":"none"} /wp:gallery

ଫେରାର ଅଭିଯୁକ୍ତ ହେଲେ ବ୍ରାହ୍ମଣୀଗାଁ ଅଂଚଳର ୩୮ ବର୍ଷୀୟ ଟୁକୁନା ମଳିକ । କଏଦୀ ଜଣକ ହତ୍ୟା ଘଟଣାରେ ଦେଢ଼ ବର୍ଷ ହେବ ଜେଲରେ ଥିଲେ । କାରାଗାର ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଜା ଖୋଜି ଚାଲିଥିବା ବେଳେ ସ୍ଥାନୀୟ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି । ଜେଲ ଚାରିପାଖରେ ଏତେ ସୁରକ୍ଷା ବ୍ୟବସ୍ଥା ଥାଇ ମଧ୍ୟ କିଭଳି କଏଦୀ ଚମ୍ପଟ ମାରିଲେ ସୁରକ୍ଷା ବ୍ୟବସ୍ଥା ଉପରେ ପଶ୍ନବାଚୀ ସୃଷ୍ଟି କରିଛି । ଘଟଣାରେ ବାଲିଗୁଡା ଆଇଆଇସି ଜେଲକୁ ଯାଇ ପ୍ରାଥମିକ ତଦନ୍ତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.