ଚୌଦ୍ବାର ଜେଲରେ କଏଦୀର ମୃତ୍ୟୁ

Published By : Prameya-News7 Bureau | March 10, 2019 IST

ଚୌଦ୍ବାର ୧୦|୩ : ଚୌଦ୍ବାର ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀର ମୃତ୍ୟକୁ ନେଇ ସନ୍ଦେହ ବଢିବାରେ ଲାଗିଛି ।  ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଛି ନା ଅନ୍ୟ କୌଣସି କାରଣରୁ ତାକୁ ନେଇ ସନ୍ଦେହ ଉପୁଜିଛି । ମୃତକ କଟକ କେସରପୁରର ଶୁଭ୍ରାଂଶୁ କୁମାର ଦାସ । ୨୦୧୩ କଟକ କେଶବ ବେହେରା ଓରଫ କେଶିଆ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲା ଶୁଭ୍ରାଂଶୁ । ତେବେ ମୃତ୍ୟୁ ପୂର୍ବରୁ ଜେଲ ଭିତରୁ ଶୁଭ୍ରାଂଶୁଙ୍କର ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ସେ ଜେଲ ଭିତରେ ଚାଲିଥିବା ଅନୈତିକ କାମ ବିଷୟରେ କହୁଛନ୍ତି । ଜେଲରେ ଖୁଲମଖୁଲା ଗଞ୍ଜେଇ ବ୍ୟବହାର କରାଯାଉଛି ।  କଏଦୀମାନଙ୍କୁ ମୋବାଇଲ ବ୍ୟବହାର କରିବାକୁ ଦିଆଯାଉଛି । ଏହାସହ ତାଙ୍କ ଜୀବନ ପ୍ରତି ବିପଦ ଥିବା କଥା ମଧ୍ୟ ସେ କହିଛନ୍ତି ।  ଗତକାଲି ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଏସସିବି ପଠାଯାଉଥିବା ବେଳେ ମୃତ୍ୟୁ ହୋଇଥିବା ଜେଲ କର୍ତ୍ତୃପକ୍ଷ କହିଥିଲେ । ଅଥଚ ଜେଲ ଭିତରୁ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ସକାଳେ  ଜେଲ ମଧ୍ୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହାପରେ ଜେଲ କର୍ମଚାରୀ ଶୁଭ୍ରାଂଶୁକୁ ନିସ୍ତୁକ ପିଟିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।  କେଶବ ବେହେରା ହତ୍ୟାକାଣ୍ଡରେ ମୋଟ ୯ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ । ଅନ୍ୟ ୬ ଜଣ ଆଜୀବନ କାରାଦଣ୍ଡାଦେଶ ଭୋଗୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.