କୋଟପାଡ ୧୪|୨: କାରାଗାରରୁ ଚମ୍ପଟ ମାରିଛି କଏଦୀ । କୋରାପୁଟ ଜିଲ୍ଲା କୋଟପାଡ ଉପକାରାଗାରରେ ସଜା କାଟୁଥିବା ଜଣେ କଏଦୀ ଚମ୍ପଟ ମାରିଛି । ଫେରାର କଏଦୀ ହେଉଛନ୍ତି ମୋତି ସିଂ ଚାଲାଣ । ଏକ ଅପରାଧିକ ମାମଲାରେ ୨୦୧୨ରୁ ସେ ଜେଲରେ ଥିଲା । ତାଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି । ଜେଲ୍ ପରିସରରେ ଥିବା ବଗିଚାରେ କାମ କରୁଥିବା ବେଳେ ସେ ଫେରାର ହୋଇଯାଇଛି । ଫେରାର କଏଦୀକୁ ଖୋଜାଖୋଜି କରୁଛି କୋଟପାଡ ପୋଲିସ ।
‘କ୍ଷମତାକୁ ଆସିବାକୁ ନଥିବା ଦଳ ହିଁ ଅଧିକ ପ୍ରତିଶ୍ରୁତ...