ସାଲେପୁର ସବ୍ ଜେଲ୍ରୁ କଏଦୀ ଫେରାର, ଦୁଷ୍କର୍ମ ମାମଲାରେ ସଜ୍ଜା କାଟୁଥିଲେ
5/05/2020 at 8:27 AM

ସାଲେପୁର ୫।୫: ସାଲେପୁର ସବ୍ ଜେଲରୁ କଏଦୀ ଫେରାର । ପାଚେରୀ ଡେଇଁ ଫେରାର ହେଲେ କଏଦୀ । ଦୁଷ୍କର୍ମ ଅଭିଯୋଗ ଦଣ୍ଡିତ ହୋଇ ୨୦୧୬ରୁ ସଜା କାଟୁଥିଲା । ଫେରାର କଏଦୀକୁ ଖୋଜାଖୋଜି କରୁଛି ପୋଲିସ ।

ସୂଚନାଯୋଗ୍ୟ ଯେ, ୨୦୧୬ ମସିହାରୁ ସାଲେପୁର ସବ୍ ଜେଲ୍ରେ ସଜା କାଟୁଥିବା କଏଦୀ ନୃସିଂହ ସାମଲ ଜେଲ୍ରୁ ଫେରାର ହୋଇଯାଇଛନ୍ତି । ଗତକାଲି ଲକ୍ ଆଉଟ୍ ପୂର୍ବରୁ ଖସିଥିବା ଜଣାପଡିଛି । ଏନେଇ ଜେଲରଙ୍କ ପକ୍ଷରୁ ସାଲେପୁର ଥାନାରେ ଅଭିଯୋଗ ହୋଇଛି । ସାଲେପୁର ପୋଲିସ ଆଭିଯୋଗ ପାଇ ଅଭିଯୁକ୍ତକୁ ଖାଜାଖୋଜି କରୁଛି । ସପୃକ୍ତ କଏଦୀଙ୍କ ଘର ସାଲେପୁର ଥାନା ଖଣ୍ଡ ଗାଁ ଅଞ୍ଚଳରେ । ସେ ଏକ ଦୁଷ୍କର୍ମ ମାମଲାରେ ଗିରଫ ହୋଇ ୨୦୧୬ ମସିହାରୁ ସାଲେପୁର ସବ୍ ଜେଲରେ ଅଛନ୍ତି ।
Related Posts
କଟକରେ ଜିଏସ୍ଟି ରେଡ୍, ଦୋକାନ ସମେତ ବିଭିନ୍ନ ସ୍ଥାନରେ ଚଢାଉ
7 February 2023
ଟ୍ରକ୍ ସହ ଧକ୍କା ହେଲା ମୋପେଡ, ଜଣେ ମୃତ ଓ ଜଣେ ଗୁରୁତର
7 February 2023
ନବ ଦାସ ହତ୍ୟା ତନାଘନା, ଝାରସୁଗୁଡ଼ା ଯିବ ଜଷ୍ଟିସ୍ ଜେ.ପି ଦାସ
7 February 2023